Thursday, October 8, 2026
24.4 C
Odisha

    ସରପଞ୍ଚ ଲଗାଇଲେ ଷ୍ଟ୍ରିଟ ଲାଇଟ

    ଆଗକୁ ପଢନ୍ତୁ

    ଦାରିଙ୍ଗବାଡି   : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ସିମନବାଡି ପଞ୍ଚାୟତରେ ପ୍ରତି ମଙ୍ଗଳବାର ସାପ୍ତାହିକ ହାଟ ହେଉଛି। ଏହି ହାଟରେ ଭିଡ଼ ଜମୁଛି। ସନ୍ଧ୍ୟା ୮ଟା ପର୍ଯ୍ୟନ୍ତ ହାଟରେ ବ୍ୟବସାୟ ଚାଲୁଛି। ତେବେ ଜନଜାତି ହାଟ ପଦା ସମେତ ୫୯ନଂ ଜାତୀୟ ରାଜପଥର କଡ଼ରେ ବିଭିନ୍ନ ପୋଷାକ ଦୋକାନ ସମେତ ପନିପରିବା, ଶୁଖୁଆ, ମାଛ, ଚାଷୀ ଯନ୍ତ୍ରପାତି ସମେତ ଜଙ୍ଗଲଜାତୀୟ ସାମଗ୍ରୀ ବିକ୍ରିବଟା ହେଉଛି। ତେବେ ସନ୍ଧ୍ୟା ହେଲେ ହାଟରେ କିଣୁଥିବା ଗ୍ରାହକ ଅନ୍ଧାରରେ ହଇରାଣ ଭୋଗୁଥିଲେ। ଏହାର ଆଶୁ ସମାଧାନ ପାଇଁ ମଙ୍ଗଳବାର ସନ୍ଧ୍ୟାରେ ସ୍ଥାନୀୟ ସରପଞ୍ଚ ଅମିତା ପ୍ରଧାନ ବଡ଼ ପଦକ୍ଷେପ ନେଇଛନ୍ତି। ସେ ଜରୁରୀ ଭାବେ ଷ୍ଟ୍ରିଟ ଲାଇଟ ପଞ୍ଚାୟତ ପାଣ୍ଠିରୁ ଲଗାଇଛନ୍ତି। ଏବେ ୨ଟି ଲାଗିଥିବା ବେଳେ ଆସନ୍ତା ସାପ୍ତାହିକ ହାଟ ପୂର୍ବରୁ ହାଟ ଅଞ୍ଚଳକୁ ସମ୍ପୂର୍ଣ୍ଣ ଆଲୋକ ବ୍ୟବସ୍ଥା କରାଯିବ ବୋଲି ସରପଞ୍ଚଙ୍କ ପ୍ରତିନିଧି ପରମେ ପ୍ରଧାନ କହିଛନ୍ତି।

    ସେ କହିଛନ୍ତି, ସିମନବାଡିରେ ଦୀର୍ଘ ୪୦ ବର୍ଷ ପରେ ହାଟ ଖୋଲାଯାଇଛି। ୫ ସପ୍ତାହ ହାଟ ସଫଳତାର ସହ ଅନୁଷ୍ଠିତ ହୋଇଛି। ଏଠାକୁ ଅଧିକ ଗ୍ରାହକ ଆସୁଥିବା ସେ କହିଛନ୍ତି। ତେଣୁ ଯାହା ମୌଳିକ ସୁବିଧା ଦରକାର ତାହା କରାଯିବ ଏଥିସହ ସୋଲାର ଷ୍ଟ୍ରିଟ ଲାଇଟକୁ ଶୀଘ୍ର ସଚଳ କରିବାକୁ ବଣିକ ସଙ୍ଘ ଜିଲାପାଳଙ୍କୁ ଜଣାଇଛନ୍ତି। ଉକ୍ତ ଲାଇଟ ମରାମତି ହେଲେ ଆହୁରି ଭଲ ହେବ ବୋଲି ସେ କହିଛନ୍ତି।
    ପ୍ରକାଶ ଯେ, ଗୋପାଳପୁର-ରାଇପୁରକୁ ସଂଯୋଗ କରୁଥିବା ୫୯ନଂ ଜାତୀୟ ରାଜପଥର ବାଲିଗୁଡାଠାରୁ ଦାରିଙ୍ଗବାଡି ପର୍ଯ୍ୟନ୍ତ ପ୍ରାୟ ୩ ଶହରୁ ଉର୍ଦ୍ଧ୍ୱ ସୋଲାର ପ୍ୟାନେଲ ଥିବା ଷ୍ଟ୍ରିଟ ଲାଇଟ ଗୁଡିକ ଲାଗିବାର ଅଳ୍ପ ଦିନ ମଧ୍ୟରେ ଅଚକ ହୋଇଗଲା। ଏନେଇ ସମ୍ପୃକ୍ତି ଠିକା ସଂସ୍ଥା ଆରକେଡ଼ି ପକ୍ଷରୁ ରକ୍ଷଣବେକ୍ଷଣ ଅଭାବରୁ ତାହା ଅଚକ ହୋଇଥିଲା। ଜିଲାପ୍ରଶାସନଠାରୁ ଆରମ୍ଭ କରି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା ଦାରିଙ୍ଗବାଡିକୁ ଆସିବାବେଳେ ସ୍ଥାନୀୟ ଲୋକଙ୍କ ଅଭିଯୋଗ କ୍ରମେ ଠିକା ସଂସ୍ଥାର ମୁଖିଆଙ୍କୁ ଫୋନ ଯୋଗେ ଶୀଘ୍ର ଆଲୁଅ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଥିଲେ ହେଲେ ଫଳ ଶୂନ। ଆଜି ପର୍ଯ୍ୟନ୍ତ ଷ୍ଟ୍ରିଟ ଆଲୁଅକୁ ମରାମତି କରାଯାଇପାରିନଥିବା ଜଣାପଡିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.4 ° C
    24.4 °
    24.4 °
    79 %
    0.5kmh
    0 %
    Thu
    30 °
    Fri
    30 °
    Sat
    30 °
    Sun
    30 °
    Mon
    30 °

    ସମ୍ବନ୍ଧିତ