Saturday, January 18, 2025
26 C
Odisha

    ସୁନା ଠାରୁ ବି ମହଙ୍ଗା ଏହି ଜୀବର ବାନ୍ତି, ବାସ୍ତବତା ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

    ଆଗକୁ ପଢନ୍ତୁ

    ଦୁନିଆରେ ଅନେକ ଅପରିଷ୍କାର ଜିନିଷ ରହିଛି, ଯାହାର ମୂଲ୍ୟ ସୁନା ଠାରୁ ବି ଅଧିକ । ଏଭଳି ଏକ ମାଛ ଅଛି ଯାହାର ବାନ୍ତିର ମୂଲ୍ୟ କୋଟିଏ ଟଙ୍କାରୁ ଉର୍ଦ୍ଧ୍ୱ । ସେହି ମାଛଟି ହେଉଛି ତିମି । ତିମି ମାଛର ବାନ୍ତିର ବାନ୍ତିକୁ ଆମ୍ବରଗ୍ରୀସ୍‌ (ambergris) କୁହାଯାଏ । ଏହା ତିମି ଶରୀରରୁ ନିର୍ଗତ ଏକ କଠିନ ପଦାର୍ଥ ଯାହା ‘ଫ୍ଲୋଟିଙ୍ଗ ଗୋଲ୍ଡ’ ଭାବେ ମଧ୍ୟ ଜଣାଶୁଣା ।

    ଆମ୍ବରଗ୍ରୀସ୍‌ ହେଉଛି ତିମି ମାଛ ଅନ୍ତନଳୀରେ ସୃଷ୍ଟି ହୋଇଥିବା ମଳ, ଯାହା ଅବାଞ୍ଛିତ ଖାଦ୍ୟ ହେତୁ ବାନ୍ତି ଆକାରରେ ଶରୀରର ବାହାରକୁ ବାହାରିଥାଏ । ଏହାର ରଙ୍ଗ କଳା ଠାରୁ ଆରମ୍ଭ କରି ହାଲୁକା ହଳଦିଆ ଓ ଧଳା ମଧ୍ୟ ହୋଇଥାଏ । ଏହା ମହମର ଏକ କଠିନ ଖଣ୍ଡ ପରି ଦେଖାଯାଏ । ତିମି ସମୁଦ୍ର ଭିତରେ ଥିବା ବିଭିନ୍ନ ପ୍ରକାର ଜିନିଷ ଖାଇଥାଏ, ଫଳରେ ଏହା ସଠିକ୍‌ ଭାବେ ହଜମ ନହୋଇ ବାନ୍ତି ରୂପରେ ବାହାରି ଆସିଥାଏ । ଏହି ବାନ୍ତି ପରେ ସମୁଦ୍ର ପୃଷ୍ଠକୁ ଆସିବା ସହ ଶକ୍ତ ହୋଇ ଯାଏ । ଏହା ସାଧାରଣତଃ ‘ସ୍ପର୍ମ ତିମି’ ଦ୍ୱାରା ଉତ୍ପାଦିତ ହୋଇଥାଏ ।
    ଆମ୍ବରଗ୍ରୀସ୍‌ରୁ ଖୁବ୍‌ ଦୁର୍ଗନ୍ଧ ଆସିଥାଏ, କିନ୍ତୁ ଏହାର ବିଶେଷତ୍ୱ ହେଉଛି ଏହା ଅତର ଏବଂ ପରଫ୍ୟୁମ୍‌ର ବାସ୍ନାକୁ ଏହା ଦୀର୍ଘ ସମୟ ପର୍ଯ୍ୟନ୍ତ ରଖିଥାଏ । ଏଥିପାଇଁ ପରଫ୍ୟୁମ୍‌ ତିଆରି କରୁଥିବା ବଡ଼ ବଡ଼ କମ୍ପାନୀଗୁଡ଼ିକ ଏହାକୁ କିଣି ନେଇଥାନ୍ତି । ପରଫ୍ୟୁମ୍‌ ଜଗତରେ ଏହାର ଚାହିଦା ସବୁଠାରୁ ଅଧିକ ।
    କେବଳ ପରଫ୍ୟୁମ୍‌ରେ ନୁହେଁ ବରଂ ବିଭିନ୍ନ ପ୍ରକାର ଔଷଧ ତିଆରି ପାଇଁ ମଧ୍ୟ ଏହା ବ୍ୟବହୃତ ହୁଏ । ଏହା ଅନେକ ପ୍ରକାରର ରୋଗର ଚିକିତ୍ସାରେ, ବିଶେଷ କରି ଯୌନ ସମସ୍ୟାର ଚିକିତ୍ସାରେ ବ୍ୟବହାର କରାଯାଇଥାଏ । ପ୍ରାଚୀନ ସମୟରୁ ହିଁ ଆମ୍ବରଗ୍ରୀସ୍‌ ନିଜର ଔଷଧୀୟ ଗୁଣ ପାଇଁ ପରିଚିତ ।
    ଷୋଡ଼ଶ ଶତାବ୍ଦୀରେ ବ୍ରିଟେନର ରାଜା ଚାର୍ଲ୍ସ ଦ୍ୱିତୀୟ ଏହାକୁ ଅଣ୍ଡା ସହିତ ଖାଇବାକୁ ପସନ୍ଦ କରୁଥିଲେ । ସେହିପରି ଅଷ୍ଟାଦଶ ଶତାବ୍ଦୀରେ ଏହା ତୁର୍କୀ କଫି ଏବଂ ୟୁରୋପୀୟ ଚକୋଲେଟର ସ୍ୱାଦ ବଢାଇବା ପାଇଁ ବ୍ୟବହୃତ କରାଯାଉଥିଲା । ଆଜି ବି ମଧ୍ୟ ଇଜିପ୍ଟରେ ସିଗାରେଟର ସ୍ୱାଦ ପାଇଁ ଏହାର ବ୍ୟବହାର କରାଯାଉଛି ।
    ଭାରତରେ ବନ୍ୟଯନ୍ତୁ ସୁରକ୍ଷା ଅଧିନିୟମ ୧୯୭୨ ଅନୁଯାୟୀ, ତିମି ବାନ୍ତିକୁ ରଖିବା କିମ୍ବା ଏହାର ବ୍ୟବସାୟ କରିବା ବେଆଇନ ଅଟେ । ସ୍ପର୍ମ ତିମିଙ୍କ ହ୍ରାସ ପାଉଥିବା ଜନସଂଖ୍ୟାକୁ ରୋକିବା ପାଇଁ ଏହି ପଦକ୍ଷେପ ନିଆଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    26 ° C
    26 °
    26 °
    22 %
    2.6kmh
    70 %
    Sat
    28 °
    Sun
    30 °
    Mon
    31 °
    Tue
    33 °
    Wed
    34 °

    ସମ୍ବନ୍ଧିତ