Thursday, September 10, 2026
24.6 C
Odisha

    ସାଇବର ଥାନାରେ ଖୋଲିବ ଫୋରେନ୍‌ସିକ ୟୁନିଟ୍‌

    ଆଗକୁ ପଢନ୍ତୁ

    ଭୁବନେଶ୍ବର : ସାଇବର ଅପରାଧୀଙ୍କ ପଞ୍ଝାରେ ଓଡ଼ିଶା। ସାଇବର ଠକେଇ କମୁନି, ଠକ ବି ଧରାପଡ଼ୁ ନାହାନ୍ତି। କିଛି ହାତ ଗଣତି ମାମଲା ଛାଡ଼ି ଦେଲେ ଏକ ତୃତୀୟାଂଶ ଠକେଇ ଘଟଣାରେ ପୁଲିସର ତଦନ୍ତ ଧିମା ରହିଛି। ଏଣିକି ସାଇବର ତଦନ୍ତକୁ ଆହୁରି ଶାଣିତ କରିବା ଲାଗି ରାଜ୍ୟର ୩୪ଟି ସାଇବର ଥାନାରେ ଫୋରେନ୍‌ସିକ୍ ୟୁନିଟ୍‌ ସ୍ଥାପନ ହେବ। ଏନେଇ ପୁଲିସ ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିରେ ୧୭୦ଜଣ ସାଇବର ବିଶେଷଜ୍ଞଙ୍କୁ ନିଯୁକ୍ତି ଦିଆଯିବ। ସେମାନେ ପରୀକ୍ଷାଗାରରେ ବିଭିନ୍ନ ବିଶ୍ଲେଷଣ କରିବେ। ପରୀକ୍ଷାଗାରରେ ଇଲେକ୍ଟ୍ରୋନିକ ପ୍ରମାଣ ବିଶ୍ଳେଷଣ କରିବା, ଡିଲିଟ୍‌ ହୋଇଥିବା ତଥ୍ୟ ପୁନରୁଦ୍ଧାର, ଡିଜିଟାଲ ପ୍ରମାଣପତ୍ର ଆଦି କାର୍ଯ୍ୟ କରାଯିବ। ଏହାଦ୍ବାରା ତଦନ୍ତ ଓ ମାମଲା ପରିଚାଳନା କ୍ଷମତା ବୃଦ୍ଧି ସହ ସାଇବର ଅପରାଧୀଙ୍କୁ ଚିହ୍ନଟ ସୁବିଧା ହେବ। ଏହି ପରୀକ୍ଷାଗାରଗୁଡ଼ିକୁ ଆଇଟି ହାର୍ଡୱେର୍, ଫୋରେନ୍‌ସିକ୍ ଉପକରଣ, ଲାଇସେନ୍ସପ୍ରାପ୍ତ ସଫ୍ଟୱେର୍ ଆଦି ଯୋଗାଇ ଦିଆଯିବ। ଖୁବ୍‍ଶୀଘ୍ର ସାଇବର ଥାନାଗୁଡ଼ିକରେ ଫୋରେନ୍‌ସିକ୍ ପରୀକ୍ଷାଗାର କାର୍ଯ୍ୟକ୍ଷମ ହେବ ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି। ଭୁବନେଶ୍ୱରସ୍ଥିତ କ୍ରାଇମ୍‌ବ୍ରାଞ୍ଚର ସାଇବର କମ୍ପ୍ଲେକ୍ସରେ ଏକ କେନ୍ଦ୍ରୀୟ ସାଇବର ଫୋରେନ୍‌ସିକ୍ ପରୀକ୍ଷାଗାର ପ୍ରତିଷ୍ଠା କରାଯିବ। କେନ୍ଦ୍ରୀୟ ପରୀକ୍ଷାଗାର ଉଚ୍ଚମାନର ଫୋରେନ୍‌ସିକ୍ ଉପକରଣ ଓ ସର୍ଭର ରହିବ। ସାଇବର ଅପରାଧ ତଦନ୍ତ ପାଇଁ ଆବଶ୍ୟକ ହାର୍ଡୱେର୍, ସଫ୍ଟୱେର ଓ ଭିତ୍ତିଭୂମି ଯୋଗାଇ ଦିଆଯିବ। ସେହିପରି ଫୋରେନ୍‌ସିକ ୟୁନିଟ୍‌କୁ ସୁଦୃଢ଼ କରିବାକୁ ଗୁରୁତ୍ବ ଦିଆଯାଉଛି। ସାଇବର ଫୋରେନ୍‌ସିକ୍‌, ଡିଜିଟାଲ ତଦନ୍ତ, ସାଇବର ଆର୍ଥିକ ବିଶ୍ଳେଷଣ ଓ ସୂଚନା ପ୍ରଯୁକ୍ତିବିଦ୍ୟା ପ୍ରୟୋଗ କରି ପ୍ରମାଣ ଯୋଗାଡ଼ ଲାଗି ୧୭୦ ଜଣ ସାଇବର ବିଶେଷଜ୍ଞଙ୍କୁ ନିୟୋଜିତ ଲାଗି ରାଜ୍ୟ ସରକାର ଅନୁମୋଦନ କରିଛନ୍ତି।

     

    ସୂଚନାଯୋଗ୍ୟ, ଗତ ୧୬ମାସରେ ରାଜ୍ୟରେ ୨୨୨ କୋଟି ୯ଲକ୍ଷ ୭୮ହଜାର ୬୪୭ ଟଙ୍କା ଠକେଇ ହୋଇଛି। ୩୪୮୬ଟି ସାଇବର ଠକେଇ ଘଟଣାରେ ୭୨୭ ସାଇବର ଠକ ଗିରଫ ହୋଇଛନ୍ତି। ୧୦୪ ମାମଲାରେ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ୍‌ ଦାଖଲ କରାଯାଇଛି। ସାଇବର ଠକେଇ ହ୍ରାସ, ଗିରଫ ସଂଖ୍ୟା ବୃଦ୍ଧି ଓ ପ୍ରମାଣ ଯୋଗାଡ଼ କରି ଠକଙ୍କୁ ଦଣ୍ଡିତ ଲାଗି ଫୋରେନ୍‌ସିକ ୟୁନିଟ୍‌ ବଡ଼ ଭୂମିକା ତୁଲାଇବ ବୋଲି ଆଶା ରଖିଛି ଓଡ଼ିଶା ପୁଲିସ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.6 ° C
    24.6 °
    24.6 °
    93 %
    1.6kmh
    100 %
    Wed
    25 °
    Thu
    26 °
    Fri
    26 °
    Sat
    29 °
    Sun
    27 °

    ସମ୍ବନ୍ଧିତ