Thursday, March 26, 2026
37.1 C
Odisha

    ସିରିଆ ଗସ୍ତ ନକରିବାକୁ ଭାରତୀୟଙ୍କୁ ପରାମର୍ଶ, ଆଡଭାଇଜରୀ ଜାରି

    ଆଗକୁ ପଢନ୍ତୁ

    ସିରିଆ ନଯିବାକୁ ଭାରତୀୟଙ୍କୁ ପରାମର୍ଶ । ସିରିଆ ଗସ୍ତ ନେଇ ଭାରତୀୟଙ୍କ ପାଇଁ ଆଡଭାଇଜରୀ ଜାରି କଲେ ଭାରତ ସରକାର । ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସିରିଆ ଗସ୍ତ ନକରିବାକୁ ପରାମର୍ଶ ଦିଆଯାଇଛି । ସିରିଆରେ ଥିବା ଭାରତୀୟ ଦୂତାବାସ ସମ୍ପର୍କରେ ରହିବାକୁ ପରାମର୍ଶ ଦେଇଛି ଭାରତ ସରକାର । ସିରିଆରେ ଗୃହଯୁଦ୍ଧ ଯୋଗୁଁ ବିଦ୍ରୋହୀଙ୍କ ହିଂସା ବଢୁଥିବାରୁ ଭାରତୀୟ ନାଗରିକଙ୍କ ପାଇଁ ଆଡଭାଇଜରୀ ଜାରି କରିଛି ବିଦେଶ ମନ୍ତ୍ରାଳୟ। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସିରିଆ ଯାତ୍ରା ନକରିବାକୁ ପରାମର୍ଶ ଦିଆଯାଇଛି। ଏଥିସହ ସେଠାରେ ଥିବା ଭାରତୀୟଙ୍କ ପାଇଁ ଜରୁରୀକାଳୀନ ହେଲ୍ପଲାଇନ୍ ନମ୍ବର ଜାରି ସିରିଆରେ ଥିବା ଭାରତୀୟ ଦୂତାବାସ। ଏହି ନମ୍ବରରେ ହ୍ବାଟ୍ସ ଆପ୍ କରିବାକୁ ବି କୁହାଯାଇିଛି। ଯେଉଁମାନେ ସିରିଆରୁ ନିହାତି ଫେରି ପାରିବେ ନାହିଁ ସେମାନେ ସୁରକ୍ଷିତ ସ୍ଥାନରେ ରହିବାକୁ କୁହାଯାଇଛି । ନିହାତି ଜରୁରୀ ନହେଲେ ବାହାରକୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    37.1 ° C
    37.1 °
    37.1 °
    19 %
    2.7kmh
    2 %
    Thu
    37 °
    Fri
    40 °
    Sat
    40 °
    Sun
    41 °
    Mon
    41 °

    ସମ୍ବନ୍ଧିତ