Wednesday, April 8, 2026
30.6 C
Odisha

    ସିନ୍ଧୁଜଳ ଚୁକ୍ତି ପ୍ରସଙ୍ଗ: ପାକିସ୍ତାନ ବିପକ୍ଷରେ ଭାରତର ବଡ଼ ବିଜୟ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ସିନ୍ଧୁଜଳ ବିବାଦ  ନେଇ ପାକିସ୍ତାନ ବିପକ୍ଷରେ ଭାରତର ଏକ ବଡ଼ ବିଜୟ ହୋଇଛି। ଜଣେ ନିରପେକ୍ଷ ବିଶେଷଜ୍ଞ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଭାରତର ଆଭିମୁଖ୍ୟକୁ ବଜାୟ ରଖି ପାକିସ୍ତାନକୁ ଝଟ୍‌କା ଦେଇଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏକ ବିବୃତିରେ ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛି। ମନ୍ତ୍ରଣାଳୟ କହିଛି, ସିନ୍ଧୁଜଳ ଚୁକ୍ତି, ୧୯୬୦ର ଅନୁବନ୍ଧ ଏଫ୍‌ର ଧାରା ୭ ଅନୁଯାୟୀ ନିରପେକ୍ଷ ବିଶେଷଜ୍ଞ ଦେଇଥିବା ନିଷ୍ପତ୍ତିକୁ ଭାରତ ସ୍ୱାଗତ କରୁଛି। ଏହି ନିଷ୍ପତ୍ତି ଭାରତର ଆଭିମୁଖ୍ୟକୁ ବଜାୟ ରଖିଛି। ନିରପେକ୍ଷ ବିଶେଷଜ୍ଞ ନିଜ ଦକ୍ଷତାକୁ ବଜାୟ ରଖିଛନ୍ତି, ଯାହା ଭାରତର ମତ ସହ ସମାନ।ସିନ୍ଧୁଜଳ ଚୁକ୍ତିର ଧାରା ଦ୍ୱାଦଶ (୩) ଅନୁଯାୟୀ ଏହାର ସଂଶୋଧନ ଓ ସମୀକ୍ଷା ପ୍ରସଙ୍ଗରେ ମଧ୍ୟ ଭାରତ ଓ ପାକିସ୍ତାନ ସରକାର ଯୋଗାଯୋଗରେ ଅଛନ୍ତି ବୋଲି ବୈଦେଶିକ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି। ସିନ୍ଧୁଜଳ ଚୁକ୍ତି ଅନୁଯାୟୀ, ଭାରତ ତିନୋଟି ପୂର୍ବାଞ୍ଚଳ ନଦୀ ରାବି, ସତଲେଜ ଓ ବ୍ୟାସର ପରିଚାଳନା କରୁଥିବା ବେଳେ ପାକିସ୍ତାନ  ପଶ୍ଚିମାଞ୍ଚଳ ନଦୀ- ଝେଲମ୍, ଚେନାବ ଓ ସିନ୍ଧୁର ତଦାରଖ କରିଥାଏ। କେତେକ ସୀମିତ ବ୍ୟତିକ୍ରମ ବ୍ୟତୀତ ଭାରତ ପଶ୍ଚିମାଞ୍ଚଳ ନଦୀରୁ ପାକିସ୍ତାନକୁ ଜଳ ପ୍ରବାହକୁ ଅନୁମତି ଦେବା ଆବଶ୍ୟକ। ତେବେ ଏହି ଚୁକ୍ତିକୁ ଏକାଧିକ ବିଶ୍ୱ ମଞ୍ଚରେ ଚ୍ୟାଲେଞ୍ଜ କରି ପାକିସ୍ତାନ ଭାରତର ଅଧିକାରକୁ ବିରୋଧ କରିଆସୁଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.6 ° C
    30.6 °
    30.6 °
    30 %
    2.5kmh
    6 %
    Wed
    33 °
    Thu
    38 °
    Fri
    38 °
    Sat
    39 °
    Sun
    42 °

    ସମ୍ବନ୍ଧିତ