Wednesday, September 16, 2026
24.5 C
Odisha

    ସରକାରଙ୍କ ଚେତାବନୀ! ମୋବଇଲ ଥିଲେ ସାବଧାନ

    ଆଗକୁ ପଢନ୍ତୁ

    ସରକାର ଏବଂ ଟେଲିକମ କମ୍ପାନୀଗୁଡିକ ସାଇବର ଫ୍ରଡ ଏବଂ ଅନଲାଇନ ସ୍କାମରୁ ଲୋକଙ୍କୁ ବଞ୍ଚାଇବା ଲାଗି ପ୍ରୟାସରତ ଅଛନ୍ତି। ସରକାର ସମୟ ସମୟରେ ଲୋକଙ୍କୁ ସଚେତନ କରାଇବା ସହ ଠକାମି ଘଟଣାକୁ ରୋକିବା ପାଇଁ ତାଙ୍କ ସ୍ତରରେ ମଧ୍ୟ ଅନେକ କାର୍ଯ୍ୟ କରନ୍ତି। କିଛି ଦିନ ପୂର୍ବରୁ ସରକାରଙ୍କ ଦ୍ଵାରା କିଛି ନମ୍ବର ଜାରି କରାଯାଇଥିଲା ଏବଂ ଲୋକଙ୍କୁ ଏହି ନମ୍ବରରୁ ଆସୁଥିବା କଲର ଉତ୍ତର ନଦେବାକୁ କୁହାଯାଇଥିଲା। ଏଗୁଡ଼ିକ ହେଉଛି କିଛି ଆନ୍ତର୍ଜାତୀୟ ନମ୍ବର, ଯାହା ଲୋକମାନଙ୍କୁ ଠକିବା ପାଇଁ ଆସିଥାଏ।ଏହାରି ମଧ୍ୟରେ ସରକାରଙ୍କ ପକ୍ଷରୁ ୧୨୦ କୋଟି ମୋବାଇଲ ୟୁଜର୍ସଙ୍କ ପାଇଁ ଏକ ବଡ଼ ଚେତାବନୀ ଜାରି କରାଯାଇଛି। ସରକାର କିଛି ଭିନ୍ନ ନମ୍ବରରୁ କଲ ଆସିବା ନେଇ ମୋବାଇଲ ୟୁଜର୍ସଙ୍କୁ ସାବଧାନ ରହିବାକୁ କହିଛନ୍ତି।ଏହାପୂର୍ବରୁ ମଧ୍ଯ ଡଟ ଏଭଳି ନମ୍ୱରରୁ ଆସୁଥିବା କଲ ପ୍ରତି ଗ୍ରାହକଙ୍କୁ ସତର୍କ କରାଇଛି । ସୋସିଆଲ ମିଡିଆ ଏକ୍ସ ( ପୂର୍ବର ଟ୍ୱିଟର) ରେ ଡଟ +77, +89, +86,+87 ତଥା+84 ରୁ ଆସୁଥିବା ଅନ୍ତର୍ଜାତୀୟ କଲରୁ ଗ୍ରାହକ ତଥା ମୋବାଇଲ ବ୍ଯବହାରକାରୀଙ୍କୁ ସାବଧାନ ଓ ସତର୍କ ରହିବା ପାଇଁ ଚେତାବନୀ ଜାରି କରିଥିଲା ।ବିଭାଗ କହିଛି ଯେ ଯଦି କାହାକୁ ଏଭଳି ନମ୍ବରରୁ କଲ୍ ଆସୁଛି , ତେବେ sancharsaathi.gov.in ରେ ଏହା ବିଷୟରେ ସୂଚନା ଦିଅନ୍ତୁ ଏବଂ ବିଭାଗକୁ ଏହିପରି ନମ୍ବର ବ୍ଲକ କରିବାରେ ଏବଂ ଅନ୍ୟମାନଙ୍କୁ ବଞ୍ଚାଇବାକୁ ସାହାଯ୍ୟ କରନ୍ତୁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    24.5 ° C
    24.5 °
    24.5 °
    86 %
    1kmh
    38 %
    Wed
    31 °
    Thu
    31 °
    Fri
    28 °
    Sat
    30 °
    Sun
    31 °

    ସମ୍ବନ୍ଧିତ