Wednesday, April 8, 2026
30.6 C
Odisha

    ସାରା ଓଡିଶାରେ ପାଳିତ ହେଲା ନବୀନଙ୍କ ୭୮ତମ ଜନ୍ମଦିନ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ବିଜୁ ଜନତା ଦଳର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୮ତମ ଜନ୍ମଦିବସ ଅବସରରେ ଆଜି ଦଳ ତରଫରୁ ଶଙ୍ଖ ଭବନ ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ରକ୍ତଦାନ ଶିବିର ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ତରଫରୁ ଆୟୋଜନ କରାଯାଇଥିଲା। ଆଜି ଅନୁଷ୍ଠିତ ରକ୍ତଦାନ ଶିବିରରେ ୨୫୦ରୁ ଉଦ୍ଧ୍ୱର୍ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା ବେଳେ ରାଜ୍ୟର ୩୫ଟି ସ୍ଥାନରେ ଅନୁଷ୍ଠିତ ହୋଇଥିବା ରକ୍ତଦାନ ଶିବିରରେ ସମୁଦାୟ ୩୦୦୦ରୁ ଊଦ୍ଧ୍ୱର୍ ୟୁନିଟ୍‌ ରକ୍ତ ସଂଗୃହୀତ ହୋଇଥିଲା। ଏଥିରେ ଦଳର ଯୁବ, ଛାତ୍ର ଓ ମହିଳା ସଂଗଠନର କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ। ସେହିପରି, ନବୀନଙ୍କ ଜନ୍ମଦିନ ସାରା ରାଜ୍ୟର ବିଭିନ୍ନ ସ୍ଥାନରେ ଆନନ୍ଦ ଉଲ୍ଲାସରେ ପାଳିତ ହୋଇଯାଇଛି। ଦଳର ବରିଷ୍ଠ ନେତୃମଣ୍ଡଳୀଙ୍କ ସହ ଜନସାଧାରଣ ମଧ୍ୟ ଆଜି ନବୀନ ନିବାସ ଯାଇ ନବୀନଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଏହି ଅବସରରେ, ଦଳର ନେତୃମଣ୍ଡଳୀ ଗଣମାଧ୍ୟମରେ ନବୀନଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇବା ସଙ୍ଗେ ସଙ୍ଗେ ନବୀନଙ୍କ ଚବିଶ ବର୍ଷ ଶାସନ କାଳରେ ଓଡ଼ିଶାରେ ହୋଇଥିବା ସାମଗ୍ରୀକ ବିକାଶକୁ ସ୍ମରଣ କରିଥିଲେ। ନବୀନଙ୍କ ନେତୃତ୍ୱରେ ଓଡିଶା ଏକ ଅଭାବୀ ରାଜ୍ୟରୁ ପ୍ରଭାବୀ ରାଜ୍ୟରେ ପରିଣତ ହୋଇପାରିଥିଲା। ୨୦୦୦ ମସିହାରେ ଓଡ଼ିଶାର ଆର୍ଥିକ ସ୍ଥିତି ଏତେ ଦୟନୀୟ ଥିଲା ଯେ ରାଜ୍ୟର ସରକାରୀ କର୍ମଚାରୀଙ୍କୁ ଦରମା ଦେବା ପାଇଁ ରାଜ୍ୟକୁ ଓଭରଡ୍ରାଫ୍ଟର ସହାୟତା ନେବାକୁ ପଡିଥିଲା। ପରବର୍ତ୍ତୀ ସମୟରେ ନବୀନଙ୍କ ନେତୃତ୍ୱରେ ଓଡିଶା ଏକ ଆର୍ଥିକ ନିଅଣ୍ଟ ରାଜ୍ୟରୁ ଆର୍ଥିକ ବଳକା ରାଜ୍ୟରେ ପରିଣତ ହୋଇଥିଲା। ଗତ ନିର୍ବାଚନରେ ବିଜୁ ଜନତା ଦଳ ପରାଜୟ ବରଣ କରିଥିଲେ ମଧ୍ୟ ଆଜିବି ନବୀନ ଓଡିଶାବାସୀଙ୍କ ହୃଦୟରେ ଅଛନ୍ତି ଓ ସେ ହିଁ ଓଡ଼ିଶାର ସର୍ବାଧିକ ଲୋକପ୍ରିୟ ନେତା ବୋଲି ଦଳର ନେତାମାନେ ମତ ଦେଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.6 ° C
    30.6 °
    30.6 °
    30 %
    2.5kmh
    6 %
    Wed
    33 °
    Thu
    38 °
    Fri
    38 °
    Sat
    39 °
    Sun
    42 °

    ସମ୍ବନ୍ଧିତ