Friday, June 6, 2025
36.5 C
Odisha

    ସାତ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ, ଅଭିଯୁକ୍ତ ହେଲ୍ପର ଫେରାର

    ଆଗକୁ ପଢନ୍ତୁ

    ରାଉରକେଲା: ଚାନ୍ଦିପୋଷ ଷ୍ଟେସନ ନିକଟ ପରିତ୍ୟକ୍ତ କ୍ୟାବିନରେ ୭ ବର୍ଷର ନାବାଳିକାଙ୍କୁ ବସ ହେଲ୍ପର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି l ପରିବାର ସଦସ୍ୟଙ୍କ ଲିଖିତ ଏତଲା ଆଧାରରେ ଚାନ୍ଦିପୋଷ ପୁଲିସ ମାମଲା ରୁଜୁ କରିଛି l ନାବାଳିକାଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାର ସେଲଟର ହୋମରେ ରଖାଯାଇଛି l ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ବିଶ୍ରା କପାଟମୁଣ୍ଡାର ଏକ ପରିବାର ଓ ପଡୋଶୀ ଚାନ୍ଦିପୋଷର ସମ୍ପର୍କୀୟଙ୍କ ନିର୍ବନ୍ଧରେ ଯୋଗଦେବାକୁ ଏକ ବସରେ ଯାଇଥିଲେl ନିର୍ବନ୍ଧ କାର୍ଯ୍ୟକ୍ରମ ଚାଲିଥିବା ବେଳେ ସାତ ବର୍ଷ ନାବାଳିକା ତାର ସାଙ୍ଗମାନଙ୍କ ସହ ସେହି ସ୍ଥାନରେ ଖେଳୁଥିଲେ l ବସ ହେଲ୍ପର ଦମ୍ବରୁ ତାମଡ଼ିଆ ନାବାଳିକାଙ୍କୁ ସେଠାରୁ ଚାନ୍ଦିପୋଷ ଷ୍ଟେସନ ନିକଟ ପରିତ୍ୟକ୍ତ କ୍ୟାବିନକୁ ନେଇ ଯାଇଥିଲେ l ସେଠାରେ ଦୁଷ୍କର୍ମ କରିବାରୁ ନାବାଳିକା ଜଣକ କାନ୍ଦିଥିଲେ l ତାର କାନ୍ଦଶୁଣି ପରିବାର ଲୋକ ସେଠାରେ ପହଞ୍ଚି ନାବାଳିକାଙ୍କୁ ଉଦ୍ଧାର କରିଥିଲେ l ହେଲ୍ପର ଦମ୍ବରୁ ସେଠାରୁ ଫେରାର ହୋଇଯାଇଥିଲା l

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    36.5 ° C
    36.5 °
    36.5 °
    32 %
    1.1kmh
    5 %
    Fri
    37 °
    Sat
    42 °
    Sun
    42 °
    Mon
    43 °
    Tue
    43 °

    ସମ୍ବନ୍ଧିତ