Sunday, March 22, 2026
20.3 C
Odisha

    ସରକାରଙ୍କୁ ନବୀନଙ୍କ କଡ଼ା ସମାଲୋଚନା: ‘ବଜେଟ୍ ଗେମ୍ ଚେଞ୍ଜର ନୁହେଁ, ନେମ୍ ଚେଞ୍ଜର’

    ଆଗକୁ ପଢନ୍ତୁ

    ଭୁବନେଶ୍ୱର:ଆଜି ଗୃହରେ ବଜେଟ ଆଲୋଚନା ସମୟରେ ବିଜେପି ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ବିଜେଡିର ୮୦ ପ୍ରତିଶତ ଯୋଜନାକୁ ଆପଣାଇଥିବାକୁ ନୂଆ ସରକାରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ନବୀନ। ବଜେଟରେ ପରିବର୍ତ୍ତନ ଦେଖୁଛି। ଯେପରି କେବଳ ନାଁ ପରିବର୍ତ୍ତନ ହୋଇଛି। ଏହା ଗେମ ଚେଞ୍ଜର ନୁହେଁ, ନେମ ଚେଞ୍ଜର ବୋଲି ନବୀନ କହିଛନ୍ତି।

    ନବୀନ କହିଛନ୍ତି ଯେ, ଏହି ଯୋଜନା ଗୁଡିକର ରୂପରେଖ ବିଜେଡି ପ୍ରସ୍ତୁତ କରିଥିଲା। ବାକି ୨୦ ପ୍ରତିଶତ ସରକାର ପ୍ରତିଶ୍ରୁତି ଉପରେ କହୁଛନ୍ତି। ୦.୨୯ % ଇସ୍ତାହାର ପ୍ରତିଶ୍ରୁତି ଦେଇଛି ‘ସୁଭଦ୍ରା’ ଜରିଆରେ। ୨ କୋଟିରୁ ଅଧିକ ମହିଳା ଅଛନ୍ତି। ଏହା ପୂରଣ କରିବାକୁ ୧ ଲକ୍ଷ କୋଟି ଦରକାର। ହେଲେ ୧୦ ହଜାର କୋଟି ବଜେଟରେ ଅଛି। ଯାହା କେବଳ ୧୦ ପ୍ରତିଶତ ମହିଳାଙ୍କୁ ସୁବିଧା ଦେବ। ବାକିଙ୍କ କଣ ହେବ ବୋଲି ନୀବନ ପ୍ରଶ୍ନ କରିଛନ୍ତି। ୮୦ ବର୍ଷରୁ ଅଧିକ ଲୋକ ପାଇବେ ବର୍ଦ୍ଧିତ ପେନସନ। ହେଲେ ୬୦ ରୁ ୮୦ ବର୍ଷ ଲୋକଙ୍କର କଣ ହେବ। ଏଥିପାଇଁ ୨୧ ହଜାର କୋଟି ଦରକାର। MSP ୩୧୦୦ କହିଲେ। ବଜେଟରେ ୩୦% ମଧ୍ୟ ଚାଷୀ ସୁବିଧା ପାଇବେନି। ବାକି ଚାଷୀଙ୍କ କଣ ହେବ ବୋଲି ନବୀନ ପ୍ରଶ୍ନ କରିଛନ୍ତି। ମାଗଣା ବିଦ୍ୟୁତ କେମିତି ଦେବ। ଓଡ଼ିଶାର ୩ ଲକ୍ଷ ଘର ପାଇବେ। ୧ କୋଟି ଘର ଓଡ଼ିଶାରେ ଅଛି। ଏହା କଣ ମାଗଣା ବିଜୁଳି ପ୍ରତିଶୃତି ? ମୁଁ ଚ୍ୟାଲେଞ୍ଜ ଦେଉଛି ଯେ ଆଗାମୀ ୫ ବର୍ଷରେ ବିଜେପି ୫% ଘରକୁ ବି ମାଗଣା ଦେଇ ପାରିବ ନାହିଁ। ଲୋକେ ଜୁଲାଇରୁ ମାଗଣା ବିଲ ଅପେକ୍ଷାରେ ଅଛନ୍ତି। ଆପଣ ଲୋକଙ୍କୁ ଠକିଛନ୍ତି। ୨୫ ଲକ୍ଷ ଲକ୍ଷପତି ଦିଦିଙ୍କ କଥା କହିଥିଲା ବିଜେପି। ଏଥିପାଇଁ ୨୦ ହଜାର କୋଟି ବଜେଟ ଦରକାର। ଏହା ହୋଇ ପାରିବ ନାହିଁ। ଆପଣଙ୍କ ଦଳ ଜୁମଲା ପାର୍ଟି ଭାବେ ପ୍ରସିଦ୍ଧ। ପ୍ରତିଶୃତି ପାଳନ ନ କଲେ, ଲୋକେ ଆଶା ହରାଇବେ। ପ୍ରାର୍ଥନା କରୁଛି ଯେ ଲୋକେ ନ ଭାବନ୍ତୁ ଯେ ମିଛ କହି ଆପଣ ଜିତିଛନ୍ତି। ଏପରି କହି ବିଜେପି ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    20.3 ° C
    20.3 °
    20.3 °
    44 %
    1.3kmh
    13 %
    Sun
    33 °
    Mon
    34 °
    Tue
    37 °
    Wed
    38 °
    Thu
    40 °

    ସମ୍ବନ୍ଧିତ