Monday, September 28, 2026
23.1 C
Odisha

    ସସପେନ୍ସ ମୋଡରେ ତାମିଲନାଡୁ ରାଜନୀତି, ଗାଦି ଦଖଲ କରିପାରିବେ କି ଥାଲାପତି ବିଜୟ ?

    ଆଗକୁ ପଢନ୍ତୁ

    ତାମିଲନାଡୁ : ‘ସସପେନ୍ସ ଥ୍ରୀଲର’ ମୋଡ୍ ରେ! ତାମିଲନାଡୁ ରାଜନୀତି । ଥାଲାପତି ବିଜୟଙ୍କ TVK ସବୁଠୁ ବଡ଼ ଦଳ ଭାବେ ଉଭା ହୋଇଥିଲେ ବି ଗାଦି ଦଖଲ ପାଇଁ ଅଙ୍କ ମିଳୁନି । ଗତ ୧୨ ଘଣ୍ଟା ମଧ୍ୟରେ ଘଟିଥିବା ହଲଚଲର ଉପରେ ନଜର ପକାଇବା । ଗତ ୨୪ ଘଣ୍ଟା ମଧ୍ୟରେ ବିଜୟ ଦ୍ୱିତୀୟ ଥର ପାଇଁ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଅର୍ଲେକରଙ୍କୁ ଭେଟି ସରକାର ଗଠନ ପାଇଁ ଦାବି କରିଛନ୍ତି । ତେବେ ଶପଥ ଗ୍ରହଣ ପାଇଁ ଅନୁମତି ଦେବା ପୂର୍ବରୁ ବିଜୟଙ୍କୁ ୧୧୮ ଜଣ ବିଧାୟକଙ୍କ ସମର୍ଥନର ଲିଖିତ ପ୍ରମାଣ ଦେବାକୁ ପଡ଼ିବ ବୋଲି ରାଜ୍ୟପାଳ ସ୍ପଷ୍ଟ କରିଛନ୍ତି । ବିଜୟଙ୍କ TVK ପାଖରେ ୧୦୮ ସିଟ୍ ଅଛି। କଂଗ୍ରେସର ୫ ବିଧାୟକଙ୍କୁ ମିଶାଇଲେ ମଧ୍ୟ ଏହା ୧୧୩ ରେ ପହଞ୍ଚୁଛି। ଯାହା ବହୁମତଠାରୁ ୫ ସିଟ୍ କମ୍। ଶେଷ ଖବର ଅନୁସାରେ, ବିଜୟ ଏବେ ଟିଟିଭି ଦିନାକରନଙ୍କ AMMK ସହ ଯୋଗାଯୋଗ କରି ଗୋଟିଏ ବିଧାୟକଙ୍କ ସମର୍ଥନ ହାସଲ କରିବାକୁ ଚେଷ୍ଟା କରୁଛନ୍ତି ।

    ଏପଟେ ନିଜ ପୁରୁଣା ସହଯୋଗୀ କଂଗ୍ରେସ ଏବେ ବିଜୟଙ୍କୁ ସମର୍ଥନ କରୁଥିବାରୁ, DMK ଏହାକୁ “ବିଶ୍ୱାସଘାତକତା” ବୋଲି କହିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ଇ.ପି.ଏସ୍ (EPS) ନିଜ ବିଧାୟକଙ୍କୁ ଏକଜୁଟ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। AIADMK ଏବେ Wait and Watch ନୀତି ଆପଣେଇଛି। VCK ଓ ବାମପନ୍ଥୀ ଦଳମାନେ ଏପର୍ଯ୍ୟନ୍ତ ବିଜୟଙ୍କୁ ସମର୍ଥନ ଦେବା ନେଇ କୌଣସି ସ୍ପଷ୍ଟ ନିଷ୍ପତ୍ତି ନେଇନାହାନ୍ତି । ଏସବୁ ଭିତରେ ନିଜ ଗଡ଼ କୋଲାଥୁରରେ ପରାଜୟ ପରେ ବି ଷ୍ଟାଲିନ ତାଙ୍କର ୫୯ ବିଧାୟକଙ୍କ ସହ ବୈଠକ କରି ନିଜ ଦଳକୁ ଭାଙ୍ଗିବାରୁ ରକ୍ଷା କରିବାକୁ ଚେଷ୍ଟା କରୁଛନ୍ତି। ତେବେ ବିଜୟଙ୍କ ଯୁକ୍ତି ହେଉଛି, ସବୁଠୁ ବଡ଼ ଦଳ ଭାବେ ତାଙ୍କୁ ସରକାର ଗଠନ ପାଇଁ ସୁଯୋଗ ମିଳୁ । ସେ ବିଧାନସଭାରେ ନିଜର ବହୁମତ ପ୍ରମାଣ କରିବେ। ସରକାର ଗଠନରେ ବିଳମ୍ବକୁ ନେଇ TVK କର୍ମୀମାନେ ତାମିଲନାଡୁର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ତାମିଲନାଡୁ ସରକାର ଗଠନ ଏବେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ବିଜୟଙ୍କ ପାଖରେ ଜନମତ ଅଛି, କିନ୍ତୁ ବିଧାନସଭାରେ ଆବଶ୍ୟକ ସଂଖ୍ୟା ପାଇଁ ଏବେ ବି ଟଣାଓଟରା ଜାରି ରହିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.1 ° C
    23.1 °
    23.1 °
    91 %
    0.9kmh
    9 %
    Mon
    29 °
    Tue
    30 °
    Wed
    30 °
    Thu
    29 °
    Fri
    29 °

    ସମ୍ବନ୍ଧିତ