Wednesday, October 7, 2026
30.3 C
Odisha

    ସ୍ତ୍ରୀ ସାଂସଦ; ସ୍ୱାମୀ କନଷ୍ଟେବଳ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ରାଜସ୍ଥାନ ଭରତପୁରର କଂଗ୍ରେସ ସାଂସଦ ସଞ୍ଜନା ଜାଟଭ ଚର୍ଚ୍ଚାରେ ରହିଛନ୍ତି। କନଷ୍ଟେବଳ ପତିଙ୍କୁ ଏସ୍‌ପି ଆନନ୍ଦ ଶର୍ମା ସାଂସଦଙ୍କ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ (ପିଏସ୍‌ଓ) ନିଯୁକ୍ତ କରିଛନ୍ତି। ଏଥିପାଇଁ ସଞ୍ଜନା ସୁପାରିସ କରିଥିଲେ। ଭାରତର ପ୍ରଥମ ସାଂସଦ ଭାବେ ସଞ୍ଜନାଙ୍କ ସୁରକ୍ଷାରେ ତାଙ୍କ ସ୍ବାମୀଙ୍କୁ ନିଯୁକ୍ତ କରାଯାଇଛି। ଏହାକୁ ନେଇ ସଞ୍ଜନା କହିଛନ୍ତି ଯେ ସ୍ବାମୀ ତାଙ୍କ ଶକ୍ତି ଏବଂ ସାମର୍ଥ୍ୟ। ଏବେ ସେ କାର୍ଯ୍ୟ ସମୟରେ ବି ତାଙ୍କ ସହ ରହିବେ। ସେ ପୂର୍ବରୁ ତାଙ୍କ ସାଙ୍ଗରେ ଥିଲେ ଏବଂ ଏବେ ମଧ୍ୟ ରହିବେ। ସାଂସଦ ହେବା ପରେ କିଛି ବି ବଦଳି ନାହିଁ। କେବଳ କାମ ବଢ଼ି ଯାଇଛି। ପୂର୍ବରୁ ଯେମିତି ବ୍ୟବହାର ଥିଲା ଏବେ ସେମିତି ଅଛି। ସେହିପରି ସଞ୍ଜନାଙ୍କ ପତି କପ୍ତାନ ସିଂହ କହିଛନ୍ତି ଯେ ସାଂସଦ ତାଙ୍କ ସହ ମୁକ୍ତ ଭାବେ କାର୍ଯ୍ୟ କରିପାରିବେ। ତାଙ୍କ ସୁରକ୍ଷା ଦାୟିତ୍ବ ମିଳିଥିବାରୁ ବହୁତ ଭଲ ଲାଗୁଛି। ମାସେ ତଳେ ଏଥିପାଇଁ ଅନୁମତି ମଗା ଯାଇଥିଲା। ପୁଲିସ ବିଭାଗ ମଧ୍ୟ ଅନୁମତି ଦେଇ ସାରିଥିଲା। ସୂଚନାଯୋଗ୍ୟ ଯେ ସଞ୍ଜନା ରାଜସ୍ଥାନର ସବୁଠୁ କମ୍‌ ବୟସର ସାଂସଦ। ସେ ୧୮ ବର୍ଷ ବୟସରେ ଅଲୱର ଜିଲ୍ଲା କଠୁମାର ବାସିନ୍ଦା କପ୍ତାନଙ୍କୁ ବିବାହ କରିଥିଲେ। ଶ୍ବଶୁର ହରଭଜନ ସିଂହଙ୍କ ଯୋଗୁଁ ସେ ରାଜନୀତିରେ ପ୍ରବେଶ କରିଥିଲେ। ସଞ୍ଜନା ୨୦୨୧ରେ ପ୍ରଥମ ଥର ପାଇଁ ୱାର୍ଡ ନିର୍ବାଚନ ଲଢ଼ି ଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.3 ° C
    30.3 °
    30.3 °
    57 %
    0.7kmh
    0 %
    Wed
    31 °
    Thu
    30 °
    Fri
    30 °
    Sat
    30 °
    Sun
    30 °

    ସମ୍ବନ୍ଧିତ