Tuesday, March 31, 2026
28.1 C
Odisha

    ସୁଭଦ୍ରା ପୋର୍ଟାଲ ଉନ୍ମୋଚନ କଲେ ରାଜ୍ୟ ସରକାର

    ଆଗକୁ ପଢନ୍ତୁ

    ଉନ୍ମୋଚନ ହେଲା ‘ସୁଭଦ୍ରା’ ପୋର୍ଟାଲ। ‘ସୁଭଦ୍ରା’ ସମ୍ପର୍କିତ ସମସ୍ତ ସୂଚନା ପୋର୍ଟାଲରେ ଉପଲବ୍ଧ ହେବ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୁଭଦ୍ରା ପୋର୍ଟାଲ ଉନ୍ମୋଚନ କରିଛନ୍ତି https://subhadra.odisha.gov.in/ ରେ ସମସ୍ତ ସୂଚନା ରହିବ। ସାଧାରଣ ନାଗରିକ ଏଥିରୁ ସଠିକ୍ ତଥ୍ୟ ପାଇପାରିବେ। ମହିଳାମାନେ କୌଣସି ବି ତଥ୍ୟ ଜାଣିବାକୁ ଚାହିଁଲେ ପୋର୍ଟାଲରୁ ଜାଣିପାରିବେ। ସେଥିପାଇଁ ପୋର୍ଟାଲରେ ସଠିକ୍ ଏବଂ ସରଳ ଭାବେ ସୂଚନା ଉପଲବ୍ଧ ହେବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ସୂଚନା ଅନୁଯାୟୀ, ଫର୍ମ ବଣ୍ଟନ ଆରମ୍ଭ ହୋଇଛି, ୪ରୁ ଫର୍ମ ସଂଗ୍ରହ ଆରମ୍ଭ ହେବ। ଫର୍ମ ପୂରଣ କରି ଆଧାର କାର୍ଡ ନକଲ ସହ ଦାଖଲ କରିବେ । ମୋ ସେବା କେନ୍ଦ୍ର ବା ଜନସେବା କେନ୍ଦ୍ରରେ ଫର୍ମ ଦାଖଲ କରିବେ। ଫର୍ମ ବଣ୍ଟନ ଓ ଦାଖଲ ସଂପୂର୍ଣ୍ଣ ମାଗଣାରେ ହେବ ବୋଲି କହିଛନ୍ତି ପ୍ରଭାତୀ । ରାକ୍ଷୀ ପୂର୍ଣ୍ଣିମାରେ ମିଳିବାକୁ ଥିବା କିସ୍ତି ୧୭ରୁ ଆରମ୍ଭ ହେବ। ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିନରେ ନିଜେ ପ୍ରଧାନମନ୍ତ୍ରୀ ଶୁଭାରମ୍ଭ କରିବେ। ସବୁ ଯୋଗ୍ୟ ମହିଳାଙ୍କୁ ମିଳିବା ପର୍ଯ୍ୟନ୍ତ ଏହା ଚାଲୁ ରହିବ କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    28.1 ° C
    28.1 °
    28.1 °
    42 %
    2kmh
    93 %
    Tue
    38 °
    Wed
    39 °
    Thu
    40 °
    Fri
    39 °
    Sat
    41 °

    ସମ୍ବନ୍ଧିତ