Wednesday, October 7, 2026
27.2 C
Odisha
    Array

    ସ୍ତ୍ରୀଙ୍କର ଏହି ଅଭ୍ୟାସ ଘରକୁ କରିଦେବ ବରବାଦ୍‌

    ଆଗକୁ ପଢନ୍ତୁ

    ଚାଣକ୍ୟ ନିଜର ଅନୁଭବ ଅନୁସାରେ ମନୁଷ୍ୟ ଜୀବନ ସହ ଜଡ଼ିତ କିଛି କଥା ବିଷୟରେ ଉଲ୍ଲେଖ କରିଛନ୍ତି। ସେହି ପ୍ରକାରେ କିଛି ସ୍ତ୍ରୀଙ୍କ ମଧ୍ୟରେ ଏପରି ଗୁଣ ଥାଏ ଯାହା ତାଙ୍କୁ ବରବାଦ କରିଦିଏ ବୋଲି ଚାଣକ୍ୟ କହିଛନ୍ତି। ଯେପରିକି:-

    ପୂଜା ପାଠ ନକରିବା: ଯେଉଁ ଘରର ମହିଳା ପୂଜାପାଠ କରନ୍ତି ନାହିଁ, ସେଠାରେ ନକରାତ୍ମକ ଉର୍ଜାର ଶକ୍ତି ବଢ଼ିଥାଏ। ଏହାଦ୍ୱାରା ଘରର ସୁଖଶାନ୍ତି ଚାଲିଯାଇଥାଏ।

    ଭାବିଚିନ୍ତି କାର୍ଯ୍ୟ ନ କରିବା: ଅଧିକାଂଶ ମହିଳା କିଛି କରିବା ପୂର୍ବରୁ ଚିନ୍ତା କରନ୍ତି ନାହିଁ। ଆଜିକାଲି ସମୟରେ ମହିଳାମାନେ କିଛି ସ୍ତ୍ରୀ ସ୍ବାର୍ଥ ପାଇଁ ନିଜ ମନ ମୁତାବକ କାମ କରିବାକୁ ପସନ୍ଦ କରିଥାନ୍ତି। ତାଙ୍କର କର୍ମ ଦ୍ୱାରା ଅନ୍ୟ ଉପରେ କି ପ୍ରଭାବ ପଡ଼ିବ ସେ ବିଷୟରେ ବିଲକୁଲ ଭାବି ନ ଥାନ୍ତି। ଏଣୁ ଉକ୍ତ କାମର କୁପରିଣାମ ତାଙ୍କୁ ହିଁ ଭୋଗିବାକୁ ପଡ଼ିଥାଏ। ଏଣୁ କିଛି ବି କାମ କରିବା ପୂର୍ବରୁ ତା ବିଷୟରେ ଭଲ ଭାବେ ଚିନ୍ତା କରିବା ଉଚିତ।

    ବାରମ୍ବାର ମିଛ କହିବା: ଚାଣକ୍ୟଙ୍କ ଅନୁସାରେ ଅଧିକାଂଶ ମହିଳା ମିଛ କହିଥାନ୍ତି। କିଛି ମହିଳା ନିଜ ପରିବାର ସଦସ୍ୟଙ୍କ ବିଷୟରେ ଚୁଗୁଲି କରିଥାନ୍ତି। ଛୋଟ ଛୋଟ କଥାରେ ମିଛ କହିଥାନ୍ତି। ଏଭଳି ମହିଳାଙ୍କୁ କେହି ବିଶ୍ୱାସ କରନ୍ତି ନାହିଁ। ଅନ୍ୟମାନଙ୍କ ନଜରରେ ସେମାନେ ସମ୍ମାନ ହରାଇଥାନ୍ତି। ଫଳରେ ସେମାନଙ୍କର ଖରାପ ସମୟ ଦେଇ ଗତି କରିଥାନ୍ତି।

    ବଡ଼ମାନଙ୍କ ସମ୍ମାନ ନ କରିବା: ଯେଉଁ ମହିଳା ନିଜଠାରୁ ବଡ଼ ଲୋକଙ୍କୁ ସମ୍ମାନ ଦିଅନ୍ତି ନାହିଁ, ତାଙ୍କ ସହ ଝଗଡ଼ା କରିଥାନ୍ତି, ସେଭଳି ମହିଳା ଘରର ସୁଖଶାନ୍ତି ପାଇଁ ବିପଦ। ଏଭଳି ମହିଳାଙ୍କୁ ଘରକୁ ଆଣି କୌଣସି ଲୋକ ସୁଖି ରହି ପାରିବେନାହିଁ।

    କଥା କଥାରେ ଫୁଲେଇ ହେବା: ଫୁଲେଇ ହେବା ମହିଳାଙ୍କ ସ୍ବଭାବ। ହେଲେ କଥା କଥାରେ ନଖରା ଦେଖାଇବା ଠିକ ନୁହେଁ। ଏପରି କରିବା ଦ୍ୱାରା ଯେ କେହି ଖପ୍ପା ହୋଇପାରେ। ଏହାର କୁପରିଣାମ ପରବର୍ତ୍ତୀ ସମୟରେ ଭୋଗିବାକୁ ପଡେ।

    ଲୋଭୀ: ଚାଣକ୍ୟଙ୍କ ମତରେ କିଛି ମହିଳା ବହୁତ ଲୋଭୀ ଥାନ୍ତି। ଏଣୁ ସେ ଧନ ପାଇଁ ସେ ଖରାପ କାମ କରିଥାନ୍ତି, ଆଗାମୀ ସମୟରେ ଅସୁବିଧାରେ ପକାଇଥାଏ। ଏଣୁ ଯଦି କୌଣସି ମହିଳାଙ୍କ ପାଖରେ ଏଭଳି ଖରାପ ଅଭ୍ୟାସ ଥାଏ ତାଙ୍କୁ ଏହାର କୁପରିଣାମ ଭୋଗିବାକୁ ପଡ଼ିଥାଏ।

    Array

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    27.2 ° C
    27.2 °
    27.2 °
    82 %
    0.6kmh
    37 %
    Wed
    25 °
    Thu
    30 °
    Fri
    30 °
    Sat
    30 °
    Sun
    30 °

    ସମ୍ବନ୍ଧିତ