Sunday, June 28, 2026
27.1 C
Odisha

    ସ୍ତ୍ରୀକୁ ହତ୍ୟା କଲା ନୃଶଂସ ସ୍ବାମୀ

    ଆଗକୁ ପଢନ୍ତୁ

    କଟକ : ସ୍ତ୍ରୀକୁ ହତ୍ୟା କଲା ନୃଶଂସ ସ୍ବାମୀ। କଟକ ଲାଲବାଗ ଥାନା ଅଞ୍ଚଳରେ ଚାଞ୍ଚଲ୍ୟ । ମୃତକ ମହିଳା ବିଷ୍ଣୁପ୍ରିୟା ମଲ୍ଲିକ । ଅଭିଯୁକ୍ତ ସ୍ବାମୀ ବିଶ୍ୱଜିତ୍ ମଧ୍ୟ ଗୁରୁତର ଭାବେ ଆହତ ହୋଇଛନ୍ତି । ୨୦୧୯ ମସିହାରେ ଉଭୟ ପ୍ରେମ ବିବାହ ହୋଇଥିଲା। ବିଗତ ତିନି ବର୍ଷ ଧରି ସିଦ୍ଧେଶ୍ଵର ସାହିରେ ଭଡ଼ା ଘରେ ରହୁଥିଲେ । କିଛି ଦିନ ହେଲା ପତି ପତ୍ନୀ ଭିତରେ ମନାନ୍ତର ଥିଲା। ସ୍ବାମୀ ବିଶ୍ବଜିତ ସ୍ତ୍ରୀକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିବା ପରେ ନିଜ ବେକ ମଧ୍ୟ କାଟିଥିବା ଅଭିଯୋଗ ହୋଇଛି । ଗୁରୁତର ଅବସ୍ଥାରେ ବିଶ୍ବଜିତଙ୍କୁ ଏସସିବିରେ ଭର୍ତ୍ତି କରାଯାଇଛି। ଘଟଣା ସ୍ଥଳରେ ପହଞ୍ଚିଛନ୍ତି କଟକ ଡିସିପି ଜଗମୋହନ ମୀନା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    heavy intensity rain
    27.1 ° C
    27.1 °
    27.1 °
    81 %
    1.7kmh
    100 %
    Sun
    27 °
    Mon
    34 °
    Tue
    34 °
    Wed
    33 °
    Thu
    30 °

    ସମ୍ବନ୍ଧିତ