Sunday, October 4, 2026
30.6 C
Odisha

    ସରକାରଙ୍କ ବଡ଼ ପଦକ୍ଷେପ, ସୁପ୍ରିମକୋର୍ଟରେ ବଢ଼ିବ ବିଚାରପତି ସଂଖ୍ୟା

    ଆଗକୁ ପଢନ୍ତୁ

    ନୂଆଦିଲ୍ଳୀ  : ସୁପ୍ରିମକୋର୍ଟରେ ବଢ଼ିବ ବିଚାରପତି ସଂଖ୍ୟା । ସୁପ୍ରିମକୋର୍ଟରେ ବିଚାରପତିଙ୍କ ସଂଖ୍ୟା ବୃଦ୍ଧି ପାଇଁ ଆଣାଯାଇଥିବା ସୁପ୍ରିମକୋର୍ଟ (ବିଚାରପତି ସଂଖ୍ୟା) ସଂଶୋଧନ ବିଲ୍ ୨୦୨୬କୁ ସୋମବାର ଲୋକସଭାରେ ବାଚନିକା ଭୋଟରେ ପାରିତ ହୋଇଛି। ବିଲଟିକୁ ଆଇନ ଓ ନ୍ୟାୟମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଉପସ୍ଥାପନ କରିଥିଲେ। ଏହି ବିଲ୍ ଅନୁଯାୟୀ ସୁପ୍ରିମକୋର୍ଟର ଅନୁମୋଦିତ ବିଚାରପତି ସଂଖ୍ୟା ୩୪ରୁ ବଢ଼ି ୩୮ ହେବ। ଅର୍ଥାତ୍ ମୁଖ୍ୟ ବିଚାରପତିଙ୍କୁ ବାଦ ଦେଲେ ବିଚାରପତିଙ୍କ ସଂଖ୍ୟା ୩୩ରୁ ୩୭କୁ ବୃଦ୍ଧି ପାଇବ।

    ସରକାରଙ୍କ କହିବା ଅନୁସାରେ, ସୁପ୍ରିମକୋର୍ଟରେ ବର୍ଷ ବର୍ଷ ଧରି ରହିଥିବା ବିପୁଳ ସଂଖ୍ୟକ ମାମଲାର ଶୀଘ୍ର ସମାଧାନ ଏବଂ ନ୍ୟାୟିକ କାର୍ଯ୍ୟକ୍ଷମତା ବଢ଼ାଇବା ଲକ୍ଷ୍ୟରେ ଏହି ପଦକ୍ଷେପ ନିଆଯାଇଛି। ଏହାଦ୍ୱାରା ସାମ୍ବିଧାନିକ ବେଞ୍ଚ ସମେତ ବିଭିନ୍ନ ମାମଲାର ଶୁଣାଣି ଅଧିକ ଦ୍ରୁତ ହୋଇପାରିବ ବୋଲି ସରକାର ଆଶା କରୁଛନ୍ତି। ଏହି ବିଲ୍ ଟି ୧୯୫୬ର ସୁପ୍ରିମକୋର୍ଟ (ବିଚାରପତି ସଂଖ୍ୟା) ଆଇନରେ ସଂଶୋଧନ ଆଣୁଛି। ମେ’ ୨୦୨୬ରେ ଜାରି ହୋଇଥିବା ଅଧ୍ୟାଦେଶ ମାଧ୍ୟମରେ ବିଚାରପତି ସଂଖ୍ୟା ଅସ୍ଥାୟୀ ଭାବେ ବଢ଼ାଯାଇଥିଲା। ବର୍ତ୍ତମାନ ଏହି ବିଲ୍ ପାରିତ ହେବା ପରେ ସେହି ବ୍ୟବସ୍ଥାକୁ ସ୍ଥାୟୀ ରୂପ ଦିଆଯିବ। ତେବେ ବିଲ୍ ଟି ଆଇନରେ ପରିଣତ ହେବା ପାଇଁ ଏବେ ରାଜ୍ୟସଭାରେ ପାରିତ ହେବା ସହ ରାଷ୍ଟ୍ରପତିଙ୍କ ସମ୍ମତି ଆବଶ୍ୟକ।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.6 ° C
    30.6 °
    30.6 °
    51 %
    2.9kmh
    3 %
    Sun
    30 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ