ଜନସାଧାରଣମାନଙ୍କ ସହ ଆଲୋଚନା କରିଥିଲେ। ମନ୍ତ୍ରୀଙ୍କର ଏହି ଗସ୍ତ ସମୟରେ ତାଙ୍କ ସହ ଥିଲେ ଭଦ୍ରକ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ସୀତାଂଶୁ ଶେଖର ମହାପାତ୍ର, ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ, ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତ୍ତୀ, ତିହିଡ଼ି ଗୋଷ୍ଠୀ ଉନ୍ନୟନ ଅଧୂକାରୀ, ମେଡ଼ିକାଲ ଟିମ୍ ସହ ଅନ୍ୟ ସବୁ ବିଭାଗର ଅଧିକାରୀ। ଲୋକଙ୍କ ସମସ୍ୟା ବୁଝିବା ପରେ ଶ୍ରୀମତୀ ପରିଡ଼ା ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଫେରି ସେଠାରେ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରୁଥିବା ବେକେ ଜିଲ୍ଲାର ବନ୍ୟା କ୍ଷୟକ୍ଷତିର ଆକଳନ କରିଥିଲେ।
ବୈଠକ ପରେ ଆୟୋଜିତ ସାମ୍ବାଦିକ ସମ୍ମୀଳନୀରେ ଉପମୁଖ୍ୟମନ୍ତ୍ରୀ ଗଣମାଧ୍ୟମ ଆଗରେ ବନ୍ୟା ସମ୍ପର୍କିତ ତଥ୍ୟ ରଖିଥିଲେ। ଜିଲ୍ଲାର ୬ଟି ବ୍ଲକ ଧାମନଗର, ତିହିଡ଼ି, ଚାନ୍ଦବାଲି, ଭଣ୍ଡାରୀପୋଖରୀ, ଭଦ୍ରକ ଓ ବାସୁଦେବପୁର ବ୍ଲକର ୧୨୬ ପଞ୍ଚାୟତ ବିଶେଷ ଭାବରେ କ୍ଷତି ଗ୍ରସ୍ତ ହୋଇଥବା ବେକେ ୩ ସହରାଞ୍ଚଳ ଭଦ୍ରକ, ଧାମନଗର ଓ ଧୁଷୁରୀ ଏନ୍ଏସି ଅଞ୍ଚଳ କ୍ଷତିଗ୍ରସ୍ତ ହୋଇଛି। ଜିଲ୍ଲାରେ ମୋଟ ୫୦୩ଟି ଗାଁର ଲୋକେ ବନ୍ୟାରେ ପ୍ରଭାବିତ ହୋଇଛନ୍ତି। ବିପନ୍ନଙ୍କ ପାଇଁ ୩୪୬ଟି କେନ୍ଦ୍ରରେ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଥିଲା। ବନ୍ୟା ଛାଡ଼ି ଯିବା ପରେ ସେହିସବୁ ବିପନ୍ନ ଲୋକମାନେ ନିଜ ନିଜ ଘରକୁ ଫେରି ଯାଇଛନ୍ତି। ଏବେ ଜିଲ୍ଲାରେ ଆଉ ୨୯ ଟି କେନ୍ଦ୍ରରେ ରନ୍ଧା ଖାଦ୍ୟ ଗୋଗାଇ ଦିଆଯାଉଛି ବୋଲି ଉପମୁଖ୍ୟ ମନ୍ତ୍ରୀ ପ୍ରକାଶ କରିଥିଲେ।
ବିପନ୍ନଙ୍କ ପାଇଁ ରିଲିଫ ବ୍ୟବସ୍ଥାକୁ ତ୍ୱରିତ ପ୍ରଦାନ କରାଯିବା ଉପରେ ପଦକ୍ଷେପ ନିଆଯାଉଛି। ଯେଉଁମାନଙ୍କ ଘର କ୍ଷତି ହୋଇଛି। ସେମାନଙ୍କୁ ଗୃହ ନିର୍ମାଣ ପାଇଁ ଅନୁଦାନ ଯୋଗାଇ ଦିଆଯିବ। ଏବେ ସେମାନଙ୍କୁ ପଲିଥିନ ଦିଆଯିବ। ରାସ୍ତା ଘାଟର ମରାମତି ଯଥା ଶୀଘ୍ର ଆରମ୍ଭ ହେବ। ଯେଉଁ ସବୁ ଜାଗାରେ ନଳକୂପ ବନ୍ୟାରେ ପ୍ରଭାବିତ ହୋଇଯାଇଛି। ସେହି ଅଞ୍ଚଳରେ ପାନୀୟ ଜକ ଯୋଗାଣ ଉପରେ ଗୁରୁତ୍ୱ ଦିଆଯାଉଛି। ଜିଲ୍ଲାରେ ଧାନ ଓ ପାଣି ପରିବା ଚାଷୀମାନେ ବିଶେଷ ଭାବରେ କ୍ଷତି ସହିଥିବା ବେକେ ସେମାନଙ୍କୁ ତଳି ପକାଇବା ପାଇଁ ସରକାରୀ ବିହନ ଯୋଗାଇ ଦିଆଯାଇଥିବା ସହ ଉଦ୍ୟାନ ଓ କୃଷି କାର୍ଯ୍ୟ ପାଇଁ ମଞ୍ଜି ଯୋଗାଣ କରାଯିବ। କ୍ଷତି ଗ୍ରସ୍ତ ଚାଷୀଙ୍କୁ ସମସ୍ତ ପ୍ରକାର ସରକାରୀ ସହାୟତା ଯୋଗାଇ ଦିଆଯିବ। ଆସନ୍ତା ୭ ଦିନ ଭିତରେ ଚାଷୀଙ୍କୁ ନୂଆ ବିହନ ଯୋଗାଣ କରାଯିବ। ବନ୍ୟା ଅଞ୍ଚଳରେ ଶିକ୍ଷା ବ୍ୟବସ୍ଥାର ସୁଧାର ଆଣିବା ପାଇଁ ଅଙ୍ଗନ୍ବାଡ଼ି କେନ୍ଦ୍ରଗୁଡ଼ିକୁ ସଫା କରାଯିବା ପରେ କେନ୍ଦ୍ର ଚାଲି କରାଯିବ। ଭଦ୍ରକ ଜିଲ୍ଲାରେ ବାରମ୍ବାର ବନ୍ୟା ଆସୁଥିବା କାରଣରୁ ସୁଦୃଢ଼ ନଦୀବନ୍ଧ ଯୋଜନା କାର୍ଯ୍ୟକାରୀ କରିବାକୁ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ କହିଲେ, ସାଳନ୍ଦୀ ଓ ବୈତରଣୀରେ ସୁଦୃଢ଼ ଅନ୍ଦିବନ୍ଧ ଯୋଜନା କାର୍ଯ୍ୟକାରୀ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ।
