Friday, July 3, 2026
24.8 C
Odisha

    ସିରିଆ କ୍ୟାଫେରେ ଭୟଙ୍କର ବିସ୍ଫୋରଣ, ୯ ମୃତ ଓ ୨୦ ଆହତ

    ଆଗକୁ ପଢନ୍ତୁ

    ସିରିଆ : ଗତକାଲି ସିରିଆର ରାଜଧାନୀ ଦମାସକସ୍କର ଏକ କ୍ୟାଫେରେ ଭୟଙ୍କର ବିସ୍ଫୋରଣ ଘଟିଥିବା ଦେଖିବାକୁ ମିଳିଛି । ଏହି ବିସ୍ଫୋରଣରେ ୯ ଜଣଙ୍କର ମୃତ୍ୟୁ ଘଟିଥିଲାବେଳେ ଅନ୍ୟ ୨୦ ଜଣ ଆହତ ହୋଇଛନ୍ତି । ଏପର୍ଯ୍ୟନ୍ତ ବିସ୍ଫୋରଣର କାରଣ ଜଣାପଡିନାହିଁ । ଘଟଣା ସମ୍ପର୍କରେ ଖବର ପାଇ ସୁରକ୍ଷା ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଅଞ୍ଚଳକୁ ଘେରାବନ୍ଦୀ କରି ତଦନ୍ତ ଆରମ୍ଭ କରିଛନ୍ତି ।

    ସୂଚନାନୁଯାୟୀ, ମୁଖ୍ୟ କୋର୍ଟହାଉସ୍ ନିକଟରେ ଏହି ବସ୍ଫୋରଣ ଘଟିଥିଲା । ଶବ୍ଦ ଏତେ ଜୋରରେ ହୋଇଥିଲା ଯେ, ସ୍ଥାନୀୟ ଲୋକେ ଶୁଣି ଘଟଣାସ୍ଥଳରେ ପହଞ୍ଚିଥିଲେ । ହେଲେ ମୃତଦେହଗୁଡ଼ିକ ତଳେ ପଡ଼ିଥିଲା ବୋଲି ସେମାନେ କହିଛନ୍ତି । ଆହତଙ୍କୁ ଆମ୍ବୁଲାନ୍ସ ମାଧ୍ୟମରେ ହସ୍ପିଟାଲକୁ ନେଇ ସରକାରୀ ଚିକିତ୍ସା ଯୋଗାଇ ଦିଆଯାଇଥିଲା ।

    ଅନ୍ୟପଟେ ଡାମାସ୍କସ୍ ରାଜ୍ୟପାଳ ମାହେର ଇଡଲିବି କହିଛନ୍ତି ଯେ, ବିସ୍ଫୋରଣରେ ବ୍ୟବହୃତ ଉପକରଣ ପୁରୁଣା ଜିନିଷ ପରି ମନେ ହେଉଛି । ଖୁବ୍ ଶୀଘ୍ର ଏହି ଘଟଣାର ପ୍ରାଥମିକ ତଦନ୍ତର ଫଳାଫଳ ପ୍ରକାଶ ପାଇବ ବୋଲି ଗୃହ ମନ୍ତ୍ରୀ କହିଛନ୍ତି । ଅପରାଧୀମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମଧ୍ୟ ସେ ପ୍ରତିଶ୍ରୁତି ଦେଇଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.8 ° C
    24.8 °
    24.8 °
    95 %
    0.9kmh
    100 %
    Fri
    27 °
    Sat
    28 °
    Sun
    25 °
    Mon
    27 °
    Tue
    30 °

    ସମ୍ବନ୍ଧିତ