Thursday, March 26, 2026
26.8 C
Odisha

    ସ୍ପେଶାଲ ସ୍କ୍ୱାର୍ଡ ଜାଲରେ ଆନ୍ତରାଜ୍ୟ ଗାଡି ଲୁଟେରା ଗ୍ୟାଙ୍ଗ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର:ସ୍ପେଶାଲ ସ୍କ୍ୱାର୍ଡ ଜାଲରେ ଆନ୍ତରାଜ୍ୟ ଗାଡି ଲୁଟେରା ଗ୍ୟାଙ୍ଗ। ଦାମୀ ଗାଡି ଲୁଟୁଥିଲେ ସମ୍ଭ୍ରାନ୍ତ ଘରର ମହିଳା । ୨ ମହିଳାଙ୍କ ସମେତ ୫ ଜଣଙ୍କୁ ଅଟକ ରଖିଲା ପୋଲିସ। ଫ୍ରଚ୍ୟୁନର, ସ୍ୱିଫ୍ଟ, ହୋଣ୍ଡାସିଟି ଭଳି ଦାମୀ ଗାଡି ଚୋରାଉଥିଲେ ଅଭିଯୁକ୍ତ।ଜବତ ହେଲା ୨୫ ଦିନ ତଳର ନୂଆ ଫର୍ଚ୍ୟୁନର। ଅନ୍ୟ ଗାଡି ଗୁଡିକୁ ଧରିବା ପାଇଁ ଚଢ଼ାଉ ଜାରି। ଚୋରି ହୋଇଥିବା ଗାଡି ଧରିବା ପାଇଁ ଭୁବନେଶ୍ୱରରେ ଦିଲ୍ଲୀ ପୋଲିସ। ଦିଲ୍ଲୀ ବ୍ୟତୀତ ଅନ୍ୟ ରାଜ୍ୟର ଚୋରି ନେଇ ସୂଚନା। ଗିରଫ ଅଭିଯୁକ୍ତ ହେଲେ ତାମିଲନାଡୁର ଯାହିଦ ହୁସେନ ଓ ସବାନା ସୀଦ୍ଦୀକି। ପଶ୍ଚିମବଙ୍ଗ ର ଇସାନ ୱାର୍ସି, ଏମ.ଡି.ଫରାଜ ୱାର୍ସି ଓ ସମନ୍ତା ନସରିନ ବେଗମ। ପୋଲିସକୁ ଭୁଆଁ ବୁଲାଇବା ପାଇଁ ଫେକ ନମ୍ବର ପ୍ଲେଟ ବ୍ୟବହାର କରୁଥିଲେ। ଅଭିଯୁକ୍ତଙ୍କ ଠାରୁ ୫ ଟି ନମ୍ବର ପ୍ଲେଟ ଜବତ କରାଯାଇଛି। ଦିଲ୍ଲୀରୁ ଗାଡି ଗୁଡିକ ଚୋରି ପରେ ସେଗୁଡିକୁ ପଶ୍ଚିମବଙ୍ଗରେ ବିକ୍ରି କରାଯାଉଥିଲା। ଓଡିଶାରେ ଲୁଚିଥିବା ସମୟରେ ଅଭିଯୁକ୍ତଙ୍କୁ କାବୁ କଲା ସ୍ପେଶାଲ ସ୍କ୍ୱାର୍ଡ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    26.8 ° C
    26.8 °
    26.8 °
    35 %
    2.2kmh
    0 %
    Thu
    27 °
    Fri
    39 °
    Sat
    39 °
    Sun
    41 °
    Mon
    41 °

    ସମ୍ବନ୍ଧିତ