Monday, October 19, 2026
23.2 C
Odisha

    ହସ୍ପିଟାଲ୍‌ରେ ଭର୍ତ୍ତି ହେଲେ ଏଲ୍‌କେ ଆଡଭାନୀ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଅସୁସ୍ଥ ହୋଇ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି ବିଜେପି ନେତା ଲାଲକୃଷ୍ଣ ଆଡଭାନୀ। ଗତକାଲି ବିଳମ୍ବିତ ରାତିରେ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା ପରେ ବିଜେପି ନେତା ଲାଲ କୃଷ୍ଣ ଆଡଭାନୀଙ୍କୁ ଦିଲ୍ଲୀର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗତ ମାସରେ ସେ ତାଙ୍କର ୯୭ ତମ ଜନ୍ମଦିନ ପାଳନ କରିଥିଲେ। ଆଡଭାନୀ ଗତ କିଛି ମାସ ମଧ୍ୟରେ ବାରମ୍ବାର ସ୍ୱାସ୍ଥ୍ୟଗତ ସମସ୍ୟାର ସମ୍ମୁଖୀନ ହୋଇ ଆସୁଛନ୍ତି।ଗତ ଜୁଲାଇରୁ ନେଇ ଏବେ ସୁଦ୍ଧା ସେ ଚତୁର୍ଥ ଥର ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସେ ଏହାପୂର୍ବରୁ ଦିଲ୍ଲୀର ଉଭୟ ଆପୋଲୋ ହସ୍ପିଟାଲ ଏବଂ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ (ଏମ୍ସ) ରେ ଚିକିତ୍ସିତ ହୋଇଥିଲେ।

    ବିଜେପି ମୁଖପାତ୍ର କେ କୃଷ୍ଣ ସାଗର ରାଓ ତାଙ୍କର ଶୀଘ୍ର ଆରୋଗ୍ୟ କାମନା କରି ଆଡଭାନୀଙ୍କୁ ଆମର ଉଚ୍ଚତମ ନେତା ବୋଲି କହିଛନ୍ତି ଏକ ଏକ୍ସ ପୋଷ୍ଟ କହିଛନ୍ତି, “ମୁଁ ଆମର ଉଚ୍ଚତମ ନେତା ଏଲ.କେ ଆଡଭାନୀ ଶୀଘ୍ର ସୁସ୍ଥ ହୁଅନ୍ତୁ ବୋଲି ପ୍ରାର୍ଥନା କରୁଛି।’’

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.2 ° C
    23.2 °
    23.2 °
    82 %
    1.2kmh
    100 %
    Sun
    23 °
    Mon
    31 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ