Wednesday, October 7, 2026
30.3 C
Odisha

    ସ୍ୱତନ୍ତ୍ର ଓଟିଇଟି ପ୍ରଶ୍ନପତ୍ର ପ୍ରଘଟ ମାମଲା: ଆଜି ରିମାଣ୍ଡରେ ଆସିବେ ଆଉ ଦୁଇ ଅଭିଯୁକ୍ତ

    ଆଗକୁ ପଢନ୍ତୁ

    କଟକ : ସ୍ୱତନ୍ତ୍ର ଓଟିଇଟି ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଆଜି କ୍ରାଇମବ୍ରାଞ୍ଚ ରିମାଣ୍ଡରେ ଆସିବେ ଆଉ ଦୁଇ ଅଭିଯୁକ୍ତ । ଗିରଫ ଦୁଇ ଅଭିଯୁକ୍ତ ରାମଜୀ ପ୍ରସାଦ ଗୁପ୍ତା ଓ ସନାତନ ବିଷୋୟୀ ଆସିବେ ରିମାଣ୍ଡରେ । ଅଧିକ ତଦନ୍ତ ପାଇଁ ଉୟଭଙ୍କୁ ଦୁଇ ଦିନିଆ ରିମାଣ୍ଡ ପାଇଁ ଆବେଦନ କରିଥିଲା କ୍ରାଇମବ୍ରାଞ୍ଚ । ତେବେ ଗୋଟିଏ ଦିନର ରିମାଣ୍ଡ ଅନୁମତି ଦେଇଛନ୍ତି କଟକ ଜେଏମଏଫ ସି ୩ କୋର୍ଟ । ଦୁଇ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ପଚରାଉଚୁରା କରିବ କ୍ରାଇମବ୍ରାଞ୍ଚ । ଉଭୟ ପ୍ରଶ୍ନପତ୍ର ପ୍ରଘଟରେ କେଉଁ ଭୂମିକା ନିଭାଇ ଥିଲେ, କିଭଳି ଏହି କାରବାରରେ ସମ୍ପୃକ୍ତ ହେଲେ, ଏଥିପାଇଁ ତାଙ୍କୁ କେତେ ଟଙ୍କା ମିଳିଛି ଏବଂ ଆଉ କିଏ କିଏ ସମ୍ପୃକ୍ତ ରହିଛନ୍ତି, ସେଥିନେଇ ବିଭିନ୍ନ ପ୍ରଶ୍ନ ଉପରେ କ୍ରାଇମବ୍ରାଞ୍ଚ ଜେରା କରିବ। ତେଣୁ ଉଭୟଙ୍କୁ ଜେରା ପରେ ଅଧିକ ତଥ୍ୟ ମିଳିପାରିବ ।

    ସୂଚନା ଅନୁସାରେ ଗତ ୨୦ତାରିଖରେ ସ୍ପେଶାଲ ଓଟିଇଟି ପରୀକ୍ଷା ହେବାର ଥିଲା । ଏହାପୂର୍ବରୁ ଗତ ୧୯ ତାରିଖ ରାତିରେ ଭାଇରାଲ ହୋଇଥିଲା ପ୍ରଶ୍ନପତ୍ର। ଫଳରେ ପରୀକ୍ଷାକୁ ବାତିଲ କରାଯାଇଥିଲା । ଆସନ୍ତା ୩୧ ତାରିଖରେ ସ୍ବତନ୍ତ୍ର ଓଟିଇଟି ପରୀକ୍ଷା ହେବ ବୋଲି ବୋର୍ଡ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.3 ° C
    30.3 °
    30.3 °
    57 %
    0.7kmh
    0 %
    Wed
    31 °
    Thu
    30 °
    Fri
    30 °
    Sat
    30 °
    Sun
    30 °

    ସମ୍ବନ୍ଧିତ