Friday, October 2, 2026
30.6 C
Odisha

    ସାଇକେଲ ରଖିବାକୁ ନେଇ ଝଗଡ଼ା: ଛାତ୍ରାକୁ କଟୁରିରେ ହାଣିଲା ଛାତ୍ର

    ଆଗକୁ ପଢନ୍ତୁ

    ଅନୁଗୁଳ: ଅନୁଗୁଳ: ଦଶମ ଶ୍ରେଣୀ ଛାତ୍ରର କଟୁରି ଚୋଟରେ ନବମ ଶ୍ରେଣୀ ଛାତ୍ର ଆହତ। ସ୍କୁଲ ଛୁଟି ବେଳେ ଏଭଳି ଘଟଣା ଘଟିଥିବା ବେଳେ ସାଇକେଲ ଷ୍ଟାଣ୍ଡରେ ସାଇକେଲ ରଖିବାକୁ ନେଇ ଏଭଳି ଘଟଣା ଘଟିଥିବା ଜଣା ପଡ଼ିଛି ।

    ସୂଚନା ଅନୁସାରେ, ଅନୁଗୁଳ ସରକାରୀ ଉଚ୍ଚ ବିଦ୍ୟାଳୟରେ ରାଧାରମଣପଡା ଅଞ୍ଚଳର ଜଣେ ନବମ ଶ୍ରେଣୀର ଛାତ୍ର ଓ ହାତିଶାଳପଡା ଅଞ୍ଚଳର ଦଶମ ଶ୍ରେଣୀରେ ପଢ଼ୁଥିବା ଜଣେ ଛାତ୍ରଙ୍କ ମଧ୍ୟରେ କିଛିଦିନ ପୂର୍ବରୁ ସାଇକେଲ ଷ୍ଟାଣ୍ଡରେ ସାଇକେଲ ରଖିବାକୁ ନେଇ ଝଗଡା ହୋଇଥିଲା। ତେବେ ଆଜି ସ୍କୁଲ ଛୁଟି ହେବା ପରେପରେ ସ୍କୁଲ ଫାଟକ ଆଗରେ ନବମ ଶ୍ରେଣୀ ଛାତ୍ର ଜଣଙ୍କ ଘରକୁ ଯାଉଥିବା ବେଳେ ତାଙ୍କୁ ହଠାତ ଏକ କଟୁରିରେ ଦଶମ ଶ୍ରେଣୀ ଛାତ୍ର ଜଣଙ୍କ ଆକ୍ରମଣ କରିଥିଲ । ମୁଣ୍ଡରେ କଟୁରି ଚୋଟ ବାଜିବା ଫଳରେ ନବମ ଶ୍ରେଣୀ ଛାତ୍ର ଜଣଙ୍କ ତଳେ ପଡି ଯିବାରୁ ଆକ୍ରମଣକାରୀ ଛାତ୍ର ଜଣଙ୍କ ଦୌଡ଼ି ପଳାଇଥିଲେ। ସ୍କୁଲର ଅନ୍ୟ ଛାତ୍ର ମାନେ ଗୁରୁତର ଅବସ୍ଥାରେ ନବମ ଶ୍ରେଣୀ ଛାତ୍ରଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଖବର ପାଇ ପରିବାର ଲୋକ ଡାକ୍ତରଖାନାରେ ପହଞ୍ଚିବା ସହ ଚିକିତ୍ସା ପରେ ଅନୁଗୁଳ ଥାନାରେ ଏ ନେଇ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ଘଟଣାର ତଦନ୍ତ କରୁଥିବା ବେଳେ ଏଭି ଘଟଣା ସହରରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    30.6 ° C
    30.6 °
    30.6 °
    57 %
    2.7kmh
    31 %
    Fri
    30 °
    Sat
    30 °
    Sun
    30 °
    Mon
    31 °
    Tue
    31 °

    ସମ୍ବନ୍ଧିତ