Wednesday, October 7, 2026
22.5 C
Odisha

    ସିକ୍ରେଟ୍‌ ପ୍ରେଗ୍‌ନାନ୍ସି, ଏଥିରେ ମହିଳାଙ୍କୁ ଦେଖାଦିଏ ନାହିଁ ଗର୍ଭଧାରଣର କୌଣସି ଲକ୍ଷଣ, ଜାଣନ୍ତୁ କାହିଁକି

    ଆଗକୁ ପଢନ୍ତୁ

    ଗର୍ଭଧାରଣର ଅଭିଜ୍ଞତା ପ୍ରତ୍ୟେକ ମହିଳାଙ୍କ ପାଇଁ ବହୁ ସ୍ବତନ୍ତ୍ର, କିନ୍ତୁ ଯେତେବେଳେ ଜଣେ ମହିଳା ଗର୍ଭବତୀ ହୁଅନ୍ତି ସେ ଏହା ଜାଣିପାରନ୍ତି ନାହିଁ ସେତେବେଳେ ଏହା ଆଶ୍ଚର୍ଯ୍ୟଜନକ ଲାଗିଥାଏ। ଆଜ୍ଞା ହଁ ବିଶ୍ୱରେ ଏପରି ଅନେକ ଘଟଣା ଘଟିଛି, ଅନେକ ମହିଳା ଜାଣି ପାରି ନ ଥାନ୍ତି କି ସେ ଗର୍ଭବତୀ ଅଛନ୍ତି କିମ୍ବା ବିଳମ୍ବରେ ଏହା ଜାଣିପାରନ୍ତି। ଏହାକୁ ସିକ୍ରେଟ୍‌ ପ୍ରେଗ୍‌ନାନ୍ସି ବା ଗୁପ୍ତ ଗର୍ଭଧାରଣ ମଧ୍ୟ କୁହାଯାଏ। ଏହା ଏପରି ଏକ ଅବସ୍ଥା ଯେଉଁଥିରେ ମହିଳାଙ୍କଠାରେ ଗର୍ଭଧାରଣର କୌଣସି ଲକ୍ଷଣ ଦେଖାଯାଏ ନାହିଁ। ତେବେ ଜାଣନ୍ତୁ ଏହା କାହିଁକି ଏବଂ କିପରି ହୋଇଥାଏ…

    ସାଧାରଣତଃ ମହିଳାମାନେ ୪ରୁ ୧୨ ସପ୍ତାହ ମଧ୍ୟରେ ଗର୍ଭଧାରଣ ଅନୁଭବ କରନ୍ତି, କିନ୍ତୁ ସିକ୍ରେଟ୍‌ ପ୍ରେଗ୍‌ନାନ୍ସିରେ ମହିଳା ଗର୍ଭଧାରଣର କୌଣସି ଅନୁଭବ କରନ୍ତି ନାହିଁ, କେତେକ ସମୟରେ ଜଣେ ମହିଳା ପ୍ରସବ ଯନ୍ତ୍ରଣା ଆରମ୍ଭ ହେବା ପର୍ଯ୍ୟନ୍ତ ଜାଣିପାରନ୍ତି ନାହିଁ ଯେ, ସେ ଗର୍ଭବତୀ ଅଛନ୍ତି। ପ୍ରକୃତରେ ଗୁପ୍ତ ଗର୍ଭଧାରଣ ସାଧାରଣ ଗର୍ଭଧାରଣଠାରୁ ଭିନ୍ନ କାରଣ ଏଥିରେ ଗର୍ଭଧାରଣର ସାଧାରଣ ଲକ୍ଷଣଗୁଡ଼ିକ ଯେପରିକି ଋତୁସ୍ରାବ ବନ୍ଦ ହେବା, ପେଟ ବଢ଼ିବା କିମ୍ବା ଗର୍ଭଧାରଣ ପରୀକ୍ଷାରେ ସକାରାତ୍ମକ ଫଳାଫଳ। ବହୁତ ହାଲୁକା କିମ୍ବା ସହଜରେ ଅଣଦେଖା ହୋଇପାରେ।

    ସ୍ବାସ୍ଥ୍ୟ ବିଶେଷଜ୍ଞ କୁହନ୍ତି, ସିକ୍ରେଟ୍‌ ପ୍ରେଗ୍‌ନାନ୍ସିର ଅନେକ କାରଣ ହୋଇପାରେ, କିନ୍ତୁ ସବୁଠାରୁ ବଡ଼ କାରଣ PCOD କିମ୍ବା PCOS ରୋଗ ହୋଇପାରେ। ଏପରି ମହିଳାଙ୍କର ନିୟମିତ ଋତୁସ୍ରାବ ହୁଏ ନାହିଁ କିମ୍ବା ସେମାନଙ୍କର ଋତୁସ୍ରାବ ଦୁଇରୁ ତିନି ମାସ ବିଳମ୍ବ ହୁଏ। ଏହି ପରିସ୍ଥିତିରେ ଏପରି ମହିଳାମାନେ ଏହାକୁ ଏକ ସାଧାରଣ ସମସ୍ୟା ଭାବି ଅଣଦେଖା କରନ୍ତି। କିଛି ମହିଳାଙ୍କର HCG (ହ୍ୟୁମାନ କୋରିଓନିକ୍‌ ଗୋନାଡୋଟ୍ରୋପିନ) ହରମୋନର ସ୍ତର କମ ଥାଏ, ଯାହା ଗର୍ଭଧାରଣ ପରୀକ୍ଷାକୁ ପ୍ରଭାବିତ କରେ। ଏହି କାରଣରୁ ପରୀକ୍ଷା ନେଗେଟିଭ୍‌ ରହୁଥିବାରୁ ମହିଳା ଜାଣିପାରନ୍ତି ନାହିଁ ଯେ ସେ ଗର୍ଭବତୀ। କେତେକ ସମୟରେ ୪୦ ବର୍ଷ ବୟସ ପରେ, ମହିଳାଙ୍କଠାରେ ମେନୋପଜ୍ର ଲକ୍ଷଣ ଆରମ୍ଭ ହୁଏ, ଏପରି ପରିସ୍ଥିତିରେ ମହିଳାମାନେ ସନ୍ଦେହରେ ରୁହନ୍ତି ଯେ, ଏହି ବୟସରେ ଗର୍ଭଧାରଣ ସମ୍ଭବ ନୁହେଁ, କିନ୍ତୁ ସେମାନେ ଗର୍ଭଧାରଣ କରିଥାନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.5 ° C
    22.5 °
    22.5 °
    88 %
    1.7kmh
    0 %
    Wed
    22 °
    Thu
    30 °
    Fri
    29 °
    Sat
    30 °
    Sun
    30 °

    ସମ୍ବନ୍ଧିତ