Monday, September 14, 2026
28.8 C
Odisha

    ସ୍ବାଧୀନତା ଦିବସ ଅବସରରେ ୧୦୯୦ ଜଣଙ୍କୁ ମିଳିବ ପଦକ, ଓଡ଼ିଶାର ୨ ଜଣଙ୍କୁ ରାଷ୍ଟ୍ରପତି ପଦକ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ସ୍ବାଧୀନତା ଦିବସ ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସେବା ପାଇଁ ୧ହଜାର ୯୦ଙ୍କୁ ମିଳିବ ମେଡାଲ । ପୋଲିସ, ଅଗ୍ନିଶମ, ହୋମ ଗାର୍ଡ ଏବଂ ସିଭିଲ ଡିଫେନ୍ସ କ୍ଷେତ୍ରରେ ଗାଲାଣ୍ଟ୍ରି ଏବଂ ସର୍ଭିସ୍ ମେଡାଲ ପ୍ରଦାନ କରାଯିବ । ୨୩୩ ଜଣଙ୍କୁ ଗାଲାଣ୍ଟ୍ରି, ୯୯ ଜଣଙ୍କୁ ବିଶିଷ୍ଟ ସେବା ପାଇଁ ରାଷ୍ଟ୍ରପତି ପଦକ ଏବଂ ୭୫୮ ଜଣଙ୍କୁ ମେରିଟୋରିଅସ ସର୍ଭିସ ମେଡାଲ ପ୍ରଦାନ କରାଯିବ ।

    ଓଡ଼ିଶାରୁ ୯ ଜଣଙ୍କୁ ମିଳିବ ସାହସିକତା ପଦକ । ୯ ଜଣଙ୍କ ଭିତରେ ଜଣେ ସବଇନିସପେକ୍ଟର, ଜଣେ କନେଷ୍ଟବଳ, ଦୁଇ ଜଣ ଓଏପିଏଫ, ଜଣେ ହାବିଲଦାର ଓ ୪ ଜଣ କମାଣ୍ଡୋ ଅଛନ୍ତି । ସେହିପରି ବିଶିଷ୍ଟ ସେବା ପାଇଁ ଦୁଇ ଜଣଙ୍କୁ ପଦକ ମିଳିବ । ଅତିରିକ୍ତ ପୋଲିସ ସୁପରିଣ୍ଟେଣ୍ଡେଣ୍ଟ ରବୀନ୍ଦ୍ର କୁମାର ପଣ୍ଡା ଓ କମାଣ୍ଡାଣ୍ଟ ନରେଶ କୁମାର ପଟେଲଙ୍କୁ ବିଶିଷ୍ଟ ସେବା ପଦକ ମିଳିବ । ସେହିପରି ୧୧ ଜଣଙ୍କୁ ମେରିଟୋରିଅସ ସର୍ଭିସ ମେଡାଲ ପ୍ରଦାନ କରାଯିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    28.8 ° C
    28.8 °
    28.8 °
    73 %
    0.4kmh
    58 %
    Mon
    31 °
    Tue
    31 °
    Wed
    31 °
    Thu
    31 °
    Fri
    31 °

    ସମ୍ବନ୍ଧିତ