Friday, October 9, 2026
30.5 C
Odisha

    ସ୍କୁଲରେ ପାଠ ପଢ଼ାଇଲେ ଜିଲ୍ଲାପାଳ, ବୁଝିଲେ ସ୍କୁଲର ଥିବା ସମସ୍ୟା

    ଆଗକୁ ପଢନ୍ତୁ

    ଯାଜପୁର : ସ୍କୁଲରେ ପାଠ ପଢ଼ାଇଲେ ଜିଲ୍ଲାପାଳ । ବରୀ ବ୍ଲକ ଗସ୍ତ ଅବସରରେ ଏକ ସ୍କୁଲକୁ ଯାଇ ଛାତ୍ର ଛାତ୍ରୀ ମାନଙ୍କୁ ପାଠ ପଢାଇଥିଲେ ନୂତନ ଭାବେ ଯୋଗ ଦେଇଥିବା ଯାଜପୁର ଜିଲ୍ଲାପାଳ ଅମ୍ବର କୁମାର କର । ଜିଲ୍ଲାପାଳ ପ୍ରଥମେ ବରୀ ତହସିଲ କାର୍ଯ୍ୟାଳୟରେ ପହଞ୍ଚି ତହସିଲଦାର ଓ କର୍ମଚାରୀମାନଙ୍କ ସହ ଆଲୋଚନା କରିଥିଲେ।

    ପରେ ରତଳାଙ୍ଗ ପଞ୍ଚାୟତର ଚିଙ୍ଗୁଡ଼ିଆ ନଦୀରେ ଦୀର୍ଘଦିନ ଧରି ଅର୍ଦ୍ଧ ନିର୍ମିତ ଅବସ୍ଥାରେ ଥିବା ସେତୁ ପରିଦର୍ଶନ କରିଥିଲେ। ଏହା ପରେ ରତଳାଙ୍ଗ ନୋଡାଲ ମଧ୍ୟ ଇଂରାଜୀ ବିଦ୍ୟାଳୟରେ ପହଞ୍ଚି ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ପ୍ରଶ୍ନ କରିଥିଲେ। ସ୍କୁଲରେ କେତେ ପିଲା ପାଠ ପଢୁଛନ୍ତି, ଉପଯୁକ୍ତ ଶିକ୍ଷାଦାନ ଦିଆଯାଉଛି କି ନାହିଁ, ସ୍କୁଲର ଥିବା ସମସ୍ୟା ସମ୍ପର୍କରେ ମଧ୍ୟ ପଚାରି ବୁଝିଥିଲେ ।

    ସେହିପରି ବନ୍ୟାରେ ପ୍ରଭାବିତ ହୋଇ ଜଳମଗ୍ନ ହୋଇଥିବା ଚାଷ ଜମି ଦେଖିବା ସହିତ ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ରୋଗୀଙ୍କ ଚିକିତ୍ସା ସମ୍ବନ୍ଧରେ ଆଲୋଚନା କରିଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.5 ° C
    30.5 °
    30.5 °
    50 %
    3.4kmh
    0 %
    Fri
    30 °
    Sat
    30 °
    Sun
    30 °
    Mon
    30 °
    Tue
    30 °

    ସମ୍ବନ୍ଧିତ