Friday, October 9, 2026
21.5 C
Odisha

    ସାଲିଆ ସାହିରେ ପୁଣି ଚଢାଉ: ବିପୁଳ ପରିମାଣର ଦେଶୀ ମଦ ଏବଂ ପୋଚ ଜବତ

    ଆଗକୁ ପଢନ୍ତୁ

    ଭୁବନେଶ୍ଵର : ରାଜଧାନୀ ସାଲିଆ ସାହିରେ ପୁଣି ରେଡ୍। ଆଜି ସକାଳୁ ବେଆଇନ୍ ଦେଶୀ ମଦ ଭାଟି ଉପରେ ଅବକାରୀ ବିଭାଗ ଚଢାଉ କରିଛି। ଏହି ଚଢାଉ ବେଳେ ବିପୁଳ ପରିମାଣର ଦେଶୀ ମଦ ଏବଂ ପୋଚ ଜବତ ହୋଇଛି। ଏହା ପରେ ଅବକାରୀ ବିଭାଗ ଜବତ ଦେଶୀ ମଦ ଓ ପୋଚକୁ ନଷ୍ଟ କରିଛି। ଏବେବି ରେଡ୍ ଜାରି ରହିଥିବା ସୂଚନା ମିଳିଛି। ଗତ ୩ ମାସ ତଳେ ଅବକାରୀ ବିଭାଗ ଏବଂ କମିଶନରେଟ୍ ପୁଲିସ୍ ପକ୍ଷରୁ ସାଲିଆ ସାହିରେ ରେଡ୍ କରାଯାଇଥିଲା। ଏବଂ ପାଖାପାଖି ୬ଟି ଦେଶୀ ମଦ ଭାଟି ଠାବ କରାଯାଇଥିଲା। ଲହାସହ ହଜାର ହଜାର ଲିଟର ଦେଶୀ ମଦ ନଷ୍ଟ କରାଯିବା ସହ ଏକାଧିକ ଲୋକଙ୍କୁ ପୁଲିସ୍ ଗିରଫ କରିଥିଲା। ତଥାପି ବେଆଇନ୍ ଦେଶୀ ମଦ ଭାଟି ଚାଲିଥିବା ଖବର ପାଇ ଅବକାରୀ ବିଭାଗ ଚଢାଉ କରିଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.5 ° C
    21.5 °
    21.5 °
    91 %
    1.3kmh
    1 %
    Fri
    30 °
    Sat
    30 °
    Sun
    30 °
    Mon
    30 °
    Tue
    30 °

    ସମ୍ବନ୍ଧିତ