Sunday, October 18, 2026
22.4 C
Odisha

    ଖରାଦିନେ ତ୍ଵଚାରେ ନ୍ୟାଚୁରାଲ୍‌ ଗ୍ଲୋ ପାଇଁ ନିଶ୍ଚୟ ଖାଆନ୍ତୁଏହି ଫଳ

    ଆଗକୁ ପଢନ୍ତୁ

    ଗ୍ରୀଷ୍ମ ଋତୁର ଆଗମନ ସହିତ ତାପମାତ୍ରା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଖରାଦିନେ ସାଧାରଣତଃ ତ୍ଵଚାରେ ଟ୍ୟାନିଂ ଭଳି ସମସ୍ୟା ଦେଖାଦେଇଥାଏ।  ଆଉ ଏହି ଟ୍ୟାନିଂକୁ ଏଡାଇବା ଲାଗି ଲୋକମାନେ ବଜାରରୁ ବିଭିନ୍ନ ପ୍ରକାରର ମହଙ୍ଗା ସୌନ୍ଦର୍ଯ୍ୟ ଉପକରଣମାନ କିଣିଥାନ୍ତି। କିନ୍ତୁ ଆପଣମାନେ କ’ଣ ଜାଣନ୍ତି କି ଏମିତି କିଛି ଫଳ ଅଛି, ଯାହା ଆମର ପ୍ରାକୃତିକ ସୌନ୍ଦର୍ଯ୍ୟ ବଜାୟ ରଖିବାରେ ସାହାଯ୍ୟ କରେ? ଆଜି, ଆମେ ଆପଣଙ୍କୁ ଏପରିକିଛି ଖରାଦିନିଆ ଫଳ ବିଷୟରେ କହିବୁ, ଯାହା ଆପଣଙ୍କ ତ୍ୱଚାକୁ ଏକ ପ୍ରାକୃତିକ ଚମକ ଦେବ।

    ୧-ପଇଡ ପାଣି : ଏହା ଆମ ଶରୀରକୁ ହାଇଡ୍ରେଟ୍ ରଖିବା ସହ ଚର୍ମକୁ ଉଜ୍ଜ୍ୱଳ ଏବଂ କୋମଳ ରଖିବାରେ ସାହାଯ୍ୟ କରେ। ଗ୍ରୀଷ୍ମ ଋତୁରେ ପ୍ରତିଦିନ ଗୋଟିଏ ପଇଡ ପାଣି ପିଇବା ଦ୍ୱାରା ଆପଣଙ୍କ ପେଟ ଏବଂ ଚର୍ମ ଉଭୟ ସୁସ୍ଥ ରହିପାରିବ।

    ୨-ତରଭୁଜ: ଏଥିରେ ଭିଟାମିନ୍ ସି, ଫାଇବର ଏବଂ ପାଣି ଭରପୁର ମାତ୍ରାରେ ରହିଥାଏ। ଭିଟାମିନ୍ ସି ଟ୍ୟାନିଂ ଦୂର କରିବାରେ ସାହାଯ୍ୟ କରେ। ଯଦି ଆପଣ ଗ୍ରୀଷ୍ମ ଋତୁରେ ଟ୍ୟାନିଂ ବିଷୟରେ ଚିନ୍ତିତ, ତେବେ ଆପଣଙ୍କ ଖାଦ୍ୟରେ ତରଭୁଜକୁ ସାମିଲ କରନ୍ତୁ। ତରଭୁଜ ଚମକଦାର ତ୍ଵଚା ସହ ଶରୀରର ତାପମାତ୍ରା ବଜାୟ ରଖେ।

    ୩-କାକୁଡି: ଏହା କେବଳ ସାଲାଡର ଏକ ଅଂଶ ନୁହେଁ। ବରଂ ଏହା ପେଟ ଏବଂ ଚର୍ମ ଉଭୟ ପାଇଁ ବହୁତ୍ ଉପଯୋଗୀ।  କାକୁଡି ପୁରା ଶରୀରକୁ ହାଇଡ୍ରେଟ୍ କରେ। ଏବଂ ଶୁଷ୍କତା ହ୍ରାସ କରିବାରେ ସାହାଯ୍ୟ କରେ।

    ୪- ଆମ୍ବ : ଖରାଦିନେ ଆମ୍ବ ମଧ୍ୟ ତ୍ୱଚା ପାଇଁ ଲାଭଦାୟକ। ଆମ୍ବରେ ଭିଟାମିନ୍ ସି ଏବଂ ଆଣ୍ଟିଅକ୍ସିଡାଣ୍ଟ ଥାଏ ।  ଯାହା ହଜିଯାଇଥିବା ଚମକ ଫେରାଇ ଆଣିବାରେ ସାହାଯ୍ୟ କରେ।

    ୫-କମଳା: ଏହା ଭିଟାମିନ୍ ସି ରେ ଭରପୂର। ଏହା ଚୋପା ମଧ୍ୟ ଚର୍ମ ପାଇଁ ଲାଭଦାୟକ। କମଳା କେବଳ ମୁହଁକୁ ଗଭୀର ଭାବରେ ପୋଷଣ ଦିଏ ନାହିଁ ବରଂ କଳା ଦାଗକୁ ଦୂର କରିବାରେ ମଧ୍ୟ ସାହାଯ୍ୟ କରେ। ଫେସ୍ ପ୍ୟାକ୍ ରେ ମଧ୍ୟ କମଳା ଚୋପା ବ୍ୟବହାର କରାଯାଏ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    22.4 ° C
    22.4 °
    22.4 °
    89 %
    1.4kmh
    19 %
    Sat
    22 °
    Sun
    30 °
    Mon
    31 °
    Tue
    30 °
    Wed
    29 °

    ସମ୍ବନ୍ଧିତ