Tuesday, May 19, 2026
43.6 C
Odisha

    ସିଭିଲ୍ ସର୍ଭିସ୍ ପରୀକ୍ଷା ପାଇଁ ଆସିଲା ନୂଆ ନିୟମ, ଏଣିକି ପ୍ରିଲିମ୍ ପରୀକ୍ଷାର ମିଳିବ Answer key

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ସିଭିଲ୍ ସର୍ଭିସ୍ ପରୀକ୍ଷାର୍ଥୀଙ୍କ ପାଇଁ ଆସିଲା ନୂଆ ନିୟମ । ଏଣିକି ପ୍ରିଲିମ୍ ପରୀକ୍ଷା ପରେ ମିଳିବ ଏହାର ଆନ୍ସର କି । ଚଳିତବର୍ଷ ଠାରୁ ଏହି ନିୟମ ଲାଗୁ କରିବାକୁ ଯାଉଛି UPSC । ପରୀକ୍ଷା ପ୍ରକ୍ରିୟାକୁ ସ୍ବଚ୍ଛତା ଓ ସୁଦୃଢ଼ କରିବା ସହ ପାରଦର୍ଶିତା ବୃଦ୍ଧି କରିବା ଏହି ପଦକ୍ଷେପର ମୂଳ ଉଦ୍ଦେଶ୍ୟ । ତେବେ ପୂର୍ବରୁ କେବଳ ଅନ୍ତିମ ପରୀକ୍ଷା ବା ମେନ୍ ଏଗଜାମ୍ ର ଆନ୍ସର କି ସାର୍ବଜନୀନ କରାଯାଉଥିଲା । କିନ୍ତୁ UPSC ପରୀକ୍ଷା ପ୍ରକ୍ରିୟାକୁ ଆହୁରି ସ୍ବଚ୍ଛତା କରିବା ଉଦ୍ଦେଶ୍ୟରେ ଏଣିକି ପ୍ରଲିମ ପରୀକ୍ଷାର ବି ଆନ୍ସର କି ଉପଲବ୍ଧ ହେବ । ଆସନ୍ତା ୨୪ରେ ୨୦୨୬ ସିଭିଲ ସର୍ଭିସ୍ ପରୀକ୍ଷାର ପ୍ରିଲିମିନାରୀ ପରୀକ୍ଷା କରାଯିବାକୁ ତାରିଖ ଧାର୍ଯ୍ୟ ହୋଇଛି ।

    ତେବେ UPSCର ଅନଲାଇନ୍ ୱେବସାଇଟରେ ଏହି ଆନ୍ସର କି ଉପଲବ୍ଧ ହେବ ବୋଲି କହିଛନ୍ତି UPSC ଅଧ୍ୟକ୍ଷ ଅଜୟ କୁମାର । ଏହାଦ୍ବାରା ପ୍ରାର୍ଥୀମାନେ ପ୍ରାରମ୍ଭିକ ପର୍ଯ୍ୟାୟରେ ହିଁ ସମ୍ଭାବ୍ୟ ତ୍ରୁଟିଗୁଡ଼ିକ ଉପରେ ନିଜର ଆପତ୍ତି ଅଭିଯୋଗ ପାଇଁ ସୁଯୋଗ ପାଇପାରିବେ । ପ୍ରାର୍ଥୀମାନେ UPSC ର ଅନଲାଇନ୍ ୱେବସାଇଟ୍ ରେ ଉପଲବ୍ଧ QPRep ପୋର୍ଟାଲ ମାଧ୍ୟମରେ ନିଜର ଅଭିଯୋଗ ଦାଖଲ କରିପାରିବେ । ପୋର୍ଟାଲରେ ଆପତ୍ତି ଅଭିଯୋଗ ପାଇଁ ଏହି ସୁବିଧା ଚଳିତ ମାସ ୩୧ ମେ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଖୋଲା ରହିବ । ତେବେ ଏଥିପାଇଁ ପ୍ରାର୍ଥୀ ନିଜ ଦାବିକୁ ସମର୍ଥନ କରୁଥିବା ତିନୋଟି ପ୍ରମାଣିକ ସ୍ରୋତରୁ ପ୍ରମାଣ ଦାଖଲ କରିବାକୁ ନିୟମାବଳୀରେ ସୂଚନା ରହିଛି । ଅଭିଯୋଗ ପଞ୍ଜୀକୃତ ହେବା ପରେ ବିଷୟଭିତ୍ତିକ ବିଶେଷଜ୍ଞମାନେ ଏହାର ଯାଞ୍ଚ କରିବେ ଓ ବିବାଦୀୟ ପ୍ରଶ୍ନଗୁଡ଼ିକ ଉପରେ ନିଜ ମତାମତ ରେକର୍ଡ କରିବେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    43.6 ° C
    43.6 °
    43.6 °
    16 %
    3.7kmh
    100 %
    Tue
    42 °
    Wed
    45 °
    Thu
    46 °
    Fri
    45 °
    Sat
    45 °

    ସମ୍ବନ୍ଧିତ