Sunday, October 4, 2026
30.6 C
Odisha

    ସୋଆ ଏବଂ କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟ, ଇମ୍ଫାଲ ମଧ୍ୟରେ ଗବେଷଣା ଏବଂ ସହଯୋଗିତା ନିମନ୍ତେ ବୁଝାମଣା ସ୍ୱାକ୍ଷରିତ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର, ଜୁଲାଇ ୨୬: ଶିକ୍ଷା ଓ ଗବେଷଣା ସମେତ ଜଳବାୟୁ ପ୍ରଭାବିତ କୃଷିକୁ ନେଇ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଏବଂ କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟ (ସିଏୟୁ), ଇମ୍ଫାଲ ମଧ୍ୟରେ ଗୁରୁବାର ଏକ ବୁଝାମଣା ସ୍ୱାକ୍ଷରିତ ହୋଇଛି । ବୁଝାମଣା ଅନୁଯାୟୀ ସୋଆ ଏବଂ ସିଏୟୁ ପରସ୍ପର ମଧ୍ୟରେ ଛାତ୍ରଛାତ୍ରୀ, ଗବେଷକ ଏବଂ ଫ୍ୟାକଲ୍ଟି ସଦସ୍ୟଙ୍କର ବିନିମୟ ସହ ବିଭିନ୍ନ ପ୍ରକ୍ରିୟା ଏବଂ ଜ୍ଞାନକୌଶଳ, ବୈଜ୍ଞାନିକ ତଥ୍ୟ ଓ ସୂଚନାର ଆଦାନପ୍ରଦାନ ସମେତ ଗବେଷଣାଗାରର ସାମୁହିକ ସୁବିଧା ଉଠାଇପାରିବେ । ଏ ଦୁଇ ବିଶ୍ୱବିଦ୍ୟାଳୟ ଜଳବାୟୁ ପ୍ରଭାବିତ କୃଷିକୁ ନେଇ ମିଳିତ ଭାବେ ଗବେଷଣା କରିବା ସହ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେବେ । ସୋଆ ଏବଂ ସିଏୟୁ ମିଳିତ ଭାବେ ଆଉଟରିଚ୍ ପ୍ରୋଗ୍ରାମଗୁଡ଼ିକୁ ହାତକୁ ନେବା ସହ କୃଷକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ନିମନ୍ତେ କାର୍ଯ୍ୟ କରିବେ ବୋଲି ଏହି ବୁଝାମଣାରେ ଉଲ୍ଲେଖ ଅଛି । ବୁଝାମଣା ପତ୍ରରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏବଂ ସିଏୟୁର କୁଳପତି ପ୍ରଫେସର ଅନୁପମ ମିଶ୍ର ସ୍ୱାକ୍ଷର କରିଥିଲେ ।
    ଏହି ଅବସରରେ ସିଏୟୁର ନିର୍ଦ୍ଦେଶକ (ଇନ୍‌ଷ୍ଟ୍ରକ୍ସନ୍‌) ପ୍ରଫେସର ଇନ୍ଦିରା ସାରଙ୍ଗଥେମ୍ , ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର)ର ନିର୍ଦ୍ଦେଶକ ପ୍ରଫେସର ମାନସ କୁମାର ମଲ୍ଲିକ, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍ (ଆଇଏଏସ୍‌)ର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ, ଉପଦେଷ୍ଟା ପ୍ରଫେସର ବିଜୟ କୁମାର ସାହୁ, ପ୍ରଫେସର ଏସ୍‌.କେ. ପଣ୍ଡା ଏବଂ ସୋଆର ଚିଫ୍ ଆଡମିନିଷ୍ଟ୍ରେଟିଭ୍ ଅଫିସର ଶ୍ରୀ ପ୍ରମୋଦ କୁମାର ପଣ୍ଡା ଉପସ୍ଥିତ ଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.6 ° C
    30.6 °
    30.6 °
    51 %
    2.9kmh
    3 %
    Sun
    30 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ