Wednesday, October 7, 2026
31.4 C
Odisha

    ସିଙ୍ଗାପୁର ସ୍ଥିତ ଆଇଟିଇଇଏସ ସହ ନବୀନ ସରକାରଙ୍କ ସମୟରେ ଚୁକ୍ତିବଦ୍ଧ ହୋଇଥିଲା: ବିଜେଡି

    ଆଗକୁ ପଢନ୍ତୁ

    ବିଜୁ ଜନତା ଦଳ ତରଫରୁ ଶଙ୍ଖଭଵନ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ କହିଛନ୍ତି ଯେ, ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସିଙ୍ଗାପୁରରେ ସ୍ଥିତ ଆଇଟିଇଇଏସ ପରିଦର୍ଶନ କରିଥିଲେ, ଯେଉଁଠି ଅନେକ ଓଡ଼ିଆ ଯୁବକ ଯୁବତୀ ପ୍ରଶିକ୍ଷଣ ନେଉଛନ୍ତି, ତାହା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମୟରେ ଚୁକ୍ତିବଦ୍ଧ ହୋଇଥିଲା।

    ଶ୍ରୀ ଘଡ଼ାଇ କହିଥିଲେ, ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ୟମରେ ୨୦୧୭ ମସିହା ନଭେମ୍ବର ମାସରେ, ଏହି ସଂସ୍ଥା ସହ ଓଡିଶା ସରକାର ଏକ ଏମଓୟୁ କରିଥିଲେ ଓ ସେହି ଅନୁସାରେ ଯୁବକ ଯୁବତୀଙ୍କ ଦକ୍ଷତା ଵିକାଶ ପାଇଁ ପ୍ରଶିକ୍ଷଣ ଆରମ୍ଭ ହୋଇଥିଲା। ୨୦୨୩ ମସିହାରେ ଦ୍ଵିତୀୟ ପର୍ଯ୍ୟାୟ ପାଇଁ ଏମଓୟୁ କରାଯାଇଥିଲା ଯାହା ଅନୁଯାୟୀ, ନଅଟି ଇନୋଭେସନ ପ୍ରୋଗ୍ରାମରେ ପ୍ରଶିକ୍ଷଣ ପ୍ରଦାନ କରାଯିବ। ଆଉ ଥରେ ଏମଓୟୁ କରାଯାଇଥିଲା ଓ ସେହି ଅନୁସାରେ ଓଡ଼ିଶାର ଯୁବକଯୁବତୀ ମାନେ ପ୍ରଶିକ୍ଷଣ ପାଇ ଆସୁଛନ୍ତି। ଦକ୍ଷତା ବିକାଶର ଇକୋ ସିଷ୍ଟମକୁ ବିଶ୍ୱସ୍ତରୀୟ କରିବା ପାଇଁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ୟମରେ ୱାର୍ଲଡ ସ୍କିଲ ସେଣ୍ଟର ପ୍ରତିଷ୍ଠା ହୋଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    31.4 ° C
    31.4 °
    31.4 °
    52 %
    2.4kmh
    12 %
    Wed
    29 °
    Thu
    30 °
    Fri
    30 °
    Sat
    30 °
    Sun
    30 °

    ସମ୍ବନ୍ଧିତ