Friday, March 13, 2026
23.4 C
Odisha

    ସାମ୍ପ୍ରତିକ ପରିସ୍ଥିତିରେ ଅଧିକ ବୟସ ପ୍ରଜନନରେ ଏକ ପ୍ରମୁଖ ସମସ୍ୟା ହୋଇଛି

    ଆଗକୁ ପଢନ୍ତୁ

    ବିଭିନ୍ନ କାରଣରୁ ଗର୍ଭଧାରଣରେ ବିଳମ୍ବ ହେବା ଯୋଗୁଁ ଭାରତ ବ୍ୟାପ ହାରରେ ଏକ ଚିନ୍ତାଜନକ ହ୍ରାସ ଦେଖିବାକୁ ମିଳିଛି । ବର୍ତ୍ତମାନ ୧୪୦ କୋଟି ଜନସଂଖ୍ୟା ସହ ବିଶ୍ୱର ସବୁଠାରୁ ଜନବହୁଳ ଦେଶ ଭାବେ ଭାରତ ଜନସଂଖ୍ୟାଜନିତ ସଙ୍କଟର ସମ୍ମୁଖୀନ ହେଉଛି । କାରଣ ଏହାର ପ୍ରଜନନ ହାର ୨.୧ର ରିପ୍ଲେସମେଂଟ ଲେଭେଲ ତଳକୁ ହ୍ରାସ ପାଇଛି ଏବଂ ଆଗାମୀ ବର୍ଷଗୁଡିକରେ ଏହା ଆହୁରି ହ୍ରାସ ପାଇବ ବୋଲି ଆକଳନ କରାଯାଉଛି । ଏସମ୍ପର୍କରେ ଆଲୋକପାତ କରି ବିର୍ଲା ଫର୍ଟିଲିଟି ଆଣ୍ଡ ଆଇଭିଏଫ୍‌, ଭୁବନେଶ୍ୱରର ଫର୍ଟିଲିଟି ସ୍ପେଶିଆଲିଷ୍ଟ ଡା. ଲିପ୍ସା ମିଶ୍ର କହିଛନ୍ତି ଯେ, ମହିଳାମାନେ ସୀମିତ ସଂଖ୍ୟକ ଡିମ୍ବାଣୁ ସହ ଜନ୍ମ ହୋଇଥାନ୍ତି, ଯାହା ଗର୍ଭାଶୟରେ ପ୍ରାୟ ୨୦ ସପ୍ତାହର ଗର୍ଭଧାରଣ ସମୟରେ ସର୍ବାଧିକ ସଂଖ୍ୟାରେ ପହଂଚିଥାଏ । ଜନ୍ମ ପରେ ଡିମ୍ବାଣୁ ସଂଖ୍ୟା ୩୦ ବର୍ଷ ପର୍ଯ୍ୟନ୍ତ ଏକ ସ୍ଥିର ବେଗରେ ହ୍ରାସ ପାଇବା ଆରମ୍ଭ କରିଥାଏ । ୩୦ ରୁ ୪୦ ବର୍ଷ ମଧ୍ୟ ଭାଗରେ ଡିମ୍ବାଣୁ ସଂଖ୍ୟା ଅଧିକ ଦ୍ରୁତ ବେଗରେ ହ୍ରାସ ପାଇବା ଆରମ୍ଭ କରିଥାଏ,ଯାହା ଏକ ସୁସ୍ଥ ଓ ପ୍ରାକୃତିକ ଗର୍ଭଧାରଣର ସମ୍ଭାବନାକୁ ହ୍ରାସ କରିଥାଏ । ଏହାବ୍ୟତିତ ମଧୁମେହ, ଉଚ୍ଚ ରକ୍ତଚାପ, ମେଦ ବହୁଳତା, ପିସିଓଏସ / ପିସିଓଡି, ମାନସିକ ସ୍ୱାସ୍ଥ୍ୟ ଭଳି ଜୀବନଶୈଳୀ ଜନିତ ରୋଗଗୁଡିକର ବଢୁଥିବା ପ୍ରବଣତା ଜଟିଳତାକୁ ଆହୁରି ବୃଦ୍ଧି କରିଥାଏ । ଏହା କେବଳ ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ନୁହେଁ । ପୁରୁଷଙ୍କ ପ୍ରଜନନ କ୍ଷମତା ମଧ୍ୟ ବୟସ ସହିତ ହ୍ରାସ ପାଇଥାଏ, କିନ୍ତୁ ମହିଳାଙ୍କ ତୁଳନାରେ ପୁରୁଷଙ୍କଠାରେ ଏହା ବହୁ ବିଳମ୍ବରେ ଘଟିଥାଏ ।ଯଦିଓ ମହିଳାମାନେ ୩୦ ବର୍ଷ ପରେ ବିଳମ୍ବରେ ପ୍ରାକୃତିକ ଭାବେ ଗର୍ଭଧାରଣ କରନ୍ତି, ତେବେ ଡାଉନ ସିଣ୍ଡ୍ରୋମ, ଗର୍ଭପାତ ଓ ସମୟ ପୂର୍ବରୁ ଜନ୍ମ ଭଳି କ୍ରୋମୋଜୋମାଲ ଅସ୍ୱଭାବିକତାର ବିପଦ ଯଥେଷ୍ଟ ଅଧିକ ଥାଏ । ପିତାମାତା ହେବାର ମାର୍ଗରେ ଅନେକ ଆହ୍ୱାନ ରହିଛି, କିନ୍ତୁ ଗର୍ଭଧାରଣ କରିବା ଅସମ୍ଭବ ନୁହେଁ । ଏହି କ୍ଷେତ୍ରର ଦକ୍ଷ ବିଶେଷଜ୍ଞ ଓ ଅତ୍ୟାଧୁନିକ ପ୍ରଜନନ ଟେକ୍ନୋଲୋଜିଗୁଡିକର ସହଯୋଗରେ ଏକ ସୁସ୍ଥ ସନ୍ତାନକୁ ଗର୍ଭଧାରଣ କରିବା ସମ୍ଭବ ଅଟେ । ଏଥିପାଇଁ କେବଳ ବ୍ୟାପକ ବିଶେଷଜ୍ଞତା, ବ୍ୟକ୍ତିଗତ ଯତ୍ନ, ବିଶ୍ୱସ୍ତରୀୟ ଟେକ୍ନୋଲୋଜି ଓ ଏକ ପ୍ରଭାବୀ ସଫଳତା ହାର ଥିବା ଏକ ପ୍ରଜନନ ଶୃଙ୍ଖଳାର ଆବଶ୍ୟକତା ରହିଛି ।ଡା. ଲିପ୍ସା ମିଶ୍ର କହିଛନ୍ତି ଯେ, ଭାରତର ୩ୟ ସର୍ବବୃହତ ଆଇଭିଏଫ୍‌ ନେଟ୍‌ୱର୍କ ବିର୍ଲା ଫର୍ଟିଲିଟି ଆଣ୍ଡ ଆଇଭିଏଫ୍‌ ଚିକିତ୍ସା ଦୃଷ୍ଟିରୁ ଏକ ନିର୍ଭରଯୋଗ୍ୟ ଓ ସହାନୁଭୂତିଶୀଳ ସାଥୀ ଭାବେ ଉଭା ହୋଇଛି ଯାହା ଦମ୍ପତିମାନଙ୍କୁ ଏହି ଯାତ୍ରାରେ ସଫଳ ହେବାରେ ସାହାଯ୍ୟ କରୁଛି । ‘ଅଲ୍‌ ହାର୍ଟ, ଅଲ୍‌ ସାଇନ୍ସ’ ଦର୍ଶନକୁ ଧାରଣ କରି ଏହା ଦମ୍ପତିମାନଙ୍କୁ ସେମାନଙ୍କର ଗର୍ଭଧାରଣର ଯାତ୍ରାରେ ସାହାଯ୍ୟ କରିବା ପାଇଁ ଗର୍ଭଧାରଣର ବିଜ୍ଞାନରେ ଯତ୍ନ ଓ ଚିକିତ୍ସାକୁ ମିଶ୍ରଣ କରିବା ଏବଂ ଚିକିତ୍ସାର ଏକ ବିସ୍ତୃତ ପରିସର ପ୍ରଦାନ କରିବା ପାଇଁ ପ୍ରତିବଦ୍ଧ ରହିଛି ।

    ଏକ ସର୍ବଭାରତୀୟ ଉପସ୍ଥିତି ଏବଂ ଦକ୍ଷ ପ୍ରଜନନ ବିଶେଷଜ୍ଞଙ୍କ ଏକ ମଜବୁତ ନେଟ୍‌ୱର୍କ ସହିତ ବିର୍ଲା ଫର୍ଟିଲିଟି ଆଣ୍ଡ ଆଇଭିଏଫ ନୂତନ ରିପ୍ରଡକ୍ଟିଭ ଟେକ୍ନେଲୋଜିଗୁଡିକ ସମାନୁଭୂତିଶୀଳ, ରୋଗୀ-କୈନ୍ଦ୍ରିତ ଚିକିତ୍ସା ସହ ଏକତ୍ରିତ କରିଛି । ହାଇ-ଟେକ ଆଇଭିଏଫ୍‌ ଓ ଆଇସିଏସଆଇ ପଦ୍ଧତିଗୁଡିକଠାରୁ ଆରମ୍ଭ କରି ଓସାଇଟ ଭଳି ଅଭିନବ ପ୍ରଜନନ ସଂରକ୍ଷଣ ପଦ୍ଧତି ଏବଂ ଏମ୍ବ୍ରୋ କ୍ରାୟୋପ୍ରିଜର୍ଭେଶନ ପର୍ଯ୍ୟନ୍ତ, ଏହି କ୍ଲିନିକ ଅଭିଭାବକତ୍ୱ ପ୍ରତି ପ୍ରତ୍ୟେକ ବ୍ୟକ୍ତିଙ୍କ ଯାତ୍ରା ପାଇଁ କଷ୍ଟମାଇଜ୍‌ଡ ସମାଧାନ ପ୍ରଦାନ କରୁଛି । ପ୍ରଜନନ ସଂରକ୍ଷଣ ବିକଳ୍ପ ବିଶେଷ କରି ବ୍ୟକ୍ତିଗତ, ଚିକିତ୍ସକୀୟ କିମ୍ବା ବୃତିଗତ କାରଣ ପାଇଁ ବିଳମ୍ବରେ ଗର୍ଭଧାରଣ କରିବାକୁ ଚାହୁଁଥିବା ବ୍ୟକ୍ତିଙ୍କ ପାଇଁ ଲାଭଦାୟକ ଅଟେ । ଏହି ଫର୍ଟିଲିଟି ଚେନ ଟିସ୍ୟୁ ବ୍ୟାଙ୍କିଙ୍ଗର ବିକଳ୍ପ ମଧ୍ୟ ଦେଉଛି ଯାହା ଡିମ୍ବାଣୁ କିମ୍ବା ଶୁକ୍ରାଣୁ ଫ୍ରିଜିଙ୍ଗ ତୁଳନାରେ ଏକ ଅଧିକ ପ୍ରଭାବୀ ପଦ୍ଧତି ଅଟେ ।

    ଏକ ସୁସ୍ଥ ଓ ସଫଳ ଗର୍ଭଧାରଣ ପାଇଁ ସର୍ବୋଚ୍ଚ ସମ୍ଭାବ୍ୟ ସଫଳତା ହାର ନିଶ୍ଚିତ କରିବା ଲାଗି ଏହି ଫର୍ଟିଲିଟି ଚେନ୍‌ର ଅଭିଜ୍ଞତା ମଧ୍ୟରେ ପୁରୁଷ ବନ୍ଧ୍ୟାପଣର ଚିକିତ୍ସା, ଲାପାରୋସ୍କୋପିକ ଓ ହିଷ୍ଟେରୋସ୍କୋପିକ ପଦ୍ଧତି ଏବଂ ପିଜିଟି-ଏ ଭଳି ଜେନେଟିକ ସ୍କ୍ରିନିଂ ପଦ୍ଧତିଗୁଡିକ ସାମିଲ ରହିଛି । ଚିକିତ୍ସକୀୟ ଉକ୍ରର୍ଷତା, ନୈତିକ ମାନଦଣ୍ଡ ଓ ବ୍ୟକ୍ତିଗତ ଚିକିତ୍ସା ଦ୍ୱାରା ପରିଚାଳିତ ବିର୍ଲା ଫର୍ଟିଲିଟି ଆଣ୍ଡ ଆଇଭିଏଫ୍‌ ଦମ୍ପତିମାନଙ୍କୁ ଆତ୍ମବିଶ୍ୱାସର ସହ ନିଜର ପ୍ରଜନନ ସମ୍ପର୍କରେ ସୂଚିନ୍ତିତ ନିଷ୍ପତି ନେବା ପାଇଁ ପ୍ରୋତ୍ସାହିତ କରୁଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.4 ° C
    23.4 °
    23.4 °
    20 %
    1.2kmh
    0 %
    Thu
    23 °
    Fri
    38 °
    Sat
    39 °
    Sun
    39 °
    Mon
    38 °

    ସମ୍ବନ୍ଧିତ