Tuesday, March 31, 2026
28.1 C
Odisha

    ସମ୍ ହସ୍ପିଟାଲ ଡାଇବେଟିସ୍ ଗବେଷଣା ସନ୍ଦର୍ଭ ନିମନ୍ତେ ସମ୍ମାନିତ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର, ସେପ୍ଟେମ୍ବର ୨: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନସେସ୍ ଆଣ୍ଡ ସମ୍ ହସ୍ପିଟାଲ ର ଡାଇବେଟିସ୍ ଓ ଏଣ୍ଡୋକ୍ରିନୋଲଜି ବିଭାଗକୁ ଅଭିନବ ଗବେଷଣା ନିମନ୍ତେ ନିକଟରେ ଲକ୍ଷେ୍ମା ଠାରେ ଅନୁଷ୍ଠିତ ଆମେରିକାନ୍ କଲେଜ ଅଫ୍ ଫିଜିସିଆନସ୍‌ର ଇଣ୍ଡିଆ ଚ୍ୟାପ୍ଟର ସମ୍ମିଳନୀରେ ପ୍ରଥମ ପୁରସ୍କାର ପ୍ରଦାନ କରାଯାଇଛି । ‘ଆସେସମେଂଟ ଅଫ୍ ହାଇପୋଗୋନାଡିଜମ ଆଣ୍ଡ ଇଟସ ଡିଟରମିନାଂଟସ୍ ଆମଙ୍ଗ ଆଡଲଟ ମେନ ଉଇଥ ଟାଇପ-୨ ଡାଇବେଟିସ୍ ମେଲିଟସ’ ଶୀର୍ଷକ ଏହି ଗବେଷଣା ପ୍ରସୂତ ସନ୍ଦର୍ଭକୁ ଏହି ସମ୍ମାନ ମିଳିଛି । ବିଭାଗର ପ୍ରଫେସର ଜୟଶ୍ରୀ ସ୍ୱାଇଁଙ୍କ ତତ୍ୱାବଧାନରେ ଡିଏମ୍ ଏଣ୍ଡୋକ୍ରିନୋଲଜି ରେସିଡେଂଟ ଡାକ୍ତର ଜସ୍‌ପ୍ରୀତ ସିଂହ ଏହି ସନ୍ଦର୍ଭ ପ୍ରସ୍ତୁତ କରିଥିଲେ।
    ଏହି ବିଭାଗ ଗତବର୍ଷ ମଧ୍ୟ ସବୁଠାରୁ ଶ୍ରେଷ୍ଠ ସନ୍ଦର୍ଭ ନିମନ୍ତେ ଏହି ସମ୍ମିଳନୀରେ ସମ୍ମାନିତ ହୋଇଥିଲା ବୋଲି ପ୍ରଫେସର ସ୍ୱାଇଁ କହିଛନ୍ତି । ବିଭାଗ ପକ୍ଷରୁ ଡାଇବେଟିସ ସଂକ୍ରାନ୍ତିୟ ଅନେକ ଗୁଡିଏ ଗବେଷଣା ପ୍ରସୂତ ସନ୍ଦର୍ଭ ପ୍ରସ୍ତୁତ କରାଯାଇଥିଲା ଯାହା ସ୍ୱାସ୍ଥ୍ୟସେବା ମହଲରେ ଉଚ୍ଚ ପ୍ରଶଂସିତ ହୋଇଥିଲା । ଏହା ମଧ୍ୟ ୨୦୨୩ରେ ଇଂଟରନ୍ୟାସନାଲ ୍ ଡାଇବେଟିସ୍ ଫେଡେରେସନ୍ ସମ୍ମିଳନୀରେ ପ୍ରଥମ ପୁରସ୍କାର ଲାଭ କରିଥିଲା । ଏହି ବିଭାଗରେ ଡାଇବେଟିସ୍ ଉପରେ ହେଉଥିବା ଗବେଷଣା ତଥା ଜଟିଳ ଚିକିତ୍ସା ନିମନ୍ତେ ଅଭିନବ ଉପାୟ ଅବଲମ୍ବନ ଦୃଷ୍ଟି ଆକର୍ଷଣ କରିପାରିଛି ବୋଲି ପ୍ରଫେସର ସ୍ୱାଇଁ କହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    28.1 ° C
    28.1 °
    28.1 °
    42 %
    2kmh
    93 %
    Tue
    38 °
    Wed
    39 °
    Thu
    40 °
    Fri
    39 °
    Sat
    41 °

    ସମ୍ବନ୍ଧିତ