Thursday, October 8, 2026
22.5 C
Odisha

    ସ୍ନାନଯାତ୍ରା ପାଇଁ ଆସିଲା ସୁରକ୍ଷା ଓ ଟ୍ରାଫିକ୍ କଟକଣା, ଜାଣନ୍ତୁ କେଉଁଠି ରଖିବେ ଗାଡି

    ଆଗକୁ ପଢନ୍ତୁ

    ପୁରୀ : ସୋମବାର ମହାପ୍ରଭୁଙ୍କ ଦିବ୍ୟ ସ୍ନାନ ଅର୍ଥାତ୍ ପବିତ୍ର ସ୍ନାନପୂର୍ଣ୍ଣିମା। ସ୍ନାନ ଯାତ୍ରା ପାଇଁ ପୁରୀରେ ସୁରକ୍ଷା ଓ ଟ୍ରାଫିକ୍ କଟକଣା ପାଇଁ ଆଜି ଆସିଲା ନିୟମ। ଏନେଇ ସାମ୍ବାଦିକ ସମ୍ମିଳନୀ ଯୋଗେ ସୂଚନା ଦେଇଛନ୍ତି, ପୁରୀ ଏସପି ପ୍ରତୀକ ସିଂହ। ଶ୍ରୀମନ୍ଦିରକୁ ସଂଯୋଗ ରାସ୍ତାରେ ଯାନବାହନ ଚଳାଚଳ ନିଷିଦ୍ଧ ରହିବ। ସିଂହଦ୍ୱାର ଦେଇ ପ୍ରବେଶ ଓ ଉତ୍ତର ଦ୍ୱାରରେ ପ୍ରସ୍ଥାନ ବ୍ୟବସ୍ଥା କରାଯାଇଛି। ସିସିଟିଭି ନଜରରେ ରହିବ ବଡଦାଣ୍ଡ ଓ ଶ୍ରୀମନ୍ଦିର। ଶ୍ରୀମନ୍ଦିର ଭିତରେ ୫୨ଟି ସିସିଟିଭି ଲଗାଯାଇଛି। ଶ୍ରୀମନ୍ଦିର ବାହାରେ ୨୫୦ ସିସିଟିଭି ଲଗାଯାଇଛି। ସହରର ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ୩୦ଟି ସିସିଟିଭି ଲଗାଯାଇଛି।

    ଗାଡି ପାର୍କିଂ ନେଇ ପୁରୀ ପୁଲିସ ଆଡଭାଇଜରୀ ଜାରି କରାଯାଇଛି। ଶୃଙ୍ଖଳିତ ସ୍ନାନଯାତ୍ରା ପାଇଁ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି ଜୋରସୋରରେ ହେଉଛି। ସୁରକ୍ଷା ବ୍ୟବସ୍ଥା ପାଇଁ ୭୯ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। ୨୦୦ ସିସିଟିଭି କ୍ୟାମେରା ନଜରରେ ରହିବ ପୁରା ସହର।ଶ୍ରୀମନ୍ଦିର କାର୍ଯ୍ୟାଳୟ ଠାରୁ ମାର୍କେଟ ଛକ ପର୍ଯ୍ୟନ୍ତ ବ୍ୟାରିକେଡ ରହିବ। ଦକ୍ଷିଣ ଦ୍ୱାର ଦେଇ ପରିମାଣିକ ଟିକେଟ ଦର୍ଶନଧାରୀ ପ୍ରବେଶ କରିବେ। ନିର୍ଦ୍ଧାରିତ ଟ୍ରାଫିକ୍ ରୁଟ୍ ଅନୁଯାୟୀ ଗାଡି ପାର୍କିଂ ବ୍ୟବସ୍ଥା କରାଯାଇଛି। ଭୁବନେଶ୍ୱରରୁ ଯାଉଥିବା ଗାଡି ପାଇଁ ମାର୍କେଟ ଛକରେ ପାର୍କିଂ ବ୍ୟବସ୍ଥା। ମାତ୍ର ଶ୍ରୀମନ୍ଦିରକୁ ସଂଯୋଗ ରାସ୍ତାରେ ଯାନବାହନ ଚଳାଚଳ ନିଷିଦ୍ଧ ରହିଛି।

    ଜିପି ସେଣ୍ଟ୍ରାଲ ରେଞ୍ଜ ଡକ୍ଟର ସତ୍ୟଜିତ ନାୟକ ଏବଂ ପୁରୀ ଏସପି ପ୍ରତୀକ ସିଂହ ଜୁନ୍ ୨୯ ତାରିଖରେ ଦେବସ୍ନାନ ପୂର୍ଣ୍ଣିମା ପାଇଁ ସୁରକ୍ଷା, ଟ୍ରାଫିକ୍ ଏବଂ ଭିଡ଼ ପରିଚାଳନା ବ୍ୟବସ୍ଥା ସମୀକ୍ଷା କରିଥିଲେ। ପ୍ରଭୁ ଜଗନ୍ନାଥ, ପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରା ଏବଂ ସୁଦର୍ଶନଙ୍କ ସ୍ନାନ ଯାତ୍ରା ପାଇଁ ପ୍ରାୟ ୩-୪ ଲକ୍ଷ ଭକ୍ତ ପୁରୀ ଆସିବାର ଆଶା କରାଯାଉଛି।

    ଓଡ଼ିଶା ପୁଲିସ ବରିଷ୍ଠ ଅଧିକାରୀ ଏବଂ QAT, ସ୍ନିଫର କୁକୁର, ଛାତ ଉପରେ ନଜର ରଖିବା ଏବଂ ICCC ମନିଟରିଂ ସମେତ ସ୍ୱତନ୍ତ୍ର ୟୁନିଟ୍ ସହିତ ୭୯ ପ୍ଲାଟୁନ୍ ଫୋର୍ସ ମୁତୟନ କରିଛି। ମହୋତ୍ସବର ସୁଗମ ଏବଂ ଶାନ୍ତିପୂର୍ଣ୍ଣ ପରିଚାଳନା ସୁନିଶ୍ଚିତ କରିବା ପାଇଁ ଟ୍ରାଫିକ୍, ପାର୍କିଂ, ଜରୁରୀକାଳୀନ ପ୍ରତିକ୍ରିୟା ଏବଂ ତୀର୍ଥଯାତ୍ରୀ ସହାୟତା ବ୍ୟବସ୍ଥା ବିସ୍ତୃତ କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.5 ° C
    22.5 °
    22.5 °
    88 %
    1.7kmh
    0 %
    Wed
    22 °
    Thu
    30 °
    Fri
    29 °
    Sat
    30 °
    Sun
    30 °

    ସମ୍ବନ୍ଧିତ