Tuesday, September 29, 2026
23.8 C
Odisha

    ସାଣ୍ଟା କ୍ଲଜ୍‌ଙ୍କ ପୋଷାକରେ କେଜ୍ରିୱାଲ: ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି(ଆପ୍ ) ଏବଂ ଅରବିନ୍ଦ କେଜ୍ରିୱାଲ ରାଜନୀତିରେ କୃତ୍ରିମ ଇଣ୍ଟେଲିଜେନ୍ସ(ଏଆଇ) ବ୍ୟବହାର କରୁଛନ୍ତି। ଆମ୍ବେଦକରଙ୍କ ଉପରେ ବିବାଦ ସମୟରେ, ଆପ୍ କେଜ୍ରିୱାଲଙ୍କୁ ଆଶୀର୍ବାଦ ଦେଉଥିବା ବିଆର ଆମ୍ବେଦକରଙ୍କ ଏକ ଏଆଇ ଭିଡିଓ ପ୍ରକାଶ କରିଥିଲା। ଏହା ପରେ ବିରୋଧୀ ସମର୍ଥକମାନେ ସମାନ ଭିଡିଓ ଏଡିଟ୍ କରି ଆଶୀର୍ବାଦକୁ ଏକ ଚାପୁଡ଼ାରେ ପରିଣତ କରିଥିଲେ। ଏବେ ସେହିଭଳି କିଛି ପୁନର୍ବାର ଘଟିବାକୁ ଯାଉଛି! ଭିଡିଓରେ ଅରବିନ୍ଦ କେଜ୍ରିୱାଲ ବଡ଼ଦିନରେ ସାଣ୍ଟା କ୍ଲଜ୍ ପୋଷାକରେ ଦିଲ୍ଲୀର ପିଲାମାନଙ୍କୁ ଶିକ୍ଷା, ମାସକୁ ୨୧୦୦ ଟଙ୍କା, ଡିଟିସି ବସ୍‌ରେ ମାଗଣା ଯାତ୍ରା, ନିକଟରେ ଆରମ୍ଭ ହୋଇଥିବା ସଞ୍ଜୀବନୀ ଯୋଜନା ଏବଂ ମାଗଣା ବିଦ୍ୟୁତ୍ ଉପହାର ପ୍ରଦାନ କରୁଥିବାର ଏହି ଭିଡିଓ ଦେଖିବାକୁ ମିଳୁଛି।
    ଗତ ସପ୍ତାହରେ ମଧ୍ୟ ଆମ୍ ଆଦମୀ ପାର୍ଟି ସମାନ ଏଆଇ ଭିଡିଓ ସେୟାର କରିଥିଲା। ଭିଡିଓରେ ବାବା ସାହେବ ଭୀମରାଓ ଆମ୍ବେଦକର ଦିଲ୍ଲୀର ଇଣ୍ଡିଆ ଗେଟ୍ ନିକଟରେ ଅରବିନ୍ଦ କେଜ୍ରିୱାଲଙ୍କୁ ଆଶୀର୍ବାଦ କରୁଥିବା ନଜର ଆସିଥିଲେ। ଆମ୍ବେଦକରଙ୍କ ଉପରେ ଅମିତ ଶାହଙ୍କ ମନ୍ତବ୍ୟକୁ ନେଇ ଉତ୍ତେଜନା ଦେଖାଦେଇଥିବା ବେଳେ ଆମ୍ ଆଦମୀ ପାର୍ଟି ଦ୍ୱାରା ଏହି ଭିଡିଓ ପୋଷ୍ଟ କରାଯାଇଥିଲା। ଭିଡିଓ ପୋଷ୍ଟ ହେବାର ଅଳ୍ପ ସମୟ ପରେ ବିରୋଧୀ ସମର୍ଥକମାନେ ଏହାର ସମ୍ପାଦିତ ସଂସ୍କରଣ ସେୟାର କରିଥିଲେ। ଯେଉଁଥିରେ ବିଆର ଆମ୍ବେଦକର ଆଶୀର୍ବାଦ ଦେବା ପରିବର୍ତ୍ତେ କେଜ୍ରିୱାଲଙ୍କୁ ଚାପୁଡ଼ା ମାରୁଥିବାର ଦେଖିବାକୁ ମିଳିଥିଲା।

    ଗୋଟିଏ ପଟେ ଏହି ଭିଡିଓଗୁଡ଼ିକ ସୃଜନଶୀଳତା ଏବଂ ପ୍ରଯୁକ୍ତିବିଦ୍ୟା ବିଷୟରେ ସକାରାତ୍ମକ ବାର୍ତ୍ତା ଦେଇଛି, ଅନ୍ୟପଟେ ଏକ ଭୟ ମଧ୍ୟ ସୃଷ୍ଟି କରିଛି। ଭୟ ହେଉଛି ଭବିଷ୍ୟତରେ ଏଆଇର ଅପବ୍ୟବହାର ହେବାକୁ ଯାଉଛି!

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.8 ° C
    23.8 °
    23.8 °
    84 %
    1.5kmh
    7 %
    Tue
    24 °
    Wed
    30 °
    Thu
    31 °
    Fri
    31 °
    Sat
    31 °

    ସମ୍ବନ୍ଧିତ