Wednesday, January 8, 2025
26.6 C
Odisha

    ସୁସ୍ଥ ରହିବା ପାଇଁ ଚାହୁଁଥିଲେ, ଖାଦ୍ୟରେ ସାମିଲ୍ କରନ୍ତୁ ଖଜୁରୀ

    ଆଗକୁ ପଢନ୍ତୁ

    ସୁସ୍ଥ ରହିବା ପାଇଁ କିଏ ବା ନ ଚାହାଁନ୍ତି । ଶରୀର ସୁସ୍ଥ ରହିଲେ ସବୁ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥାଏ । ସୁସ୍ଥ ରହିବାକୁ ହେଲେ ମଣିଷ ବହୁତ ପ୍ରକାର କାର୍ଯ୍ୟ କରିଥାଏ । କାହିଁନା ଯଦି ଶରୀର ଥରେ ଖରାପ ସୁସ୍ଥ ହେବ ପାଇଁ ସମୟ ଲାଗିଥାଏ । ଯାହା ଫଳରେ ଆମ ଶରୀର ଦିନକୁ ଦିନ ଦୁର୍ବଳ ହୋଇଯାଏ । ଦୁର୍ବଳ ହେବା କାରଣରୁ ଅଧିକାଂଶ ଲୋକଙ୍କର ମୃତ୍ୟୁ ମଧ୍ୟ ହୋଇଥାଏ । ଏହି ସ୍ଥିତିରେ ଆପଣ କିପରି ସୁସ୍ଥ ରହିବେ ଏବଂ କ’ଣ ଖାଇବା ଦ୍ବାରା ସ୍ୱାସ୍ଥ୍ୟ ଭଲ ରହିବ ଆସନ୍ତୁ ଜାଣିବା ।ମଣିଷ ବଞ୍ଚିବା ପାଇଁ ବହୁତ ପ୍ରକାରର ଖାଦ୍ୟ ଖାଇଥାନ୍ତି । କିନ୍ତୁ ଆପଣଙ୍କୁ ଜାଣିବା ଦରକାର୍ ଯେ ଖାଇବାରେ ପୁଣି ଖାଇବା ଅଛି । ସବୁ ଖାଇବା ଶରୀରକୁ ସୁଟ୍ କରିନଥାଏ । ଯାହା ଫଳରେ ଅନେକ ସମସ୍ୟା ସାମ୍ନାକୁ ଆସିଥାଏ । ଯେମିତିକି ଗ୍ୟାସ୍, ଏସିଡିଟି ଇତ୍ୟାଦି ହେବା ଆରମ୍ଭ ହୋଇଥାଏ । କିନ୍ତୁ ସୁସ୍ଥ ରହିବା ପାଇଁ ଆପଣଙ୍କୁ ଖାଦ୍ୟରେ କିଛି ଡ୍ରାଏ ଫ୍ରୁଟ୍ସ ସାମିଲ୍ କରିବା ପଡିବ । ଯାହାକୁ ଖାଇଲେ ଖାଲି ଶରୀର ନୁହେଁ ବରଂ ତ୍ୱଚ୍ଛାରେ ମଧ୍ୟ ଫାଇଦା ମିଳିବ । ତେବେ ଆସନ୍ତୁ ଜାଣିବା ସେହି ଡ୍ରାଏ ଫ୍ରୁଟସର ନାମ କ’ଣ ।

    ଏହି ଡ୍ରାଏ ଫ୍ରୁଟ୍ସର ନାମ ହେଉଛି- ଖଜୁରୀ’ । ଏହାକୁ ଖାଇବା ଫଳରେ ଅନେକ ଲାଭ ମିଳିଥାଏ । ଶୀତ ଦିନରେ ଏହି ଡ୍ରାଏ ଫ୍ରୁଟ୍ସକୁ ଖାଇବା ଉଚିତ୍ କାରଣ ଏହା ଶରୀରକୁ ବହୁତ ଗରମ ରଖିଥାଏ । ଏହା ସହ ଏଥିରେ ଭିଟାମିନ୍ ଡି’, କ୍ୟାଲସିୟମ ଭରପୂର ମାତ୍ରାରେ ରହିଥାଏ । ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଡ୍ରାଏ ଫ୍ରୁଟ୍ସ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଆସନ୍ତୁ ଜାଣିବା ଖଜୁରୀ ଖାଇବା ଦ୍ବାରା ଆମ ଶରୀରକୁ କେଉଁ ପ୍ରକାରର ଫାଇଦା ମିଳିଥାଏ ।

    ୧. ସ୍କିନ୍ ଗ୍ଲୋ : ପ୍ରକୃତରେ ସ୍କିନକୁ ଚମକାଇଥାଏ ଏହି ଡ୍ରାଏ ଫ୍ରୁଟ୍ସ । ଶୀତ ଦିନରେ ସମସ୍ତଙ୍କ ଫେସ୍ ଡ୍ରାଏ ହୋଇଯାଏ ଏବଂ ଚର୍ମକୁ ନଷ୍ଟ କରିଦିଏ । ଏପରି ସ୍ଥିତିରେ ଆପଣ ଯଦି ଖଜୁରୀ ଖାଆନ୍ତି ତେବେ ଏହା ଫେସ୍ ପାଇଁ ବହୁତ ଲାଭ ଦାୟକ ହେବାସହ ସ୍କିନ୍ ଗ୍ଲୋ କରିବା ଆରମ୍ଭ ହେବ ।

    ୨. ହଜମ ପ୍ରକ୍ରିୟାରେ ଉନ୍ନତି ଆଣିଥାଏ : ଖଜୁରୀରେ ଅଧିକ ପରିମାଣରେ ଫାଇବାର ଥିବା କାରଣରୁ ଏହା ଖାଦ୍ୟକୁ ବହୁତ ଶୀଘ୍ର ହଜମ କରିବାରେ ସାହାଯ୍ୟ କରିଥାଏ । ଏହାସହ ଏହାର ସ୍ଵାଦ ବହୁତ ଭଲ ହୋଇଥିବାରୁ ଏହାକୁ ଖାଇବାରେ କିଛି ଅସୁବିଧା ହୋଇ ନଥାଏ । ଛୋଟ ଛୁଆଙ୍କଠାରୁ ବଡ ଲୋକ ପର୍ଯ୍ୟନ୍ତ ଏହି ଡ୍ରାଏ ଫ୍ରୁଟ୍ସଟିକୁ ଖାଇବାକୁ ବହୁତ ପସନ୍ଦ କରିଥାନ୍ତି ।

    ୩. ପ୍ରତିରକ୍ଷା ପ୍ରଣାଳୀକୁ ମଜବୁତ କରେ : ଶୀତ ଦିନରେ ଯେଉଁମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ଦୁବର୍ଳ ହେଉଛି ସେହିମାନେ ଖଜୁରୀ ଖାଇବାକୁ ଭୁଲନ୍ତୁ ନାହିଁ । ଏହାସହ ପ୍ରତ୍ୟକ ଦିନ ଖଜୁରୀ ଖାଇବା ଅଭ୍ୟାସ୍ କରନ୍ତୁ । ଦେଖିବେ ଆପଣଙ୍କର ରୋଗ ପ୍ରତିରୋଧକ ଶକ୍ତି କିପରି ଡେଭଲପ୍ କରିବ ।

    ପ୍ରତିଦିନ ଆପଣ ୪-୫ଟି ଖଜୁରୀ ଖାଇବା ନିହାତି ଆବଶ୍ୟକ । ଏହାକୁ ଯଦି କ୍ଷୀରରେ ମିଶାଇ ପିଅନ୍ତି ତେବେ ଏହା ଶରୀରକୁ ଦ୍ବିଗୁଣ ଅଧିକ ଫାଇଦା ମିଳିବ । ଏହି ପିଇବା ଦ୍ୱାରା ନିଦ ମଧ୍ୟ ଭଲ ହୋଇଥାଏ । ଯଦି ଆପଣ ନିଜକୁ ସୁସ୍ଥ ରଖିବା ପାଇଁ ଚାହୁଁଛନ୍ତି ତେବେ ନିଜ ଖାଦ୍ୟରେ ଖଜୁରୀକୁ ସାମିଲ୍ କରନ୍ତୁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    26.6 ° C
    26.6 °
    26.6 °
    22 %
    2.5kmh
    0 %
    Wed
    27 °
    Thu
    27 °
    Fri
    28 °
    Sat
    28 °
    Sun
    29 °

    ସମ୍ବନ୍ଧିତ