Thursday, April 2, 2026
37.1 C
Odisha

    ସିବିଏସ୍‌ଇ ସ୍କୁଲ୍‌ରେ ସିସିଟିଭି ବାଧ୍ୟତାମୂଳକ

    ଆଗକୁ ପଢନ୍ତୁ

    ଭୁବନେଶ୍ବର : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ପକ୍ଷରୁ ଛାତ୍ରଛାତ୍ରୀ ଏବଂ କର୍ମଚାରୀଙ୍କ ସୁରକ୍ଷା ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ନିୟମାବଳୀ ଜାରି କରାଯାଇଛି। ନିର୍ଦେଶାବଳୀ ଅନୁସାରେ, ସିବିଏସ୍‌ଇ ଅନୁବନ୍ଧିତ ସମସ୍ତ ବିଦ୍ୟାଳୟରେ ହାଇ-ରିଜୋଲ୍ୟୁସନ ସିସିଟିଭି କ୍ୟାମେରା ସ୍ଥାପନ ବାଧ୍ୟତାମୂଳକ କରାଯିବ। ଏଥିରେ ରିଅଲ-ଟାଇମ ଅଡିଓ-ଭିଜୁଆଲ ରେକର୍ଡିଂ କ୍ଷମତା ରହିବ। ଏହି ନିୟମ ବିଦ୍ୟାଳୟ ପରିସରରେ ନିରାପତ୍ତା ବିଶେଷ କରି ଅନୁପ୍ରବେଶକାରୀଙ୍କ ବିପଦକୁ ରୋକିବା ପାଇଁ ଲକ୍ଷ୍ୟ ରଖିଛି। ସିବିଏସ୍‌ଇ ଅନୁବନ୍ଧିତ ସବୁ ବିଦ୍ୟାଳୟ ଏହି ନିୟମକୁ ମାନିବେ। ସବୁ ସ୍କୁଲର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଲାଗିବ ସିସିଟିଭି। ସମସ୍ତ ପ୍ରବେଶ ଓ ପ୍ରସ୍ଥାନ ସ୍ଥଳ, ପ୍ରତୀକ୍ଷା ସ୍ଥଳ, ବାରଣ୍ଡା, ସିଡ଼ିଘର, ଶ୍ରେଣୀଗୃହ, ପରୀକ୍ଷାଗାର, ଗ୍ରନ୍ଥାଗାର, କ୍ୟାଣ୍ଟିନ, ଖେଳପଡ଼ିଆ ଏବଂ ଅନ୍ୟାନ୍ୟ ସାଧାରଣ ଅଞ୍ଚଳରେ କ୍ୟାମେରା ସ୍ଥାପନ ହେବ। ଗୋପନୀୟତା ବଜାୟ ରଖିବା ପାଇଁ ଶୌଚାଳୟ ଏବଂ ୱାସ୍‌ରୁମ ଗୁଡ଼ିକରେ କ୍ୟାମେରା ସ୍ଥାପନ କରାଯିବ ନାହିଁ। ସିସିଟିଭି ଫୁଟେଜ ଅତି କମ୍‌ରେ ୧୫ ଦିନ ପାଇଁ ସଂରକ୍ଷଣ କରାଯିବ ଏବଂ ଆବଶ୍ୟକ ହେଲେ ଏହାକୁ ଯାଞ୍ଚ କରାଯିବ। ବୋର୍ଡ ପରୀକ୍ଷା କେନ୍ଦ୍ରଗୁଡ଼ିକ ପାଇଁ ଫୁଟେଜ୍‌ ଅତିକମ୍‌ରେ ଫଳାଫଳ ଘୋଷଣାର ୨ ମାସ ପର୍ଯ୍ୟନ୍ତ ସଂରକ୍ଷଣ କରିବାକୁ ନିର୍ଦେଶ ଦିଆଯାଇଛି। ପ୍ରତ୍ୟେକ ୧୦ଟି ଶ୍ରେଣୀଗୃହ ବା ୨୪୦ ଛାତ୍ରଛାତ୍ରୀଙ୍କ ପାଇଁ ଜଣେ ନିରୀକ୍ଷକ (ଇନ୍‌ଭିଜିଲେଟର) ନିଯୁକ୍ତ ହେବେ। ସେ ପରୀକ୍ଷା ସମୟରେ ରିଅଲ-ଟାଇମ ଫୁଟେଜ ନିରୀକ୍ଷଣ କରିବେ ଏବଂ ଅନିୟମିତ କାର୍ଯ୍ୟକଳାପ ରିପୋର୍ଟ କରିବେ। ସିସିଟିଭି ସିଷ୍ଟମର ନିୟମିତ ରକ୍ଷଣାବେକ୍ଷଣ ଏବଂ ଯାଞ୍ଚ କରାଯିବ। ପ୍ରତି ତିନିମାସରେ ସିଷ୍ଟମର କାର୍ଯ୍ୟକ୍ଷମତା ଯାଞ୍ଚ କରାଯିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    37.1 ° C
    37.1 °
    37.1 °
    23 %
    0.8kmh
    0 %
    Thu
    39 °
    Fri
    41 °
    Sat
    38 °
    Sun
    37 °
    Mon
    35 °

    ସମ୍ବନ୍ଧିତ