Monday, April 6, 2026
24 C
Odisha

    ସୋଆ କମ୍ୟୁନିଟି ରେଡ଼ିଓ ପକ୍ଷରୁ ‘ଆମର ବରିଷ୍ଠ, ଆମର ଅଭିଯାନ’ କାର୍ଯ୍ୟକ୍ରମ ଆରମ୍ଭ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର, ନଭେମ୍ବର ୨୨: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଭଏସ୍ ଅଫ୍ ସୋଆ କମ୍ୟୁନିଟି ରେଡ଼ିଓ ୯୦.୪ ପକ୍ଷରୁ ‘ଆମର ବରିଷ୍ଠ, ଆମର ଅଭିଯାନ’ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଭାରତ ସରକାରଙ୍କର ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରଣାଳୟ ଅଧୀନସ୍ଥ ଅଭୟ ଯୋଜନା ଦ୍ୱାରା ଅଧାରିତ ଓ କମ୍ୟୁନିଟି ରେଡ଼ିଓ ଆସୋସିଏସନ୍ (ସିଆର୍‌ଏ) ଦ୍ୱାରା ପରିଚାଳିତ ଏହି ଅଟଳ ଭାୟୋ ଅଭ୍ୟୁଦୟ ଯୋଜନା (ଅଭୟ) କାର୍ଯ୍ୟକ୍ରମ ମାଧ୍ୟମରେ ବରିଷ୍ଠ ନାଗରିକମାନେ ବ୍ୟକ୍ତିଗତ ଏବଂ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ତ ସୁବିଧା ପାଇପାରିବେ ।
    ସେମାନଙ୍କ ଜୀବନଶୈଳୀରେ ଉନ୍ନତି ଆଣିବା ଉଦ୍ଦେଶ୍ୟରେ ବେତାର କେନ୍ଦ୍ର ମାଧ୍ୟମରେ ସେମାନଙ୍କୁ ଅବଗତ କରାଯିବାର ଯୋଜନା ସହ ସେମାନଙ୍କୁ ସମ୍ମାନ ଦେବା ଏବଂ ପର୍ଯ୍ୟାପ୍ତ ସ୍ୱାସ୍ଥ୍ୟ ସେବା, ଯତ୍ନ ଓ ସୁରକ୍ଷା ପ୍ରଦାନ କରିବା ଏହି ଅଭୟ କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ । ଏହି କାର୍ଯ୍ୟକ୍ରମ ୨୦୨୪ ନଭେମ୍ବର ରୁ ୨୦୨୫ ମାର୍ଚ୍ଚ ପର୍ଯ୍ୟନ୍ତ ଜାରୀ ରହିବ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସମୁଦାୟ ୨୪ଟି ଅଧ୍ୟାୟ ପ୍ରସାରିତ ହେବା ସହ ୧୦ଟି ନ୍ୟାରୋ କାଷ୍ଟିଙ୍ଗ ଦ୍ୱାରା ବୟୋଜ୍ୟେଷ୍ଠ ମାନଙ୍କ ପାଖରେ ସଚେତନତା ବାର୍ତା ପହଂଚାଇବା ସୋଆ କମ୍ୟୁନିଟି ରେଡ଼ିଓର ଲକ୍ଷ୍ୟ ଅଟେ । ସୋଆ କମ୍ୟୁନିଟି ରେଡ଼ିଓ ପକ୍ଷରୁ ଆୟୋଜିତ ଏହି କାର୍ଯକ୍ରମରେ ୩୦ରୁ ଊର୍ଦ୍ଧ୍ୱ ବରିଷ୍ଠ ନାଗରିକ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ଆରମ୍ଭରେ ଅଭୟ ଯୋଜନାକୁ ନେଇ ପ୍ରସ୍ତୁତ ହୋଇଥିବା ନାଟକକୁ ଶୁଣିବା ସହ ସରକାରଙ୍କ ସମସ୍ତ ଯୋଜନାର ସାରମର୍ମ ବୁଝିଥିଲେ । ଏ ନେଇ ସମସ୍ତ ପ୍ରଶ୍ନୋତର କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା । ସୋଆ କମ୍ୟୁନିଟି ରେଡ଼ିଓ ଇନ୍‌ଚାର୍ଜ ଶ୍ରୀମତି ହନୀ ପଟ୍ଟନାୟକଙ୍କ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ରେଡିଓ ଜକି ରମାବଲ୍ଲଭ ମହାପାତ୍ର, ଶୁଭଶ୍ରୀ ପାତ୍ର, ଶୁଭଶ୍ରୀ ସାହୁ ଏବଂ ଶୁଭଶ୍ରୀ ଶୁଭସ୍ମିତା ସ୍ୱାଇଁ ପରିଚାଳନା କରିଥିବା ବେଳେ ସାଉଣ୍ଡ ଅପରେଟର ଶ୍ରୀ ପବିତ୍ର କୁମାର ସାହୁ ଏବଂ ସାଉଣ୍ଡ ଇଞ୍ଜିନିୟରିଂ ଶ୍ରୀ ସତ୍ୟ ରଞ୍ଜନ ସ୍ୱାଇଁ ସମସ୍ତ ସହଯୋଗ ଯୋଗାଇଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    24 ° C
    24 °
    24 °
    73 %
    1.5kmh
    75 %
    Mon
    26 °
    Tue
    37 °
    Wed
    39 °
    Thu
    38 °
    Fri
    39 °

    ସମ୍ବନ୍ଧିତ