Sunday, October 11, 2026
25 C
Odisha

    ସିଲିଣ୍ଡର ବିସ୍ଫୋରଣରୁ ଭୟଙ୍କର ଅଗ୍ନିକାଣ୍ଡ: ୩ ମହିଳାଙ୍କ ସମେତ ୨୩ ଜୀବନ୍ତ ଦଗ୍ଧ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ :  ଗୋଆରେ ଏକ  ଲୋକପ୍ରିୟ ନାଇଟ କ୍ଳବରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଗ୍ୟାସ୍ ସିଲିଣ୍ଡର ଫାଟିଯିବାରୁ ୨୩ ଜଣ ଜୀବନ୍ତ ଦଗ୍ଧ, ଏକାଧିକ ଆହତ ହୋଇଥିବାର ସୂଚନା ରହିଛି। ଗୋଆର ରାଜଧାନୀ ପାଣାଜୀଠାରୁ ପ୍ରାୟ ୨୫ କିଲୋମିଟର ଦୂରରେ ଏହି ଅଘଟଣ ଘଟିଛି । ତେବେ ଆହତକଙ୍କ ମଧ୍ୟରେ ତିନି ମହିଳା ରୋଷେୟା, ୪ ପର୍ଯ୍ୟଟକ ଥିବା ନେଇ ଗୋଆ ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।

    ଏହି ଘଟଣା ଶନିବାର ମଧ୍ୟରାତ୍ରିରେ ଘଟିଛି । ନାଇଟ୍‌ କ୍ଲବ୍‌ଟିର ନାମ ହେଉଛି “ବର୍ଚ୍‌ ବାଇ ରୋମିଓ ଲେନ୍‌”। ଏହି ନାଇଟ୍ କ୍ଲବ ଗତ ବର୍ଷ ଖୋଲା ଯାଇଥିଲା । ଅଧିକାରୀମାନଙ୍କ ମୁତାବକ, ମୃତକମାନଙ୍କ ମଧ୍ୟରୁ ଅଧିକାଂଶ ରୋଷେଇଘର କର୍ମଚାରୀ ଥିଲେ ଏବଂ ମୃତକଙ୍କ ମଧ୍ୟରେ ୩ ଜଣ ମହିଳା ଅଛନ୍ତି। ପୁଲିସ ଓ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଏହି ଦୁର୍ଘଟଣାର କାରଣ ଜାଣିବା ପାଇଁ ତଦନ୍ତ ଚାଲିଛି। ଆହତମାନଙ୍କୁ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ରାତି ୧୨ ଟା ୦୪ ମିନିଟରେ ପୁଲିସ କଣ୍ଟ୍ରୋଲ ରୁମକୁ ନିଆଁ ଲାଗିବା ସୂଚନା ମିଳିଥିଲା। ପୁଲିସ, ଅଗ୍ନିଶମ ବାହିନୀ ଓ ଆମ୍ବୁଲାନ୍ସ ତୁରନ୍ତ ଘଟଣାସ୍ଥଳକୁ ଯାଇଥିଲେ। ବର୍ତ୍ତମାନ ନିଆଁ ନିୟନ୍ତ୍ରଣାଧୀନ ଅଛି ଏବଂ ସମସ୍ତ ମୃତଦେହ ଉଦ୍ଧାର କରାଯାଇସାରିଛି। ଏହି ଘଟଣାରେ ରା‌ଷ୍ଟ୍ରପତି ଦ୍ରୗ‌େପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ପ୍ରକାଶ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25 ° C
    25 °
    25 °
    78 %
    0kmh
    0 %
    Sun
    30 °
    Mon
    30 °
    Tue
    30 °
    Wed
    29 °
    Thu
    29 °

    ସମ୍ବନ୍ଧିତ