Friday, July 24, 2026
29.4 C
Odisha

    ସ୍ଥଗିତ ହେଲା ରାମାୟଣ ଫିଲ୍ମ ଟ୍ରେଲର ରିଲିଜ, ଅସନ୍ତୋଷ ପ୍ରକାଶ କଲେ ଫ୍ୟାନ୍ସ

    ଆଗକୁ ପଢନ୍ତୁ

    ରଣବୀର କପୁରଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ରାମାୟଣର ରିଲିଜ ପାଇଁ ଫ୍ୟାନ୍ସ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ହେଲେ ବର୍ତ୍ତମାନ ସୁଦ୍ଧା ଫିଲ୍ମର ଟ୍ରେଲର ରିଲିଜ ହୋଇନାହିଁ । ଆଜି ଫିଲ୍ମର ଟ୍ରେଲର ରିଲିଜ ହେବ ବୋଲି ନିର୍ମାତା ଘୋଷଣା କରିଥିଲେ । ଯେଉଁଥି ପାଇଁ ଫ୍ୟାନ୍ସଙ୍କ ଉତ୍ସାହ ସୃଷ୍ଟି କରିଥିଲା । କିନ୍ତୁ ଏବେ ଟ୍ରେଲର ରିଲିଜକୁ ସ୍ଥଗିତ ରଖାଯାଇଛି । ନିର୍ମାତା ନମିତ ମଲହୋତ୍ରା ନିଜେ ଏହି ସମ୍ପର୍କରେ ସୋସିଆଲ ମିଡିଆ ଆକାଉଣ୍ଟରେ ସୂଚନା ଦେଇଛନ୍ତି । ଏହା ପରେ ପ୍ରଶଂସକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି ।

    ରଣବୀର କପୁରଙ୍କ ଫିଲ୍ମର ଟ୍ରେଲର ଆଜି ରିଲିଜ ହେବାର ଥିଲା । କିନ୍ତୁ ଏହାକୁ ଏବେ ସ୍ଥଗିତ ରଖାଯାଇଛି । ଯାହା ପ୍ରଶଂସକମାନଙ୍କୁ ନିରାଶ କରିଛି । ଏବେ ପାଇଁ ସ୍ଥଗିତ ରଖାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ସୁଦ୍ଧା ନୂତନ ରିଲିଜ୍ ଡେଟ୍ ଘୋଷଣା କରାଯାଇନାହିଁ । ଏହାରି ମଧ୍ୟରେ ନିର୍ମାତା ଫିଲ୍ମକୁ ସ୍ଥଗିତ ରଖିବାର କାରଣ ବିଷୟରେ କହିଛନ୍ତି ।

    ନିର୍ମାତା ନମିତ ମଲହୋତ୍ରା ଇନଷ୍ଟାଗ୍ରାମରେ ସେୟାର କରି କହିଛନ୍ତି ଯେ, ସୋନି ପିକଚର୍ସ ଏଣ୍ଟରଟେନମେଣ୍ଟ ସହିତ ତାଙ୍କ ସହଭାଗୀତା ମାଧ୍ୟମରେ “ରାମାୟଣ”କୁ ବିଶ୍ୱରେ ପହଞ୍ଚାଇବାର ତାଙ୍କର ସ୍ୱପ୍ନ ଏବେ ସାକାର ହେଉଛି । ତେଣୁ ଏବେ ଏହି ବର୍ଷ ଶେଷରେ ରାମାୟଣ ଟ୍ରେଲର ରିଲିଜ୍ କରିବୁ । ଭାରତୀୟ ସିନେମାର ୧୦୦ ବର୍ଷରୁ ଅଧିକ ଇତିହାସରେ ଏହା ଏକ ଗର୍ବର ମୁହୂର୍ତ୍ତ ହେବ । ଏହା ବିଶ୍ୱକୁ ଭାରତୀୟ ସଂସ୍କୃତି ଏବଂ ଆମର କାହାଣୀଗୁଡ଼ିକୁ ନିକଟରୁ ବୁଝିପାରିବ ବୋଲି ବିଶ୍ବାସ ।

    ଏହି ଫିଲ୍ମଟି ୨ଟି ଭାଗରେ ରିଲିଜ ହେବ । ପ୍ରଥମ ଭାଗ ଚଳିତ ବର୍ଷ ଦୀପାବଳିରେ ରିଲିଜ ହେବ । ପ୍ରଭୁ ରାମ ଭୂମିକାରେ ରଣବୀର, ସାଇ ପଲ୍ଲବୀ ସୀତା ଭୂମିକାରେ ଏବଂ ୟଶଙ୍କୁ ରାବଣ ଭୂମିକାରେ ଦେଖିବାକୁ ପାଇବେ ଦର୍ଶକ । ଏମାନଙ୍କ ସମେତ ଏହି ଫିଲ୍ମରେ ରବି ଦୁବେ, ସନି ଦେଓଲ, ରାକୁଲ ପ୍ରୀତ ସିଂହ, ଲାରା ଦତ୍ତା, ଅରୁଣ ଗୋଭିଲ, ବିବେକ ଓବେରୟ ଏବଂ କୁନାଲ କପୁର ମଧ୍ୟ  ଏକାଠି ନଜର ଆସିବେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    29.4 ° C
    29.4 °
    29.4 °
    67 %
    5kmh
    93 %
    Fri
    29 °
    Sat
    27 °
    Sun
    30 °
    Mon
    31 °
    Tue
    31 °

    ସମ୍ବନ୍ଧିତ