Saturday, October 10, 2026
24.4 C
Odisha

    ସାତକୋଶିଆ ପ୍ରକଳ୍ପକୁ ୧୦୦ କୋଟି

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ସାତକୋଶିଆରେ ବିଶ୍ବସ୍ତରୀୟ ଇକୋ ଟୁରିଜିମ୍ ହବ୍ କରିବା ପାଇଁ ୧୦୦ କୋଟି ଟଙ୍କାର ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର)କୁ ମଞ୍ଜୁରୀ ମିଳିଛି। ପର୍ଯ୍ୟଟନର ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ପର୍ଯ୍ୟଟନ ବିଭାଗର ସ୍ପେଶାଲ ଆସିଷ୍ଟାନ୍ସ ଟୁ ଷ୍ଟେଟ୍ସ ଫର୍ କ୍ୟାପିଟାଲ ଇନଭେଷ୍ଟମେଣ୍ଟ (ଏସଏଏସସିଆଇ) ଯୋଜନାରେ ସାତକୋଶିଆ ପାଇଁ ସମୁଦାୟ ୯୯,୭୫,୮୮,୯୨୦ ଟଙ୍କାର ଡିପିଆରକୁ ମଞ୍ଜୁରୀ ମିଳିଛି। ଏଥିପାଇଁ ରାଜ୍ୟ ବନ ବିଭାଗ ଗତବର୍ଷ ନଭେମ୍ବରରେ କେନ୍ଦ୍ର ସରକାରଙ୍କ ନିକଟରେ ପ୍ରସ୍ତାବ ଦାଖଲ କରିଥିଲା। ଏବେ ଏହାକୁ ମଞ୍ଜୁରୀ ମିଳିଥିବାରୁ ଅନୁଗୋଳ, କଟକ, ନୟାଗଡ଼ ଓ ବୌଦ୍ଧ ଜିଲାରେ ପରିବ୍ୟାପ୍ତ ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟ, ସାତକୋଶିଆ ଗଣ୍ଡ ଓ ବାଇସିପାଲ୍ଲି ବନ୍ୟପ୍ରାଣୀ ଅଭୟାରଣ୍ୟରେ ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ କରାଯିବ। ସାତକୋଶିଆରେ ପର୍ଯ୍ୟଟନ ଶିଳ୍ପର ବିକାଶ ପାଇଁ ବ୍ୟାପକ ସମ୍ଭାବନା ରହିଥିବାରୁ ଏହି ଅଞ୍ଚଳରେ ଇକୋ ଟୁରିଜିମ୍ ଭିତ୍ତିଭୂମି ନିର୍ମାଣ ପାଇଁ ବିଭିନ୍ନ ମହଲରୁ ଦାବି ହୋଇ ଆସୁଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.4 ° C
    24.4 °
    24.4 °
    79 %
    1.5kmh
    0 %
    Sat
    24 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ