Wednesday, September 30, 2026
22.9 C
Odisha

    ସମ୍ମମ – ଜନସାଧାରଣଙ୍କୁ ଉତ୍ସର୍ଗୀକୃତ ସ୍ଥାସ୍ଥ୍ୟସେବା ଯୋଗାଇଦେବାର ଏକ ହଜାର ଦିନ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର, ୨୮/୦୨ : ରାଜଧାନୀରେ ନୂତନ କରି ଆରମ୍ଭ ହୋଇଥିବା ମଲ୍ଟି ସୁପର୍ ସ୍ପେଶାଲିଟି କ୍ୱାର୍ଟରନାରୀ କେୟାର ହସ୍ପିଟାଲ ସମ୍ ଅଲ୍ଟିମେଟ୍ ମେଡିକେୟାର ଜନସାଧାରଣଙ୍କୁ ଉତ୍ସର୍ଗୀକୃତ ସ୍ୱାସ୍ଥ୍ୟସେବା ଯୋଗାଇବାରେ ଫେବୃଆରୀ ୨୯, ୨୦୨୪ ଦିନ ଚାରି ବର୍ଷ ପୂରଣ କରିଛି । ବୈଷୟିକ ଜ୍ଞାନକୌଶଳ, କୁଶଳୀ ମାନବ ସମ୍ବଳ, ଅତ୍ୟାଧୁନିକ ସରଞ୍ଜାମ ଓ ସମର୍ପିତ ସ୍ୱାସ୍ଥ୍ୟସେବା ଯୋଗୁ ଏହି ମଲ୍ଟି ସୁପର୍ ସ୍ପେଶାଲିଟି ହସ୍ପିଟାଲ ପୂର୍ବ ଭାରତରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି । ଶିକ୍ଷା ଓ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଅଗ୍ରଣୀ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ଫେବୃଆରୀ ୨୯, ୨୦୨୦ରେ ଏହି ଯୁଗାନ୍ତକାରୀ ପଦକ୍ଷେପ ନିଆଯାଇଥିଲା । ଇମର୍ଜେନ୍ସି ଓ ଟ୍ରମା କେୟାର, କାର୍ଡିଆକ କେୟାର, ଆଡଭାନ୍ସଡ୍ ସର୍ଜିକାଲ୍ ପ୍ରକ୍ରିୟା, ଡାଇଗ୍ନୋଷ୍ଟିକ୍ସ ଆଣ୍ଡ ଇମେଜିଂ, ମାଟରନିଟି କେୟାର, ଫିଜିଓଥେରାପି, ପ୍ରୋସ୍ଥେଟିକ୍ସ ଆଣ୍ଡ ଅର୍ଥୋଟିକ୍ସ, ସ୍ମୋକିଂ ସେସେସନ୍‌, ସ୍ଲିପ ଲ୍ୟାବ ଓ ରିହାବିଲେଟେସନ ସର୍ଭିସ୍ ଭଳି ଉନ୍ନତ ଧରଣର ପ୍ରାୟ ୩୦ ରୁ ଅଧିକ ବିଶେଷଜ୍ଞ ବିଭାଗ ଏଠାରେ ଉପଲବ୍ଧ । ସମ୍ମମ ରେ କାର୍ଡିଆକ ସାଇନ୍‌ସେସ୍‌, ନ୍ୟୁରୋ ସାଇନ୍ସେସ୍‌, ପ୍ଲାଷ୍ଟିକ, କସମେଟିକ୍ ଆଣ୍ଡ ରିକନଷ୍ଟ୍ରକ୍ଟିଭ ସର୍ଜରୀ, କ୍ରିଟିକାଲ କେୟାର, ପଲମୋନୋଲୋଜି, ଗ୍ୟାଷ୍ଟ୍ରୋସାଇନ୍ସେସ୍‌, ଜଏଂଟ ରିପ୍ଲେସମେଂଟ ଆଣ୍ଡ ଅର୍ଥୋପେଡିକ୍ସ, ରେନାଲ ସାଇନ୍ସେସ୍‌, ଅଙ୍କୋ ସାଇନ୍ସେସ୍ ଓ ନ୍ୟୁକ୍ଲିଅର ମେଡିସିନ୍ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ କାର୍ଯ୍ୟ କରୁଛି ।
    ସମ୍ମମରେ ପ୍ରତ୍ୟେକ ବିଭାଗ ଓ ସେଂଟର ଅଫ ଏକ୍ସିଲେନ୍ସ ରୋଗୀ ମାନଙ୍କୁ ଉତ୍ସର୍ଗୀକୃତ ମନୋଭାବ ନେଇ ଉତ୍କୃଷ୍ଟ ସ୍ୱାସ୍ଥ୍ୟସେବା ଯୋଗାଇ ଆସୁଛନ୍ତି । ଅତ୍ୟାଧୁନିକ ଚିକିତ୍ସା ଓ ପ୍ରକ୍ରିୟାରେ ରୋଗୀ ମାନଙ୍କୁ ସୁଫଳ ମିଳିପାରୁଛି । କୌଣସି ଜଟିଳ ଅସ୍ତ୍ରୋପଚାର ହେଉ ଅଥବା ଦୈନନ୍ଦିନ ସ୍ୱାସ୍ଥ୍ୟ ପରୀକ୍ଷା ସମ୍ମମର ବିଶେଷଜ୍ଞ ଡାକ୍ତରୀ ଦଳ ଅବିରତ ଭାବେ କାର୍ଯ୍ୟ କରିବା ସହ ରୋଗୀମାନଙ୍କୁ ସର୍ବୋତମ ମାନର ସେବା ଯୋଗାଇ ଦେଉଛନ୍ତି ।
    ଏହି ୩୫୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ୍‌ରେ ସ୍ପେକ୍ଟ ଗାମା କ୍ୟାମେରା, ଲିନାକ (ଟ୍ରୁ ବିମ) ଡେଡିକେଟେଡ୍ ଟ୍ରମା ଆଇସିୟୁ, ପେଟ ସିଟି ସ୍କାନ, ଥ୍ରି ଟେସଲା ଏମଆରଆଇ, ୧୪ ଟି ମୋଡୁଲାର ଅସ୍ତ୍ରୋପଚାର ଗୃହ, ୧୨୮ ସ୍ଲାଇସେସ୍ ସିଟି ସ୍କାନ ଓ ଏଚଡିଆର ବ୍ରାଭୋଜ୍ ବ୍ରାକି ଥେରାପି ସେବା ଉପଲବ୍ଧ ।
    କୋଭିଡ୍ ୧୯ ଭଳି ଜଟିଳ ପରିସ୍ଥିତିରେ ମଧ୍ୟ ମାତ୍ର ୨ ବର୍ଷ ସମୟ ସୀମା ମଧ୍ୟରେ ସମ୍ମମ ଏନଏବିଏଲ ଓ ଏଚଏସିସିପି ସ୍ୱୀକୃତି ଲାଭ କରିଥିବା ବେଳେ ୩୬୫ ଦିନ ମଧ୍ୟରେ ଏନଏବିଏଚ ସ୍ୱୀକୃତି ଲାଭ କରିଛିି । ଭାରତର ପ୍ରଥମ ହସ୍ପିଟାଲ୍ ଭାବେ ଏନଏବିଏଚ ପଂଚମ ସଂସ୍କରଣର ମାନ୍ୟତା ପାଇଛି ସମ୍ମମ । ଗତ ଚାରି ବର୍ଷ ମଧ୍ୟରେ ସମ୍ମମ ୧,୬୫,୦୦୦ ରୁ ଉର୍ଦ୍ଧ୍ୱ ରୋଗୀଙ୍କର ଚିକିତ୍ସା କରିଥିବା ବେଳେ ୧୭,୫୦.୦୦୦ ରୁ ଅଧିକ ପରୀକ୍ଷା ନିରୀକ୍ଷା କରିଛି । ସେହିପରି ୨୫,୦୦୦ ରୁ ଉର୍ଦ୍ଧ୍ୱ ଅସ୍ତ୍ରୋପଚାର କରାଯାଇଥିବା ବେଳେ ୩୯,୦୦୦ରୁ ଉର୍ଦ୍ଧ୍ୱ ଥେରାପି ଓ ୧୫,୦୦୦ ରୁ ଅଧିକ ପେଟ୍ ସିଟି ଓ ଗାମା ସ୍କାନ୍ କରାଯାଇଅଛି । କ୍ୟାନସର ପୀଡିତଙ୍କ ପାଇଁ ଆଶାର ସଂଚାର ପାଲଟିଛି ସମ୍ମମର ହୋପ ସ୍ପ୍ରିଂଙ୍ଗସ୍ ବ୍ଲକ ଯେଉଁଠାରେ କି ଏପର୍ଯ୍ୟନ୍ତ ୫,୦୦,୦୦୦ରୁ ଅଧିକ କ୍ୟାନସର ରୋଗୀଙ୍କୁ ଉତ୍କୃଷ୍ଟ ଧରଣର ଚିକିତ୍ସା ପ୍ରଦାନ କରାଯାଇଅଛି । ଏହି ହୋପ ସ୍ପ୍ରିଂଙ୍ଗସ୍ ବ୍ଲକ ହେଉଛି ଓଡ଼ିଶାର ଏକ ପୂର୍ଣ୍ଣାଙ୍ଗ କ୍ୟାନସର କେୟାର ସେଂଟର, ଯେଉଁଠାରେ କି ଗୋଟିଏ ଛାତ ତଳେ ରେଡିଏସନ୍ ଅଙ୍କୋଲୋଜି, ମେଡିକାଲ ଅଙ୍କୋଲୋଜି, ସର୍ଜିକାଲ ଅଙ୍କୋଲୋଜି, ପେଡ଼ିଆଟ୍ରିକ୍ ଅଙ୍କୋଲୋଜି, ହେମାଟୋ ଅଙ୍କୋଲୋଜି, ପାଲିଏଟିଭ ଅଙ୍କୋଲୋଜି, ଅଙ୍କୋ ପାଥୋଲୋଜି ଓ ନିଉକ୍ଲିୟର ମେଡିସିନ୍ ଭଳି ଓ ଚିକିତ୍ସା ପ୍ରଦାନ କରାଯାଇଥାଏ । ଗତବର୍ଷ ଓଡ଼ିଶାର ଚିକିତ୍ସା ଇତିହାସରେ ସମ୍ମମ ଏକ ନୂତନ ପୃଷ୍ଠା ଯୋଡ଼ିଥିଲା ଯେତେବେଳେ କି ହସ୍ପିଟାଲରେ ଜଣେ ବ୍ରେନ ଡେଡ୍ ରୋଗୀଙ୍କର ଶରୀରର ଏକାଧିକ ଅଙ୍ଗକୁ ବାହାର କରାଯାଇ ତିନୋଟି ସହରର ବିଭିନ୍ନ ହସ୍ପିଟାଲରେ ଥିବା ରୋଗୀଙ୍କ ଶରୀରରେ ପ୍ରତ୍ୟାରୋପଣ କରାଯାଇ ପାରିଥିଲା ।
    ପୁଲିସ ଏବଂ ପ୍ରଶାସନର ସମ୍ପୂର୍ଣ୍ଣ ସହଯୋଗରେ ଓ ବିଶେଷଜ୍ଞ ଡାକ୍ତରଙ୍କ ସହାୟତାରେ ଏହି ପ୍ରକ୍ରିୟା କରାଯାଇ ସମ୍ପୃକ୍ତ ବ୍ୟକ୍ତିଙ୍କ ଶରୀରରୁ ଅଙ୍ଗଗୁଡିକୁ କଢ଼ାଯାଇଥିଲା । ହସ୍ପିଟାଲ୍‌ର ଅପରେସନ ଥିଏଟର ଟିମ୍‌, ଆଇସିୟୁ ଟିମ ଓ ଅନ୍ୟ ଟେକ୍ନିକାଲ ଟିମ୍‌ଙ୍କ ସହାୟତାରେ ଏହି ପ୍ରକ୍ରିୟା ସମ୍ପାଦିତ ହୋଇଥିଲା ।

    ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ସମ୍ମମର ପ୍ରଚେଷ୍ଟାକୁ ଗୁରୁତ୍ୱାରୋପ କରି କହିଛନ୍ତି ଯେ ଏହା କେବଳ ସ୍ଥାନୀୟ ଅଂଚଳ ନୁହେଁ ବରଂ ରାଜ୍ୟର ଚିକିତ୍ସା ପର୍ଯ୍ୟଟନକୁ ମଧ୍ୟ ବୃଦ୍ଧି କରିଛି । ସମ୍ମମର ବିଶ୍ୱ ସ୍ତରୀୟ ସ୍ୱାସ୍ଥ୍ୟ ସେବା ପ୍ରଦାନ ଯୋଗୁ ଓଡ଼ିଶା ବିଶ୍ୱର ସ୍ୱାସ୍ଥ୍ୟସେବା ମାନଚିତ୍ରରେ ନିଜକୁ ସ୍ଥାନୀତ କରିପାରିଛି । ଓଡ଼ିଶାକୁ ଚିକିତ୍ସା ପର୍ଯ୍ୟଟନର ହବ୍ ଭାବେ ପରିଣତ କରିବା ଆମର ସ୍ୱପ୍ନ । ସମ୍ମମର ଉତ୍ସର୍ଗୀକୃତ ସ୍ୱାସ୍ଥ୍ୟସେବା ଦ୍ୱାରା ଏହା ପୂରଣ ହୋଇପାରୁଥିବା ଦେଖି ମୁଁ ଗର୍ବ ଅନୁଭବ କରୁଛି ବୋଲି ପ୍ରଫେସର ନାୟକ କହିଛନ୍ତି ।
    ସମ୍ମମର ସିଇଓ ଡକ୍ଟର ଶ୍ୱେତପଦ୍ମା ଦାଶ କହିଛନ୍ତି ଯେ ଅତ୍ୟାଧୁନିକ ଜ୍ଞାନକୌଶଳ ଓ ସ୍ୱାସ୍ଥ୍ୟସେବାର ପରିଧିକୁ ବୃଦ୍ଧି କରି ଆମେ ସମ୍ମମରେ ଅବିରତ ଭାବରେ ସ୍ୱାସ୍ଥ୍ୟସେବା ପ୍ରଦାନ କରିଚାଲିଛୁ । ଆମେ ଉନ୍ନତ ମାନର ସ୍ୱାସ୍ଥ୍ୟସେବା ପ୍ରଦାନ କରି ସମାଜର ବିଶ୍ୱାସଭାଜନ ହେବା ନିମନ୍ତେ ପ୍ରତିଶୃତିବଦ୍ଧ । ଆମ ରୋଗୀ ଓ ସେମାନଙ୍କର ପରିବାର ଆମ ଉପରେ ବିଶ୍ୱାସ ରଖିଥିବାରୁ ଆମେ କୃତଜ୍ଞ । ଆମେ ସେମାନଙ୍କ ବିଶ୍ୱାସକୁ ଏହିଭଳି ଭାବେ ବଜାୟ ରଖିବୁ ବୋଲି ଡକ୍ଟର ଦାଶ କହିଛନ୍ତି ।
    ଆମେ ଆମ ରୋଗୀଙ୍କୁ ଗୁଣାତ୍ମକ ଓ ସୁଲଭ ମୂଲ୍ୟର ଚିକିତ୍ସା ଯୋଗାଇବା ଏବଂ ସେମାନଙ୍କ ଜୀବନରେ ଏକ ସକାରାତ୍ମକ ପ୍ରଭାବ ପକାଇବାପାଇଁ ପ୍ରତିଶୃତିବଦ୍ଧ । ଏହି ପ୍ରତିବଦ୍ଧତା ଆମର ମିଶନ୍ ଏବଂ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏହାକୁ ଆମେ ଜାରି ରଖିବୁ ବୋଲି କହିଛନ୍ତି ସମ୍ମମର ଚିଫ ଅଫ ମେଡିକାଲ ସର୍ଭିସେସ୍ ବ୍ରିଗେଡିୟର (ଡ଼ାକ୍ତର) ବିରାଜ ମୋହନ ମିଶ୍ର । ଶ୍ରେଷ୍ଠ ସ୍ୱାସ୍ଥ୍ୟସେବା ପ୍ରଦାନ କରିବା ନିମନ୍ତେ ଆମେ ସଂକଳ୍ପବଦ୍ଧ ଏବଂ ଟ୍ରାନ୍ସପ୍ଲାଂଟ ସର୍ଜରୀ ସମେତ ଆମେ ଅନେକ ସେବାକୁ ପ୍ରସାରିତ କରୁଛୁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    22.9 ° C
    22.9 °
    22.9 °
    85 %
    1.1kmh
    82 %
    Wed
    30 °
    Thu
    30 °
    Fri
    30 °
    Sat
    31 °
    Sun
    31 °

    ସମ୍ବନ୍ଧିତ