Saturday, October 10, 2026
27.9 C
Odisha

    ସ୍ବାସ୍ଥ୍ୟ ପାଇଁ ଉପକାରୀ ନାଲି ମନ୍ଦାର ଚା’

    ଆଗକୁ ପଢନ୍ତୁ

    ବିଭିନ୍ନ ଫୁଲ ଭିତରେ ମଧ୍ୟ ଅନେକ ଔଷଧୀୟ ଗୁଣ ଭରିପୂର ମାତ୍ରା ଥାଏ  ଯାହା ସମ୍ପର୍କରେ ଖୁବ୍ କମ୍ ଲୋକ ଜାଣି ଥାଆନ୍ତି। ଏଭଳି ଏକ ଫୁଲ ହେଉଛି ମନ୍ଦାର ଫୁଲ । ଆପଣଙ୍କ ବାଡ଼ିରେ ନାଲି, ହଳଦିଆ, ଧଳା, ଗୋଲାପୀ ରଙ୍ଗ ମନ୍ଦାର ଫୁଲ ଦେଖିଥିବେ ନିଶ୍ଚିତ ।  ମନ୍ଦାର ଫୁଲରେ ଭିଟାମିନ ସି, କ୍ୟାଲସିୟମ, ଫାଇବର, ଆଇରନ ଆଦି ଭରପୁର ମାତ୍ରାରେ ରହିଥାଏ । ମନ୍ଦାର ଫୁଲ କେଶ ପାଇଁ ବେଶ ଲାଭକାରୀ । ମନ୍ଦାର ଫୁଲକୁ କେଶରେ ଲଗାଇବା ଦ୍ୱାରା କେଶ ଝଡ଼ିବା ବନ୍ଦ ହୋଇଥାଏ । ଏହା ଏକ ଆର୍ୟୁବେଦ ଉପଚାର ଅଟେ । ଏଥିସହ ଏହି ଫୁଲ ମଧ୍ୟ ଅନେକ ଗମ୍ଭୀର ରୋଗକୁ ଭଲ କରିପାରେ ।

    ମନ୍ଦାର ଫୁଲରୁ ଚା’ତିଆରି କରି ପିଇବା ଦ୍ୱାରା ସ୍ୱାସ୍ଥ୍ୟକୁ ଅନେକ ଫାଇଦା ମିଳିଥାଏ । କାରଣ, ମନ୍ଦାର ଫୁଲରେ ଆଣ୍ଟି-ଅକ୍ସିଡାଣ୍ଟ ଏବଂ ଆଣ୍ଟି-ବ୍ୟାକ୍ଟେରିଆ ଗୁଣ ରହିଛି, ଯାହା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ । ଆପଣ ମନ୍ଦାର ଫୁଲର ତାଜା ପତ୍ର କିମ୍ବା ଏହାର ପତ୍ରଗୁଡ଼ିକୁ ଶୁଖାଇ ଚା’ ତିଆରି କରି ସେଥିରେ ମହୁ ମିଶାଇ ମଧ୍ୟ ଏହାକୁ ପିଇପାରିବେ । ତେବେ ଆସନ୍ତୁ ମନ୍ଦାର ଫୁଲ ଚା’ ପିଇବା ଦ୍ବାରା କେଉଁ ଲାଭ ମିଳିଥାଏ ସେ ସମ୍ପର୍କରେ ଜାଣିବା ।

    ସଂକ୍ରମଣ ଦୂର କରେ: ମନ୍ଦାର ଫୁଲରେ ଆଣ୍ଟି-ବ୍ୟାକ୍ଟେରିଆଲ୍, ଆଣ୍ଟି-ଫଙ୍ଗଲ୍ ଏବଂ ଆଣ୍ଟି-ପାରାସିଟିକ୍ ଗୁଣ ରହିଛି । ଯଦି ଆପଣ ମନ୍ଦାର ଫୁଲରେ ତିଆରି ଚା’ ପିଇବା ଦ୍ବାରା ଆପଣଙ୍କର ବ୍ୟାକ୍ଟେରିଆଲ୍‌, ଫଙ୍ଗଲ୍‌ ଏବଂ ଅନ୍ୟାନ୍ୟ ପ୍ରକାରର ଶାରୀରିକ ସଂକ୍ରମଣରୁ ମୁକ୍ତି ମିଳିପାରିବ ।

    ହାର୍ଟ ପାଇଁ ଲାଭଦାୟକ: ଖରାପ କୋଲେଷ୍ଟ୍ରୋଲ ହାର୍ଟ ପାଇଁ ବହୁତ ବିପଜ୍ଜନକ ହୋଇଥାଏ । ତେଣୁ ମନ୍ଦାରରେ ଥିବା ଆଣ୍ଟି-ଅକ୍ସିଡାଣ୍ଟ ଗୁଣ ଖରାପ କୋଲେଷ୍ଟ୍ରୋଲ ସ୍ତରକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ଏହାସହିତ ମନ୍ଦାର ଫୁଲରେ ତିଆରି ହର୍ବାଲ୍ ଚା’ ମଧ୍ୟ ବି ବ୍ଲଡ୍‌ ଭେସେଲ୍ସକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ ।

    ଡାଇବେଟିସ୍‌ ପାଇଁ ଉପକାରୀ: ମନ୍ଦାର ପତ୍ରର ଇଥେନାଲ୍‌ ଏକ୍ସଟ୍ରାକ୍ଟରେ ଆଣ୍ଟି-ଡାଇବେଟିକ୍‌ ଗୁଣ ରହିଛି । ମନ୍ଦାର ଫୁଲର ଚା’ପିଇବା ଦ୍ୱାରା ରକ୍ତରେ ଶର୍କରା ସ୍ତର ନିୟନ୍ତ୍ରଣରେ ରହିଥାଏ । ଡାଇବେଟିସ୍‌ରେ ମନ୍ଦାର ଫାଇଦା ପହଞ୍ଚାଇଥାଏ ।

    ଓଜନ ହ୍ରାସ କରେ: ଯେଉଁମାନେ ଓଜନ ହ୍ରାସ କରିବାକୁ ଚାହାଁନ୍ତି, ସେମାନେ ମନ୍ଦାର ଫୁଲର ଚା’ସେବନ କରିପାରିବେ । ମନ୍ଦାର ଚା’ରେ ଏମିଲେଜ୍ ଏନଜାଇମ୍ ଥାଏ । ଯେଉଁ କାରଣରୁ ଶରୀରରେ ସୁଗାର ଏବଂ ଷ୍ଟାର୍ଚର ମାତ୍ରା ନିୟନ୍ତ୍ରଣରେ ରହିଥାଏ, ଯାହା ଓଜନ କମ୍‌ କରିବାରେ ସାହାଯ୍ୟ କରିଥାଏ ।

    ଷ୍ଟ୍ରେସ୍‌ କମାଏ: ମନ୍ଦାର ଫୁଲରେ ଥିବା ଆଣ୍ଟି-ଅକ୍ସିଡାଣ୍ଟସ୍‌ ମାନସିକ ସମସ୍ୟାରେ ଲାଭଦାୟକ ହୋଇଥାଏ । ମନ୍ଦାରରୁ ପ୍ରସ୍ତୁତ ଚା’ ପିଇବା ଦ୍ୱାରା ଭଲ ନିଦ ଦେଇଥାଏ ଏବଂ ଚାପରୁ ମୁକ୍ତି ମିଳିଥାଏ। ଏହି ଚା’ ପିଇବା ଦ୍ୱାରା ମୁଡ୍‌ ଭଲ ରହିଥାଏ।

    କେଶ ପାଇଁ ଲାଭଦାୟକ: ଏଥିରେ ଆଣ୍ଟି-ଅକ୍ସିଡାଣ୍ଟସ୍‌ ରହିଛି । ମିନେରାଲ୍ସରେ ଭରପୂର ମନ୍ଦାର ଚା’କେଶକୁ ମଜବୁତ କରିବାରେ ବେଶ୍‌ ଉପଯୋଗୀ ହୋଇଥାଏ। ଏହାକୁ କେଶରେ ଲଗାଇବା ଦ୍ୱାରା ମଧ୍ୟ ଅନେକ ଫାଇଦା ମିଳିଥାଏ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    27.9 ° C
    27.9 °
    27.9 °
    72 %
    1.6kmh
    0 %
    Sat
    25 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ