Saturday, October 10, 2026
23.6 C
Odisha

    ସାମ୍ନାରେ ବହି ଓ ନୋଟ୍‍ ବୁକ୍‍ ଧରି ପରୀକ୍ଷା ଦେବେ ଛାତ୍ରଛାତ୍ରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଆଗକୁ ବହି ଖାତା ଖୋଲି ପରୀକ୍ଷା ଦେବେ ନବମ ଶ୍ରେଣୀ ଛାତ୍ରଛାତ୍ରୀ । ଆପଣଙ୍କୁ ହୁଏତ ଏହା ଚକିତ କରୁଥିବା କିନ୍ତୁ ଏହା ସତ୍ୟ । ଆସନ୍ତା ବର୍ଷଠାରୁ ‘ଓପନ ବୁକ୍‍ ଏକଜାମ୍‍’ ବା ଖୋଲା ବହି ପରୀକ୍ଷା ବ୍ୟବସ୍ଥା ଲାଗୁ କରିବ ସିବିଏସ୍‍ଇ । ଛାତ୍ରଛାତ୍ରୀମାନେ ଏଣିକି ହଲ ଭିତରକୁ ନେଇପାରିବେ ବହି ଓ କ୍ଲାସ୍‍ ନୋଟ୍‍ । କାରଣ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ପୁଣି ଥରେ ଏକ ଖୋଲା ପୁସ୍ତକ ପରୀକ୍ଷା ନୀତି ପ୍ରସ୍ତୁତ କରୁଛି । ଏଥିରେ ଛାତ୍ରଛାତ୍ରୀମାନଙ୍କୁ ପୁସ୍ତକ ଖୋଲି ପରୀକ୍ଷା ଦେବାକୁ ଅନୁମତି ଦିଆଯିବ । ଆସନ୍ତୁ ଜାଣିବା କ’ଣ ଏହି ଓପନ୍‍ ବୁକ୍‍ , ଏହା କିପରି କରାଯାଏ ଏବଂ ଏହାର ଲାଭ କଣ?

    କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ଆସନ୍ତା ବର୍ଷରୁ ୯ମ ଶ୍ରେଣୀ ପାଇଁ ଖୋଲା ପୁସ୍ତକ ପରୀକ୍ଷା ଆରମ୍ଭ କରିବ । ଜାତୀୟ ଶିକ୍ଷା ନୀତିର ସୁପାରିଶ ଅନୁଯାୟୀ ସିବିଏସ୍‍ଇ ପରିଚାଳନା କମିଟି ବୈଠକରେ ୯ମ ଶ୍ରେଣୀ ପାଇଁ ଖୋଲା ପୁସ୍ତକ ମୂଲ୍ୟାଙ୍କନ ବ୍ୟବସ୍ଥା ଉପରେ ବିଚାର କରାଯାଇଥିଲା ଏବଂ ଏହାକୁ ପାଠ୍ୟକ୍ରମ କମିଟି ଦ୍ୱାରା ଅନୁମୋଦନ କରାଯାଇଛି।

    ଓପନ୍‍ ବୁକ୍‍ ଏକଜାମ୍‍ କ’ଣ?
    ଖୋଲା ପୁସ୍ତକ ମୂଲ୍ୟାୟନ ବ୍ୟବସ୍ଥାର ଅର୍ଥ ହେଉଛି ଛାତ୍ରଛାତ୍ରୀମାନେ ପରୀକ୍ଷା ସମୟରେ ସେମାନଙ୍କର ପୁସ୍ତକ, ନୋଟ୍ସ କିମ୍ବା ଦିଆଯାଇଥିବା ଅଧ୍ୟୟନ ସାମଗ୍ରୀ ଦେଖିପାରିବେ । ଏହି ଆଧାରରେ ସେମାନଙ୍କର ମୂଲ୍ୟାୟନ କରାଯିବ ।

    କେମିତି ହୁଏ ଏହି ପରୀକ୍ଷା?
    ଓପନ୍‍ ବୁକ୍‍ ଏକଜାମ୍‍ ଏକ ପରୀକ୍ଷା ଫର୍ମାଟ୍‍ ଯେଉଁଥିରେ ଛାତ୍ରଛାତ୍ରୀମାନଙ୍କୁ ପରୀକ୍ଷା ସମୟରେ ପୁସ୍ତକ, ନୋଟ୍‍ ବୁକ୍‍ ବ୍ୟବହାର କରିବାକୁ ଅନୁମତି ଦିଆଯାଏ । ଛାତ୍ରଛାତ୍ରୀମାନେ ସେହି ଅଧ୍ୟୟନ ସାହାଯ୍ୟରେ ପରୀକ୍ଷା ଦେଇପାରିବେ ଅର୍ଥାତ୍‍ ପୁସ୍ତକ ଖୋଲି ପରୀକ୍ଷାରେ ପାଠ ଲେଖିବା । ଏହି ଫର୍ମାଟରେ ଛାତ୍ରଛାତ୍ରୀଙ୍କ ଘୋଷା ପାଠରୁ ଧ୍ୟାନ ହଟାଇ ବୁଝିବା ଶକ୍ତି ଓ ଜ୍ଞାନ ପରୀକ୍ଷା, ଯୋଗ୍ୟତା ଭିତ୍ତିକ ଶିକ୍ଷା ଉପରେ ଧ୍ୟାନ କେନ୍ଦ୍ରୀଭୂତ କରିବାକୁ ସିବିଏସଇ ନିଷ୍ପତ୍ତି ନେଇଛି । ଏହାସହିତ ପରୀକ୍ଷାରେ ଏପରି ପ୍ରଶ୍ନ କରାଯାଏ ଯାହା ତଥ୍ୟ ମନେ ରଖିବା ପରିବର୍ତ୍ତେ ସମସ୍ୟାର ବ୍ୟାଖ୍ୟା ଏବଂ ସମାଧାନ ଉପରେ ଆଧାରିତ ।

    ତେବେ ବିଶେଷଜ୍ଞଙ୍କ କହିବା ଅନୁସାରେ ସିବିଏସଇର ଏହି ନିଷ୍ପତ୍ତି ପଛରେ ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ଡିଜିଟାଲ ପ୍ଲାଟ୍‍ ଫର୍ମରୁ ଛାତ୍ରଛାତ୍ରୀଙ୍କ ଧ୍ୟାନ ହଟାଇ ପାଠ୍ୟପୁସ୍ତକ ପ୍ରତି ଆଗ୍ରହ ସୃଷ୍ଟି କରିବା । କାରଣ ବର୍ତ୍ତମାନ ଯୁଗର ପିଲାମାନେ ଗୁଗୁଲ୍‍, ୟୁଟ୍ୟୁବ୍‍ ଭଳି ପ୍ଲାଟଫର୍ମରୁ ଶିକ୍ଷା ଗ୍ରହଣ କରିବାରେ ବ୍ୟସ୍ତ ରହୁଛନ୍ତି । ଓପନ ବୁକ୍‍ ଏକଜାମ୍‍ ପାଇଁ ଶିକ୍ଷକମାନଙ୍କୁ ଖୁବଶୀଘ୍ର ପ୍ରଶିକ୍ଷଣ ଦିଆଯିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.6 ° C
    23.6 °
    23.6 °
    79 %
    1.5kmh
    1 %
    Sat
    23 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ