Friday, February 7, 2025
21.2 C
Odisha

    ସାଇବର ଠକେଇ ରୋକିବାକୁ ରିଜର୍ଭ ବ୍ୟାଙ୍କର ନୂଆ ଉପାୟ

    ଆଗକୁ ପଢନ୍ତୁ

    ମୁମ୍ବାଇ : ଦେଶରେ ସାଇବର ଠକେଇ ମାମଲା ବଢିଚାଲିଛି । ବ୍ୟାଙ୍କମାନେ ଯେତେ ସୁରକ୍ଷା ବ୍ୟବସ୍ଥା କଲେ ବି ଚୋରମାନେ ଅଭିନବ ଉପାୟ ବାହାର କରି ଲୋକମାନଙ୍କୁ ଠକିବାରେ ଲାଗିଛନ୍ତି । ଏବେ ସାଇବର ଠକେଇ ରୋକିବାକୁ ରିଜର୍ଭ ବ୍ୟାଙ୍କ କେତେକ ନୂଆ ପଦକ୍ଷେପ ଘୋଷଣା କରିଛି । ଶୁକ୍ରବାର ରିଜର୍ଭ ବ୍ୟାଙ୍କର ଦ୍ବିମାସିକ ଋଣନୀତି ସମୀକ୍ଷା ଘୋଷଣା ସମୟରେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ସଂଜୟ ମାଲହୋତ୍ରା ଏସବୁ ପଦକ୍ଷେପ ସମ୍ପର୍କରେ ଘୋଷଣା କରିଛନ୍ତି ।
    ପ୍ରଥମ ପଦକ୍ଷେପଟି ହେଉଛି ସମସ୍ତ ବ୍ୟାଙ୍କଗୁଡ଼ିକ ପାଇଁ ଏକ ସ୍ବତନ୍ତ୍ର ପ୍ରକାରର ଇଣ୍ଟରନେଟ୍ ଡୋମେନ ନେମ ବ୍ୟବହାର କରାଯିବ । ଏହି ଡୋମେନର ନାଁ ହେଉଛି ବ୍ୟାଙ୍କ ଡଟ୍ ଇନ୍ (bank.in) । ଆସନ୍ତା ଏପ୍ରିଲ ମାସରୁ ଏହି ଡୋମେନ ନାମ ପାଇଁ ପଂଜୀକରଣ ଆରମ୍ଭ ହେବ । ଏବେ ବ୍ୟାଙ୍କମାନେ ନିଜ ଓ୍ବେବସାଇଟ ପାଇଁ ଡଟ୍ ଇନ କିମ୍ବା ଡଟ୍ କମ ଡୋମେନ ବ୍ୟବହାର କରୁଛନ୍ତି । କିନ୍ତୁ ସାଇବର ଠକମାନେ ସମାନ ପରି ଦେଖାଯାଉଥିବା ଡୋମେନ ବ୍ୟବହାର କରି ଠକେଇ କରୁଛନ୍ତି । ଏସବୁ ଓ୍ବେବସାଇଟ ଗୁଡ଼ିକୁ ହଠାତ୍ ଦେଖିଲେ ବ୍ୟାଙ୍କଗୁଡ଼ିକର ଅଫିସିଆଲ ଓ୍ବେବସାଇଟ ପରି ଦେଖାଯାଏ । ଏଣୁ ଏହା ମାଧ୍ୟମରେ ସେମାନଙ୍କୁ ଠକେଇ କରିବା ସହଜ ହୋଇଥାଏ । କିନ୍ତୁ ନୂଆ ବ୍ୟାଙ୍କ ଡଟ ଇନ ଡୋମେନ ଲାଗୁ ହେବା ପରେ ବ୍ୟାଙ୍କଗୁଡ଼ିକର ଓ୍ବେବସାଇଟଗୁ଼ଡିକ ଅଧିକ ସୁରକ୍ଷିତ ହୋଇପାରିବ ।

    ସାଇବର ଠକେଇ ରୋକିବାକୁ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଆଉ ଏକ ପଦକ୍ଷେପ ଗ୍ରହଣ କରାଯାଇଛି । ତାହାହେଉଛି ଅନ୍ତର୍ଜାତୀୟ ଡିଜିଟାଲ ନେଣଦେଣ ପାଇଁ ଆଡିସନାଲ ଫାକ୍ଟର ଅଫ ଅଥେଣ୍ଟିକେସନ ( ଏଏଫଏ) ବ୍ୟବହାର କରାଯିବ । ପୂର୍ବରୁ ଘରୋଇ ଡିଜିଟାଲ ନେଣଦେଣ ପାଇଁ ଏହାକୁ ଲାଗୁ କରାଯାଇଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.2 ° C
    21.2 °
    21.2 °
    33 %
    1.7kmh
    0 %
    Fri
    21 °
    Sat
    32 °
    Sun
    33 °
    Mon
    35 °
    Tue
    36 °

    ସମ୍ବନ୍ଧିତ