Tuesday, September 8, 2026
24.5 C
Odisha

    ସୁଭଦ୍ରା: ପ୍ରଥମ କିସ୍ତିର ୪ର୍ଥ ପର୍ଯ୍ୟାୟ ଟଙ୍କା ନେଇ ଉପମୁଖ୍ୟମନ୍ତ୍ରୀଙ୍କ ସୂଚନା

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ରାଜ୍ୟ ସରକାରଙ୍କ ବହୁ ପ୍ରତୀକ୍ଷିତ ’ସୁଭଦ୍ରାଯୋଜନା’ର ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ପାଇବା ପାଇଁ ଆବେଦନକାରୀମାନେ ଅପେକ୍ଷାରେ ଅଛନ୍ତି। ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବଡ଼ ଅପ୍‌ଡେଟ୍‌ ଦେଇଛନ୍ତି। ରାଜ୍ୟ ସରକାର ଏପର୍ଯ୍ୟନ୍ତ ପ୍ରଥମ କିସ୍ତିରେ ୩ଟି ପର୍ଯ୍ୟାୟରେ ସୁଭଦ୍ରା ଟଙ୍କା ଦେଇ ସାରିଛନ୍ତି। ଯାଞ୍ଚ ପ୍ରକ୍ରିୟା ଆଗାମୀ ୩୦ ତାରିଖ ମଧ୍ୟରେ ଶେଷ ହେବ। ଏପର୍ଯ୍ୟନ୍ତ ୩ଟି ପର୍ଯ୍ୟାୟରେ ଯୋଗ୍ୟ ମହିଳାଙ୍କ ଆକାଉଣ୍ଟରେ ଟଙ୍କା ପହଞ୍ଚି ସାରିଛି। ଚତୁର୍ଥ ପର୍ଯ୍ୟାୟ ଟଙ୍କା ଡିସେମ୍ବର ୨୪ରେ ଦିଆଯିବ ବୋଲି ସରକାର କହିଥିଲେ। କିନ୍ତୁ ପରେ ଏହାକୁ ସ୍ଥଗିତ ରଖିଛନ୍ତି। ଏବେ କୁହାଯାଉଛି ଯେ, ଆସନ୍ତା ୨୦୨୫ ଜାନୁଆରିରେ ସରକାର ଟଙ୍କା ପଠାଇବେ। ଏହି ପର୍ଯ୍ୟାୟରେ ପ୍ରାୟ ୨୦ ଲକ୍ଷ ହିତାଧିକାରୀଙ୍କୁ ଟଙ୍କା ମିଳିବ। ଯାଞ୍ଚ ପ୍ରକ୍ରିୟା ଜାରି ରହିଥିବାରୁ ଏହି ପର୍ଯ୍ୟାୟ ଟଙ୍କା ବିଳମ୍ବରେ ଦିଆଯିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ଗତ ସେପ୍ଟେମ୍ବର ୧୭ ତାରିଖରେ ଶୁଭାରମ୍ଭ ହୋଇଥିବା ଯୋଜନାରୁ ଯେଉଁମାନେ ଏପର୍ଯ୍ୟନ୍ତ ଉପକୃତ ହୋଇପାରି ନାହାନ୍ତି, ସେମାନେ ବ୍ୟସ୍ତ ଦେଖାଯାଉଛନ୍ତି। ଅନେକ ମହିଳାଙ୍କର ଅଭିଯୋଗ ଯେ, ସେମାନଙ୍କର ନାମରେ କୌଣସି ଜମି ରେକର୍ଡ ନଥିବା ବେଳେ ସରକାର ସେମାନଙ୍କୁ ସାମିଲ କରୁନାହାନ୍ତି। ଆହୁରି ଅନେକ ମହିଳା କହୁଛନ୍ତି, ସେମାନେ କୌଣସି ଜଳକର ଦେଉନାହାନ୍ତି। କିନ୍ତୁ ତାଙ୍କର ଆବେଦନକୁ ସ୍ବୀକାର କରାଯାଇ ନାହଁ। ଅନ୍ୟପଟରେ ସରକାର କହିଛନ୍ତି ସୁଭଦ୍ରା ଟଙ୍କା ପାଇବାରୁ ବଞ୍ଚିତ ରହିଥିବା ଯୋଗ୍ୟ ହିତାଧିକାରୀ ସୁଭଦ୍ରା ପୋର୍ଟାଲରେ ଯାଇ ନିଜର ଅଭିଯୋଗ ଦାୟର କରିପାରିବେ। ଏହାବ୍ୟତୀତ ଏହି ଯୋଜନା ପାଇଁ ବ୍ଲକରେ ତିଆରି ହୋଇଥିବା କମିଟି ନିକଟରେ ମଧ୍ୟ ନିଜର ଅଭିଯୋଗ ଦେଇପାରିବେ। ଏହାପରେ ରାଜସ୍ବ ବିଭାଗର କର୍ମଚାରୀମାନେ ଗାଁକୁ ଯାଇ ତଦାରଖ କରିବା ପରେ ଦେଇଥିବା ରିପୋର୍ଟ ଅନୁସାରେ, ଚତୁର୍ଥ ପର୍ଯ୍ୟାୟରେ ଏହି ହିତାଧିକାରୀମାନଙ୍କୁ ସାମିଲ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଛନ୍ତି। ଏଥିସହିତ ରିଜେକ୍ଟ ଲିଷ୍ଟ ଯାଞ୍ଚ ସମୟରେ ଆଧାର ଭେରିଫିକେସନ କରାଇନେବାକୁ ସେ ହିତାଧିକାରୀମାନଙ୍କୁ ଅନୁରୋଧ କରିଛନ୍ତି ।ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ଯଦି ବାୟୋମେଟ୍ରିକରେ ଇ-କେୱାଇସି ଶେଷ ବୋଲି ଦେଖାଉଛି, ତେବେ ହିତାଧିକାରୀ ଅଚିନ୍ତା ରୁହନ୍ତୁ। ଓଟିପି ଜରିଆରେ ଇ-କେୱାଇସି କରିଥିଲେ ମଧ୍ୟ ବାୟୋମେଟ୍ରିକ କରନ୍ତୁ। ଇ-କେୱାଇସି ଅପଡେଟ ନଥିବାରୁ ୫ ଲକ୍ଷ ୧୧ ହଜାର ଆବେଦନ ପଡ଼ି ରହିଛି। ମଣ୍ଡିରେ ୫ ଏକର ଜମି ଥିବା ଦର୍ଶାଇଥିଲେ ରିଜେକ୍ଟ ଲିଷ୍ଟରେ ନାଁ ଆସିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    24.5 ° C
    24.5 °
    24.5 °
    91 %
    1.4kmh
    40 %
    Tue
    31 °
    Wed
    31 °
    Thu
    28 °
    Fri
    29 °
    Sat
    30 °

    ସମ୍ବନ୍ଧିତ