Thursday, April 9, 2026
36.2 C
Odisha

    ସିକ୍କିମରେ ଭୂକମ୍ପ ଝଟକା,ତୀବ୍ରତା ୪.୫

    ଆଗକୁ ପଢନ୍ତୁ

    ସିକ୍କିମ : ଭାରତ ସମେତ ବିଭିନ୍ନ ଦେଶରେ ଲଗାତାର ଭୂକମ୍ପ ଝଟକା ଅନୁଭୂତ ହେଉଛି । ଏହାରି ଭିତରେ ପୁଣି ଭାରତର ସିକ୍କିମରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ସିକ୍କିମରେ ରାତି ୧ଟାରୁ ସକାଳ ପର୍ଯ୍ୟନ୍ତ ୧୨ ଥର ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଭୂକମ୍ପ ଝଟକାର ତୀବ୍ରତା ୪.୫ ବୋଲି ଜଣାପଡିଛି ।

    ନ୍ୟାସନାଲ ସେଣ୍ଟର ଫର ସେସ୍ମୋଲୋଜି ଅନୁଯାୟୀ, ସିକ୍କିମରେ ଅଧ ରାତିରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଭୂକମ୍ପର ତୀବ୍ରତା ୪.୫ ରହିଛି । ଭୂକମ୍ପ ରାତି ୧ଟା ୯ ମିନିଟରେ ଅସିଥିଲା । ଭୂକମ୍ପର କେନ୍ଦ୍ର ଗ୍ୟାଲୋସିଂ ଠାରୁ ୧୦ କିମି ଗଭୀରତାରେ ରହିଛି । ଭୂକମ୍ପ ଯୋଗୁଁ କ୍ଷୟକ୍ଷତି ବିଷୟରେ କିଛି ଜଣାପଡିନାହିଁ । ସିକ୍କିମର ଅନ୍ୟ ଅଞ୍ଚଳରେ ଅଧରାତିରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ଗ୍ୟାଙ୍ଗଟକ, ମଙ୍ଗନ, ନାମଚିରେ ୨ ରୁ ୪ ତୀବ୍ରତା ଯାଏଁ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଏହାଛଡା ଭାରତର ପଡୋଶୀ ଦେଶ ମିଆଁମାରରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ଏହାର ତୀବ୍ରତା ୪.୯ ରହିଥିଲା । ଶୁକ୍ରବାର ସାକଳ ୬ଟା ୩ ମିନିଟରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ୨୦୨୫ରେ ମିଆଁମାରରେ ଭୟଙ୍କର ଭୂକମ୍ପ ଆସିଥିଲା, ଫଳରେ ୫ ହଜାରରୁ ଅଧିକ ଲୋକଙ୍କ ଜୀବନ ଚାଲିଯାଇଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    36.2 ° C
    36.2 °
    36.2 °
    22 %
    4.4kmh
    70 %
    Thu
    37 °
    Fri
    38 °
    Sat
    38 °
    Sun
    41 °
    Mon
    42 °

    ସମ୍ବନ୍ଧିତ