Sunday, March 22, 2026
20.3 C
Odisha

    ସାମ୍ୱାଦିକା ମଧୁମିତା ପରିଡ଼ାଙ୍କ ଆସିଲା ଶବ ବ୍ୟବଚ୍ଛେଦ ରିପୋର୍ଟ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର :  ଆସିଲା ସାମ୍ୱାଦିକା ମଧୁମିତା ପରିଡ଼ାଙ୍କ ମୃତ୍ୟୁ ଘଟଣାରେ ଶବ ବ୍ୟବଚ୍ଛେଦ ରିପୋର୍ଟ। ମୃତ୍ୟୁ ପୂର୍ବରୁ ମଧୁମିତାଙ୍କ ଦେହରେ ରହିଛି ଏକାଧିକ କ୍ଷତ। ଅର୍ଥାତ ଟ୍ରେନ୍ ଆଗକୁ ଡେଇଁବା ପରେ କିଛି ବାଟ ଘୋଷାଡ଼ି ହୋଇ ଯାଇଥିଲେ। ଏହାପରେ ବି କିଛି ସମୟ ବଞ୍ଚିଥିଲେ ମଧୁମିତା। ଏକାଧିକ କ୍ଷତ ପାଇଁ ପରେ ତାଙ୍କର ମୃତ୍ୟୁ ହୋଇଛି।ଗତ ବୁଧବାର ଚଳନ୍ତା ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କରିଥିଲେ ମଧୁମିତା। ସ୍ୱାମୀ ଶ୍ରୀଧର ଜେନାଙ୍କ ପରକୀୟା ପ୍ରିତିକୁ ନେଇ ମର୍ମାହତ ହୋଇ ଆତ୍ମହତ୍ୟା କରିଥିବା କଥା ମୃତ୍ୟୁ ପୂର୍ବରୁ ସୋସିଆଲ ମିଡିଆରେ ଭିଡିଓ କରି ସେୟାର କରିଥିଲେ। ଘଟଣାରେ ମଧୁମିତାଙ୍କ ସ୍ୱାମୀ ଶ୍ରୀଧର ଜେନାଙ୍କୁ ଗିରଫ କରି ତଦନ୍ତ କରୁଛି ପୋଲିସ।ତେବେ ରାଜଧାନୀରେ ସାମ୍ବାଦିକା ମଧୁମିତା ପରିଡ଼ାଙ୍କ ଆତ୍ମହତ୍ୟା ଖବର ଚର୍ଚ୍ଚାର ବିଷୟ ପାଲଟିଛି। ବୁଧବାର ରାତିରେ ସେ ଟେନ୍‌ ସମ୍ମୁଖକୁ ଡେଇଁ ଆତ୍ମହତ୍ୟା କରିବା ପୂର୍ବରୁ ସେ ମା’ଙ୍କୁ ଭେଟିଥିଲେ। ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ ପରେ ଘରକୁ ମୁହଁରେ ଓଢ଼ଣା ବାନ୍ଧି ଘରକୁ ଯାଇଥିଲେ। ସେଠାରେ ମା’ଙ୍କୁ ଭେଟି ଫେରିବା ପରେ ଟ୍ରେନ୍‌ ଆଗକୁ ଡେଇଁଥିବା ସୂଚନା ମିଳିଛି। ପ୍ରକାଶ ଯେ, ମଧୁମିତା ୫ ମାସ ପୂର୍ବେ ପ୍ରେମ ବିବାହ କରିଥିଲେ। ହେଲେ କିଛି ଦିନ ତଳେ ସେ ସ୍ବାମୀଙ୍କ ପରକୀୟା ପ୍ରୀତି ବିଷୟରେ ଜାଣିବାକୁ ପାଇଥିଲେ। ଏହାକୁ ନେଇ ସ୍ବାମୀସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହେଉଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    20.3 ° C
    20.3 °
    20.3 °
    44 %
    1.3kmh
    13 %
    Sun
    33 °
    Mon
    34 °
    Tue
    37 °
    Wed
    38 °
    Thu
    40 °

    ସମ୍ବନ୍ଧିତ