Friday, October 2, 2026
22.2 C
Odisha

    ସିଲିଣ୍ଡର ବିସ୍ଫୋରଣ: ବସ୍ତିରେ ଲାଗିଲା ନିଆଁ, ୩ ମୃତ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ମୁମ୍ବାଇ ନିକଟବର୍ତ୍ତୀ ଭାୟନ୍ଦର ପୂର୍ବ ଅଞ୍ଚଳରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଇନ୍ଦ୍ରଲୋକ ପୁଲିସ୍‌ ଷ୍ଟେସନ ନିକଟରେ ଲୋଧା କମ୍ପ୍ଲେକ୍ସ ପଛରେ ଥିବା ଏକ ବେଆଇନ ବସ୍ତିରେ ଅଗ୍ନିକାଣ୍ଡ ଘଟି ସିଲିଣ୍ଡର ବିସ୍ଫୋରଣ ହୋଇଛି। ଏଥିରେ ୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନେକ ଆହତ ହୋଇଥିବା ସୂଚନା ମିଳିଛି। ଶୁକ୍ରବାର ବିଳମ୍ବିତ ରାତିରେ ବସ୍ତି ଅଞ୍ଚଳରେ ହଠାତ୍ ନିଆଁ ଲାଗିଯାଇଥିଲା। ନିଆଁ ଶୀଘ୍ର ଆଖପାଖ ଘରକୁ ବ୍ୟାପି ଯାଇଥିଲା । ଏହି ସମୟରେ ଘରେ ଗଚ୍ଛିତ ଗ୍ୟାସ ସିଲିଣ୍ଡର ଗୁଡ଼ିକ ଗୋଟିଏ ପରେ ଗୋଟିଏ ବିସ୍ଫୋରଣ ହୋଇ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା। ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଅଗ୍ନିଶମ ବାହିନୀ କର୍ମଚାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଜାରି ରଖିଥିଲେ। ବିପଦପୂର୍ଣ୍ଣ ପରିସ୍ଥିତି ସତ୍ତ୍ୱେ, କର୍ମଚାରୀମାନେ ମୋଟ ୨୯ଟି ସିଲିଣ୍ଡରକୁ ସୁରକ୍ଷିତ ଭାବରେ ଉଦ୍ଧାର କରିବାରେ ସଫଳ ହୋଇଥିଲେ। ସିଲିଣ୍ଡର ବିସ୍ଫୋରଣରେ ଟିଣ ସେଡ୍ କୁଡ଼ିଆ ଗୁଡିକ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବାବେଳେ କିଛି ଯାନବାହନ ଜଳି ପୋଡି ପାଉଁଶ ହୋଇଯାଇଥିଲା। ବର୍ତ୍ତମାନ୍ ପର୍ଯ୍ୟନ୍ତ ନିଆଁ ଲାଗିବାର କାରଣ ଜଣାପଡିନାହିଁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.2 ° C
    22.2 °
    22.2 °
    79 %
    1kmh
    28 %
    Fri
    30 °
    Sat
    30 °
    Sun
    30 °
    Mon
    31 °
    Tue
    31 °

    ସମ୍ବନ୍ଧିତ