Sunday, February 8, 2026
13.2 C
Odisha

    ସୁନ୍ଦରଗଡ଼ ଗଣହତ୍ୟା ମାମଲା; ଛୁଆ ପିଲା ସମେତ ଅନୁଗୋଳରୁ ୧୬ଜଣଙ୍କୁ ଉଠାଇଲା ପୁଲିସ୍!

    ଆଗକୁ ପଢନ୍ତୁ

    ଅନୁଗୋଳ: ରାଜ୍ୟବ୍ୟାପୀ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ସୁନ୍ଦରଗଡ଼ ଜିଲ୍ଲା କରମଡିହିରେ ୫ ଯାଯାବର ହତ୍ୟା ମାମଲା‌ରେ ସୁନ୍ଦରଗଡ଼ ପୁଲିସ୍‌ ଅନୁଗୋଳରୁ ୧୬ ଜଣଙ୍କୁ ଉଠାଇ ଆଣିଛି। ସେମାନଙ୍କ ମଧ୍ୟରେ ୬ଜଣ ମହିଳା ଥିବା ବେଳେ ୪ଜଣ ପୁରୁଷ, ୨ ନାବାଳକ ଓ ୪ଜଣ ଶିଶୁ ରହଛନ୍ତି। ଏମାନେ ବଅଁରପାଳ ଥାନା ଅଞ୍ଚଳ‌‌‌ରେ ଆତ୍ମଗୋପନ କରିଥିଲେ। ସୁନ୍ଦରଗଡ଼ ସଦର ଥାନା ପୁଲିସ ଅନୁଗୋଳ ଜିଲ୍ଲା ପୁଲିସକୁ ଏ ସମ୍ପର୍କରେ ଅବଗତ କରିବା ପରେ ସେମାନଙ୍କୁ ଆଜି ବଅଁରପାଳ ଅଞ୍ଚଳରୁ ଠାବ କରି ଧରା ଯାଇଥିଲ। ପରେ ସେମାନଙ୍କୁ ସୁନ୍ଦରଗଡ଼ ନିଆଯାଇଥିବା ଜଣାଯାଇଛି। ତେବେ ତଦନ୍ତରେ ବାଧା ଉପୁଜିବା ଆଶଙ୍କା‌‌ରେ ଏ ସଂପର୍କ‌‌ରେ କୌଣସି ତଥ୍ୟ ଦେବାକୁ ପୁଲିସ୍‌ ମନା କରିଦେଇଛି।
    ସୂଚନାଯୋଗ୍ୟ, ପରକୀୟା ପ୍ରୀତି ଓ ଦୀର୍ଘ ବର୍ଷର ଶତ୍ରୁତାକୁ ନେଇ ଦୁଇ ଯାଯାବର ଗୋଷ୍ଠୀ ମଧ୍ୟରେ ଲାଗି ରହିଥିବା ବିବାଦରୁ ସୁନ୍ଦରଗଡ଼଼ କରମଡିହିର ଯାଯାବର ବସ୍ତିରେ ଗତ ମଙ୍ଗଳବାର ରାତିରେ ଲୋମହର୍ଷକାରୀ ହତ୍ୟାକାଣ୍ଡ ଘଟିଥିଲା। କେଇ ମିନିଟ୍‌‌ ମଧ୍ୟରେ ଗଡ଼ିଯାଇଥିଲା ୫ ମୁଣ୍ଡ। ଏମାନେ ସମସ୍ତେ ମହାରାଷ୍ଟ୍ରର ୱାର୍ଦ୍ଧା ଜିଲ୍ଲା ବାସିନ୍ଦା। ଏନେଇ ସେମାନଙ୍କ ସଂପର୍କୀୟ ୱାର୍ଦ୍ଧା ଜିଲ୍ଲା ଦେଉଲିଗୁଢ଼ ଖେଡା ଥାନା େଓବଲ ନଗର ୱାର୍ଡ ନମ୍ବର ୩ର ଅବିନାଶ ବିମା ପାୱାର (୩୦) ସୁନ୍ଦରଗଡ଼ ଥାନାରେ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗ ଅନୁଯାୟୀ, ମଙ୍ଗଳବାର ରାତିରେ ଶୋଇଥିବା ବେଳେ ପ୍ରାୟ ସାଢ଼େ ୧୦ଟା ପାଖାପାଖି ୪ରୁ ୬ଜଣ ପୁରୁଷ ଲୋକ ଆସି ତାଙ୍କ ମାମୁଁ ଚରଣ କୁମାର (୪୫), ଭାଇ ସୁବାସ ପାୱାର (୨୩), ଭଉଣୀ ଛମା ଭୋସଁଲେ (୨୫), ପିଉସୀ କୈଲା କୁମାରୀ (୩୫), ଦାଦି ପୁଣ୍ଡି ପାୱାରଙ୍କୁ ଅତର୍କିତ ଆକ୍ରମଣ କରି ହତ୍ୟା କରିଥିଲେ। ଆକ୍ରମଣରେ ଅବିନାଶଙ୍କ ସମେତ ପୁଅ ମଜନୁ ପାୱାର (୧୦), ଭାଣିଜୀ ଅନିଶା କୁମାରୀ (୧୨), ଭଣଜା ପୀୟୂଷ କୁମାର(୧୩) ଗୁରୁତର ଆହତ ହୋଇଥିଲେ। ଏତଲାରେ ସକାୟା ପାୱାର, ତାଙ୍କ ସହଯୋଗୀ ସନ୍ତୋଷ ଭୋସଁଲେ, ଯୋଗେଶ ଭୋସଁଲେ, ଲଲେ ଭୋସଁଲେଙ୍କ ସମେତ ଅନ୍ୟ କିଛି ଦୁର୍ବୃତ୍ତ ଏହି ହତ୍ୟାକାଣ୍ଡ‌‌‌ରେ ସାମିଲ ଥିବା ଅବିନାଶ ଅଭିଯୋଗ କରିଛନ୍ତି।
    ତେବେ ଏହି ହତ୍ୟାକାଣ୍ଡ ପରେ ଅଭିଯୁକ୍ତଙ୍କୁ ଧରିବା ପୁଲିସ୍‌‌ ପାଇଁ ଚ୍ୟାଲେଞ୍ଜ ପାଲଟିଥିଲା। ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ ରାୟ, ସୁନ୍ଦରଗଡ଼ ଏସ୍‌‌ପି ପ୍ରତ୍ୟୁଷ ଦିବାକରଙ୍କ ନେତୃତ୍ୱରେ ପୁଲିସ୍‌‌ ଟିମ୍‌‌ ଗଠନ କରାଯାଇଥିଲା। ଓଡ଼ିଶା-ଛତିଶଗଡ଼, ଓଡ଼ିଶା-ଝାଡ଼ଖଣ୍ଡ ସୀମା ସିଲ୍‌‌କୁ କରାଯାଇ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ବିଭିନ୍ନପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଥିଲା। ଫୋନ୍‌-ଟ୍ରାକିଂ ମଧ୍ୟ କରାଯାଇଥିଲା। ତଦନ୍ତ ବେଳେ ଅଭିଯୁକ୍ତମାନେ ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅଞ୍ଚଳରେ ଥିବା ଜଣାପଡ଼ିଥିଲା। ସୁନ୍ଦରଗଡ଼ ସଦର ଥାନା ପୁଲିସ୍‌ ଅନୁଗୋଳ ଜିଲ୍ଲା ପୁଲିସକୁ ଏ ସମ୍ପର୍କରେ ଅବଗତ କରିଥିଲା। ଅପରପକ୍ଷେ, ଘଟଣାର ୩ ଦିନ ପରେ ଶୁକ୍ରବାର ମୃତକଙ୍କ ପରିବାରଲୋକ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ପହଞ୍ଚି ଶବ ଗ୍ରହଣ କରିଛନ୍ତି। ସ୍ଥାନୀୟ ଅଞ୍ଚଳ‌‌ରେ ସେମାନେ ମୃତଦେହଗୁଡ଼ିକୁ ପୋତି ଦେଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    13.2 ° C
    13.2 °
    13.2 °
    30 %
    1.5kmh
    2 %
    Sun
    29 °
    Mon
    31 °
    Tue
    32 °
    Wed
    33 °
    Thu
    34 °

    ସମ୍ବନ୍ଧିତ