Friday, September 18, 2026
26.3 C
Odisha

    ସୁଭଦ୍ରା ଯୋଜନାକୁ ନେଇ ବଡ଼ ଅପଡେଟ: ମାର୍ଚ୍ଚ ୬ରେ ମିଳିବ ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟ ଟଙ୍କା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ସୁଭଦ୍ରା ଯୋଜନାକୁ ନେଇ ବଡ଼ ଅପଡେଟ ଆସିଛି । ମାର୍ଚ୍ଚ ୬ରେ ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟ ଟଙ୍କା ପାଇବେ ମହିଳା । ୧ ଲକ୍ଷ ୭୦ ହଜାର ମହିଳାଙ୍କୁ ମିଳିବ ପ୍ରଥମ କିସ୍ତି ଟଙ୍କା । ମହିଳାଙ୍କ ବ୍ୟାଙ୍କ ଖାତାକୁ ୫ ହଜାର ଲେଖାଏଁ ଟଙ୍କା ଯିବ ।

    ସେହିପରି ମାର୍ଚ୍ଚ ୮ରେ ଦ୍ୱିତୀୟ କିସ୍ତିର ସୁଭଦ୍ରା ଟଙ୍କା ପଠାଯିବ । ୧ କୋଟିରୁ ଅଧିକ ମହିଳା ଏକା ସାଙ୍ଗରେ ପାଇବେ ଦ୍ବିତୀୟ କିସ୍ତି ଅର୍ଥ। ବିଭିନ୍ନ କାରଣ ପାଇଁ ଯେଉଁମାନେ ସୁଭଦ୍ରା ଟଙ୍କା ପାଇନାହାଁନ୍ତି, ସେମାନେ ଏକାବେଳେ ଦୁଇଟି କିସ୍ତି ଅର୍ଥାତ ୧୦ ହଜାର ଟଙ୍କା ପାଇବେ । ଯାହାକି ମାର୍ଚ୍ଚ ୮ ତାରିଖରେ ମିଳିବାକୁ ଯାଉଛି । ଯିଏ ଆଦୌ ଆବେଦନ କରିନାହାଁନ୍ତି ସେମାନେ ଯଦି ଏବେ ଆବେଦନ କରନ୍ତି ତେବେ ମାର୍ଚ୍ଚ ୮ ତାରିଖରେ ଦୁଇଟି କିସ୍ତି ଟଙ୍କା ପାଇବେ ବୋଲି ଉପମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    26.3 ° C
    26.3 °
    26.3 °
    84 %
    0.4kmh
    100 %
    Fri
    27 °
    Sat
    31 °
    Sun
    31 °
    Mon
    29 °
    Tue
    30 °

    ସମ୍ବନ୍ଧିତ