Sunday, October 4, 2026
28.6 C
Odisha

    ସ୍ତ୍ରୀର ତଣ୍ଟିଚିପି ହତ୍ୟା କଲା ନୃଶଂସ ସ୍ବାମୀ

    ଆଗକୁ ପଢନ୍ତୁ

    ପୁରୀ ତାଳବଣିଆ ଥାନା ସିଦ୍ଧମହାବୀର ଚମାର ସାହିରେ ଏକ ହତ୍ୟାକାଣ୍ଡ ଘଟିଛି। ପାରିବାରିକ କଳହରୁ ସ୍ତ୍ରୀକୁ ହତ୍ୟା କରିଛି ନୃଶଂସ ସ୍ୱାମୀ । ସ୍ବାମୀ ନିଜ ଦୋଷ ସ୍ବୀକାର କରିବା ସହ ତାଳବଣିଆ ଥାନାରେ ଆତ୍ମସମର୍ପଣ କରିଥିବା ଜଣାଯାଇଛି।ମୃତ ମହିଳା ହେଲେ ସୌଦାମିନୀ ବେହେରା । ସେ ପୁରୀର ଏକ ନିଶା ନିବାରଣ କେନ୍ଦ୍ରରେ କାର୍ଯ୍ୟ କରୁଥିବାବେଳେ, ସ୍ବାମୀ ପୂର୍ଣ୍ଣଚନ୍ଦ୍ର ବେହେରା(୨୬) ଜଗନ୍ନାଥ ମେଡିକାଲ କଲେଜରେ ସିକ୍ୟୁରିଟି ଭାବେ କାର୍ଯ୍ୟ କରୁଥିଲେ। ଉଭୟେ ଋଣଭାରରେ ବୁଡ଼ି ରହିଥିଲେ, ଯାହାକୁ ନେଇ ଉଭୟଙ୍କ ଭିତରେ ଅନେକ ସମୟରେ ପାଟିତୁଣ୍ଡ ହୁଏ। ଗତକାଲି ରାତିରେ ପୂର୍ଣ୍ଣଚନ୍ଦ୍ର ଉତକ୍ଷିପ୍ତ ହୋଇ ସ୍ତ୍ରୀ ସୌଦାମିନୀଙ୍କୁ ତଣ୍ଟିକୁ ଓଢଣିରେ ଚିପି ହତ୍ୟା କରିଥିଲେ। ପୂର୍ଣ୍ଣଚନ୍ଦ୍ର ବେହେରାଙ୍କର ଏକ ୫ ବର୍ଷର ପୁଅ ରହିଛି। ସେ ସୌଦାମିନୀଙ୍କୁ ୬ ବର୍ଷ ତଳେ ବାହା ହୋଇଥିଲେ।ସୂଚନା ଅନୁଯାୟୀ, ପୂର୍ଣ୍ଣଚନ୍ଦ୍ର ବେହେରାଙ୍କର ଏକ ୫ ବର୍ଷର ପୁଅ ରହିଛି। ସେ ସୌଦାମିନୀଙ୍କୁ ୬ ବର୍ଷ ତଳେ ବାହା ହୋଇଥିଲେ। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.6 ° C
    28.6 °
    28.6 °
    69 %
    1.5kmh
    4 %
    Sun
    26 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ